ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗାଁରେ ମଦ ବନ୍ୟା; ବେଆଇନ ବିକ୍ରିକୁ ବିରୋଧ, ନିଶାମୁକ୍ତ ଗାଁ ଗଠନ ଲକ୍ଷ୍ୟରେ ମହିଳାଙ୍କ ଧାରଣା

Published By : Ankita S | June 17, 2025 12:42 PM

ନୂଆପଡ଼ା,୧୭/୦୬: ନୂଆପଡ଼ା ବ୍ଳକ ଭାନପୁର ରାଜସ୍ବ ଗାଁରେ ବେଆଇନ ମଦ ବିକ୍ରିକୁ ବିରୋଧ ହୋଇଛି । ଗାଁର ଶତାଧିକ ମହିଳା ଜିଲ୍ଲା ଅବକାରୀ କାର୍ଯ୍ୟାଳୟରେ ଧାରଣାରେ ବସିଛନ୍ତି । ଭାନପୁର ରାଜସ୍ଵ ଗାଁର ସବୁ ପଡ଼ାରେ ବେଆଇନ ଭାବେ ମାଫିଆମାନେ ମଦ କୋଠି ଖୋଲିଛନ୍ତି । ଆଦିବାସୀ ବହୁଳ ଗାଁରେ ସବୁଠି ମଦ ବନ୍ୟା ହୋଇଛି । ପୁରୁଷମାନେ ମଦପାନ କରି ଘରେ ଅଶାନ୍ତି ସୃଷ୍ଟି କରୁଛନ୍ତି । ବେଆଇନ ମଦ ବିକ୍ରିକୁ ବିରୋଧ କରି ଧାରଣାରେ ବସିଛନ୍ତି ଶତାଧିକ ମହିଳା ।

ବେଆଇନ ମଦ ବିକ୍ରିରେ ସମାଜ କଳୁଷିତ ହେବା ସହ ପରିବାରରେ ଅଶାନ୍ତି ସୃଷ୍ଟି ହେଉଛି । ପିଲାଙ୍କ ଶିକ୍ଷା ବାଧାପ୍ରାପ୍ତ ହେଉଛି । ଗାଁର ଅନେକ ଆଦିବାସୀ ପରିବାରର ଅଭାବ ଅନାଟନରେ ଦାଦନ ଖଟିବାକୁ ଦେଶାନ୍ତର ହେଉଛନ୍ତି । ନାବାଳକ ନିଶାସକ୍ତ ହୋଇ ଚୋରୀ, ଦୁର୍ଷ୍କର୍ମ, ହତ୍ୟା ଭଳି ଜଘନ୍ୟ ଅପରାଧ ଘଟାଉଥିବା ମହିଳାମାନେ ଅଭିଯୋଗ କରିଛନ୍ତି । ଏବେ ଗାଁକୁ ନିଶାମୁକ୍ତ ଗାଁ ଗଠନ କରିବାକୁ ମହିଳାମାନେ ଅଣ୍ଟା ଭିଡିଛନ୍ତି ।

ପୂର୍ବାହ୍ନରେ ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ ସଭାପତି ତଥା ଜିଲ୍ଲା ପରିଷଦ ସଭ୍ୟ ଭାନୁପ୍ରତାପସିଂ ମାଝିଙ୍କ ନେତୃତ୍ୱରେ ଗାଁର ଶତାଧିକ ମହିଳା ଜିଲ୍ଲା ଅବକାରୀ କାର୍ଯ୍ୟାଳୟ ଦ୍ୱାରସ୍ଥ ହୋଇଛନ୍ତି । ସେଠି ଅବକାରୀ ଅଫିସ ଭିତରେ ମହିଳାମାନେ ଧାରଣାରେ ବସିଛନ୍ତି । ଗାଁରେ ଅବକାରୀ ବିଭାଗ ଚଢ଼ାଉ କରି ଗାଁକୁ ସମ୍ପୁର୍ଣ୍ଣ ନିଶାମୁକ୍ତ କରିବାକୁ ଦାବି କରିଛନ୍ତି । ପରିବାର ଓ ସମାଜର ଆର୍ଥିକ ଉନ୍ନତି କରିବା ସହ ଶିକ୍ଷାର ବିକାଶ କରି ସୁସ୍ଥ ସମାଜ ଗଠନ କରିବାକୁ ଦାବି କରିଛନ୍ତି । ଜିଲ୍ଲା ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଅବକାରୀ ନିରୀକ୍ଷକ ହୀରାବତୀ ଥାଟି ଘଟଣା ସ୍ଥଳରେ ପହଞ୍ଚି ମହିଳାମାନଙ୍କୁ ବୁଝାସୁଝା କରିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.