ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଲିଡ୍ସ ଟେଷ୍ଟରେ ଏହି ଭୁଲ କରିଦେଲେ କ୍ୟାପ୍ଟେନ୍‌ ଶୁବମନ୍ ଗିଲ, ଆଇସିସି ନେବ ଆକ୍ସନ !

Published By : Ankita S | June 21, 2025 2:05 PM

ନୂଆଦିଲ୍ଲୀ,୨୧/୦୬: ଲିଲ୍ସ ଟେଷ୍ଟରେ ଗଡ଼ବଡ଼ କରିଦେଲେ ଅଧିନାୟକ ଶୁବମନ୍ ଗିଲ୍ । ଆକ୍ସନ ନେବ କି ଆଇସିସି ? ଆଗାମୀ ଟେଷ୍ଟରୁ ବ୍ୟାନ୍‌ ହେବେ ନା ଫାଇନ୍ ଗଣିବେ ଗିଲ ? ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟର  ପ୍ରଥମ ଦିନରେ ଭାରତୀୟ ଦଳର ଅଧିନାୟକ ପ୍ରିନ୍ସ କ୍ୟାପ୍ଟେନ୍‌ ଦମଦାର ପାଳି ଖେଳିଥିଲେ । ଶତକ ହାସଲ କରିଥିବା ଶୁବମନ୍‌ ଆଇସିସିର ଏକ ନିୟମ ଭାଙ୍ଗିଛନ୍ତି । ତେଣୁ ତାଙ୍କୁ ଆସନ୍ତା ଟେଷ୍ଟରୁ ବ୍ୟାନ୍ କରାଯାଇ ପାରେ ନଚେତ୍ ଫାଇନ୍ ଦେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ଲିଡ୍ସ ଟେଷ୍ଟର ପ୍ରଥମ ଇନିଂସରେ ଭାରତ ୩ ୱିକେଟ ହରାଇ ୩୫୯ ରନ୍ କରିଛି । ଜୈସ୍ୱାଲ ୧୫୯ ବଲ୍‌ରେ ୧୦୧ ରନ୍ କରିଥିଲେ । କେଏଲ ରାହୁଲ ୪୨ ଓ ଋଷବ ପନ୍ତ ଅପରାଜିତ ୬୫ ରନ୍‌ କରିଛନ୍ତି । ଅଧିନାୟକ ଶୁବମନ୍ ଗିଲ ଅପରାଜିତ ୧୨୭ରନ୍‌ର ପାଳି ଖେଳିଛନ୍ତି । ଶୁବମନଙ୍କ ଏହି ଜବରଦସ୍ତ ଶତକୀୟ ପାଳିକୁ ନେଇ ଚର୍ଚ୍ଚା ହେଉଛି । ଏହା ସହିତ ଆଉ ଏକ କାରଣ ପାଇଁ ବି ଚର୍ଚ୍ଚାରେ ଅଛନ୍ତି ଗିଲ୍‌ । ଶୁବମନ୍‌ ଗିଲ ଏହି ମ୍ୟାଚରେ କଳା ରଙ୍ଗର ମୋଜା ପିନ୍ଧି ଖେଳିଥିଲେ । ଯାହା ଆଇସିସିର ନିୟମ ଉଲଂଘନ ବୋଲି କୁହାଯାଉଛି ।

ଆଇସିସିର ପୋଷାକ ଓ ଉପକରଣ ନିୟମ (Clothing and Equipment Rules)କ୍ଲାଜ ୧୯.୪୫ ମୁତାବିକ୍‌ ଟେଷ୍ଟ କ୍ରିକେଟରେ ଖେଳାଳି ଧଳା, କ୍ରିମ୍ ରଙ୍ଗର ମୋଜା ପିନ୍ଧିବା କଥା । ହେଲେ ଶୁବମନ୍ ଗିଲ୍‌ କଳା ରଙ୍ଗର ମୋଜା ପିନ୍ଧିଥିଲେ । ମେଲବୋର୍ଣ୍ଣ କ୍ରିକେଟ କ୍ଲବ ସୁପାରିଶ୍ ମୁତାବିକ୍ ଏହି ନିୟମ ମେ ୨୦୨୩ରୁ  ଲାଗୁ ହୋଇଛି । ଶୁବମନଙ୍କ ଏହି ନିମୟ ଭଙ୍ଗ ପରେ ମ୍ୟାଚ ରେଫରୀଙ୍କ ଉପରେ ନିର୍ଭର କରୁଛି କି ସେ କଣ ନିଷ୍ପତ୍ତି ନେଉଛନ୍ତି । ଯଦି ମ୍ୟାଚ ରେଫରୀ ମାନନ୍ତି କି ଶୁବମନ୍ ଜାଣିଶୁଣି ଲେବଲ-୧ ନିୟମ ଭାଙ୍ଗିଛନ୍ତି ତେବେ ତାଙ୍କୁ ଜରିମାନା ଲାଗିପାରେ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.