ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବିସ୍ଫୋରକ ଲୁଟ୍ ଗୁମର ଖୋଲିବ ଗୋଦାମ ମାଲିକ; ଶ୍ରବଣଙ୍କୁ ୨ ଦିନିଆ ରିମାଣ୍ଡରେ ନେଲା ପୁଲିସ

Published By : Prameya | June 5, 2025 1:43 PM

ରାଉରକେଲା,୫/୬: କେ.ବଲାଙ୍ଗ ଥାନା ଅନ୍ତର୍ଗତ ବାଙ୍କୋ ପଥର ଖାଦାନରୁ ବିସ୍ଫୋରକ ଲୁଟ୍ ଘଟଣା। ଗୋଦାମ ମାଲିକ ଶ୍ରବଣ ଅଗ୍ରୱାଲଙ୍କୁ ଗୁରୁବାର ରିମାଣ୍ଡରେ ଆଣିଛି ରଘୁନାଥପାଲି ପୁଲିସ। କୋର୍ଟରେ ୭ ଦିନିଆ ରିମାଣ୍ଡ ଆବେଦନ କରିଥିଲା । ମାତ୍ର ୨ ଦିନ ରିମାଣ୍ଡ ପାଇଁ କୋର୍ଟ ଅନୁମତି ପ୍ରଦାନ କରିଛନ୍ତି । ବର୍ତ୍ତମାନ ରଘୁନାଥପାଲି ଥାନାରେ ଶ୍ରବଣଙ୍କୁ ପଚରାଉଚରା କରୁଛି ପୁଲିସ । 

ମଙ୍ଗଳବାର ଅର୍ଥାତ ୩ ତାରିଖରେ ରଘୁନାଥପାଲି ପୁଲିସ୍‌ ଗିରଫ କରି କୋର୍ଟ ଚାଲାଣ କରିଥିଲା । କୋର୍ଟରେ ସେମାନଙ୍କ  ଜାମିନ୍‌ ନାମଞ୍ଜୁର ହେବାରୁ ସେମାନଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିଲା । ଗୋଦାମ ମାଲିକଙ୍କୁ ଏକ ସପ୍ତାହ ଲାଗି ରିମାଣ୍ଡରେ ଆଣିବା ଲାଗି କୋର୍ଟରେ ପୁଲିସ୍‌ ଆବେଦନ କରିଥିଲେ। କୋର୍ଟ ଶ୍ରବଣଙ୍କୁ ୨ ଦିନିଆ ରିମାଣ୍ଡ ନେବାକୁ ଅନୁମିତି ପ୍ରଦାନ କରିଛନ୍ତି । ଏବେ ଶ୍ରବଣଙ୍କୁ ରିମାଣ୍ଡରେ ଆଣି ପୁଲିସ ପଚରାପଚରା କରୁଛି । ସେହିପରି ଶ୍ରବଣଙ୍କ ପତ୍ନୀ ନିକିତା ଅଗ୍ରୱାଲଙ୍କୁ ପୁଲିସ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

ଶ୍ରବଣ ଓ ପତ୍ନୀ ନିକିତା ଅଗ୍ରୱାଲଙ୍କ ନାମରେ ରହିଛି ୪ଟି ଗୋଦାମ । ବଡ଼ଗାଁ ଇତ୍‌ମା ଗୋଦାମଟି ନିକିତାଙ୍କ ନାଁରେ ଥିବାବେଳେ ଶ୍ରବଣ ତାକୁ ପରିଚାଳନା କରୁଥିଲେ । ସେମାନଙ୍କର ମୋଟ୍ ଚାରୋଟି ଗୋଦାମ ରହିଥିବା ବେଳେ ବଡ଼ଗାଁ ବ୍ୟତୀତ ଆଉ କେଉଁ ସ୍ଥାନରେ ବାକି ତିନୋଟି ଗୋଦାମ ରହିଛି ସେ ନେଇ ପୁଲିସ୍‌ ପଚରାଉଚରା କରିବ।


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.