ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଶ୍ରୀମନ୍ଦିରରେ ଉଝୁଳା ହେବ ସୁନା କୂଅ, ଗଜାନନ ବେଶରେ ଶେଷ ସ୍ପର୍ଶ ଦେଉଛନ୍ତି ଦୟଣାମାଳୀ ସେବକ

Published By : Prameya | June 10, 2025 11:00 AM

ପୁରୀ,୧୦/୦୬:  ବୁଧବାର ମହାପ୍ରଭୁଙ୍କ ସ୍ନାନ ଯାତ୍ରା । ସ୍ନାନ ମଣ୍ଡପରୁ ଗଜାନନ ବେଶରେ  ଦର୍ଶନ ଦେବେ ମହାବାହୁ । ଶ୍ରୀମନ୍ଦିର  ସମ୍ମୁଖରେ ରୁଣ୍ଢ ହୋଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ  ହାତୀ ବେଶରେ ଦର୍ଶନ କରିବେ  ଅଗଣିତ ଭକ୍ତ । ଏଣୁ ସଜେଇ ହେଉଛି  ଶ୍ରୀମନ୍ଦିର ସ୍ନାନମଣ୍ଡପ ଓ ବଡ଼ଦାଣ୍ଡ । ପାରମ୍ପରିକ ଚିତ୍ରକରମାନେ ମଣ୍ଡପରେ ରଙ୍ଗ ଦେଇ ସୁସଜ୍ଜିତ କରୁଛନ୍ତି । ମାର୍କେଟ ଛକରୁ ଦର୍ଶନାର୍ଥୀଙ୍କ ପାଇଁ  ବାରିକେଡ଼୍‌ ତିଆରି ହୋଇଛି । ହାତୀ ବେଶ ପୂର୍ବରୁ ଠାକୁରଙ୍କୁ ଜଳ ଲାଗି  କରାଯିବ । 

ସୁନା କୂଅରୁ ଜଳ ଆସି ୧୦୮  ଗରା ଜଳ ଲାଗି ହେବେ ଠାକୁରେ । ଏଣୁ ମଙ୍ଗଳବାର ସୁନା କୂଅ ଉଝୁଳା ଯିବ । ଏପଟେ ହାତୀ ବେଶରେ ଶେଷ  ସ୍ପର୍ଶ ଦିଆଯାଉଛି । ଦୟଣାମାଳୀ  ସେବକ ବସନ୍ତ(ଇଲା) ରଣାଙ୍କ  ତତ୍ତ୍ୱାବଧାନରେ ପ୍ରସ୍ତୁତ ହେଉଛି  ଠାକୁରଙ୍କ ହାତୀ ବେଶ । ଶ୍ରୀବଳଭଦ୍ରଙ୍କ  ପାଇଁ ଧଳାରଙ୍ଗର ବେଶ ଓ ମହାପ୍ରଭୁ  ଶ୍ରୀଜଗନ୍ନାଥଙ୍କର କଳାରଙ୍ଗର ବେଶ  ପ୍ରସ୍ତୁତ ହୋଇଛି । ଠାକୁରଙ୍କ ଶ୍ରୀମସ୍ତକ  ପାଇଁ ତରାସ ଓ ତାର ନିମ୍ନଅଂଶ ପାଇଁ  ଡ଼ାଳି ନିର୍ମାଣ ହୋଇଛି । ମୁଖାରବିନ୍ଦରେ  ଲାଗି ହେବେ କିଆଫଳି । ଚନ୍ଦ୍ରସୂର୍ଯ୍ୟ,  ଛତି, କାନ, ଚିତା, ଥୋଡ଼ହସ୍ତ,  ଅଧର, ତୋରଣା ଓ ଗଜଖୁମ୍ୱ ତିଆରି  ହୋଇଛି । ଦେବୀ ସୁଭଦ୍ରାଙ୍କ ପାଇଁ ୨ଟି  ତଡ଼କୀ, ନାକୁଆସୀ, ତରାସ, ଛତି ଓ  ଚୂଳ, ଚିତା ଆଦି ବେଶ ଉପକରଣ  ପ୍ରସ୍ତୁତ ହୋଇଛି । ସୁଦର୍ଶନ ମହାପ୍ରଭୁଙ୍କ  ପାଇଁ ସବୁଜ ରଙ୍ଗର ଚକ୍ର, ଚୂଳ  ଏବଂ ଓଲାର ତିଆରି କରାଯାଉଛି । ସ୍ନାନଯାତ୍ରା ଦିନ ପଟୁଆରରେ ବେଶ  ବିଜେ ହୋଇ ସ୍ନାନମଣ୍ଡପରେ ଠାକୁରଙ୍କ  ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର  ଦୟଣାମାଳୀ ସେବକମାନେ ମହାପ୍ରଭୁଙ୍କ  ସେବାରେ ନିୟୋଜିତ ହୋଇ ଶ୍ରୀମନ୍ଦିର  ଉତ୍ତରଦ୍ୱାର ନିକଟ ଶୀତଳା ଠାକୁରାଣୀଙ୍କ  ସମୀପସ୍ଥ ସୁନା କୂଅକୁ ଶୋଧ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.