ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବ୍ରିଜ ତଳକୁ ଖସିଲା ପିକଅପ ଭ୍ୟାନ; ତିନି ଆହତ

Published By : Bijay Swain | June 21, 2025 7:45 PM

ବେଲଗୁଣ୍ଠା, ୨୧/୦୬: ବେଲଗୁଣ୍ଠା ଥାନା ଅନ୍ତର୍ଗତ ନୂଆଁ ଗାଁ ବ୍ରିଜ ନିକଟରେ ଏକ ପିକଅପ ଭ୍ୟାନ ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସିଯିବା ଫଳରେ ତିନି ଜଣ ଆହତ ହୋଇଥିବା ଜଣାପଡିଛି। 

ସୂଚନା ଅନୁସାରେ, ଏମଭିଆଇଏଲ କମ୍ପାନୀର ଏକ ବୋଲେରୋ ପିକଅପ ଗାଡି ଉକ୍ତ କମ୍ପାନୀର ମେସିନ ଯନ୍ତ୍ରପାତି ରିସିଭ କରିବା ପାଇଁ ଭଞ୍ଜନଗର ଯାଉଥିଲା। ଏହି ସମୟରେ ନୂଆଁ ଗାଁ ବ୍ରିଜ ନିକଟରେ ଗାଡିଟି ଭାରସାମ୍ୟ ହରାଇ ତଳକୁ ଖସିପଡ଼ିଥିଲା। ଫଳରେ ପିକଅପ ଗାଡ଼ିରେ ଥିବା ଝାଡ଼ଖଣ୍ଡର ଡ୍ରାଇଭର ନିଖିଲ କୁମାର ସିଂ( ୨୮)ଙ୍କ ସହିତ ଉକ୍ତ କମ୍ପାନୀରେ କାମ କରୁଥିବା ଦୁଇ ଜଣ କର୍ମଚାରୀ ଆହତ ହୋଇଥିବା ଜଣାପଡିଛି। 

ଦୁଇ କର୍ମଚାରୀଙ୍କ ନାମ ଗୁରୁପ୍ରସାଦ ବିଶ୍ୱାଳ( ୩୦) ଓ଼ ଯୁଗଳ କିଶୋର ନାୟକ ( ୨୯) ବୋଲି ଜଣାପଡିଛି। ଏହି ଘଟଣାରେ କେହି ମୃତାହତ ହୋଇନଥିବା ବେଳେ ବେଲଗୁଣ୍ଠା ଥାନାର ଏଏସଆଇ ଅନୁ ମଲ୍ଲିକ ଘଟଣା ସ୍ଥଳରେ ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ତିନି ଜଣଙ୍କୁ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇବା ସହିତ ଗାଡିକୁ ଜବତ କରି ତଦନ୍ତ କରୁଥିବା ଜଣାପଡିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.