ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ସମ୍ମାନଜନକ ଅସ୍କାର ପାଇବେ ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌; ଡଲି ପାର୍ଟନ, ଡେବି ଏଲନ ବି ସମ୍ମାନିତ ହେବେ

Published By : Prameya | June 19, 2025 10:19 AM

ମୁମ୍ବାଇ ୧୯/୦୬: ହଲିଉଡ୍‌ ଅଭିନେତା ଟମ୍‌ କ୍ରୁଜ୍‌ ଗଭର୍ନର୍ସ ଆୱାର୍ଡସ୍‌-୨୦୨୫ରେ ସମ୍ମାନଜନକ ଅସ୍କାର ପୁରସ୍କାରରେ ସମ୍ମାନିତ ହେବେ। ଟମ୍‌ ୩୫ ବର୍ଷ ପୂର୍ବେ ଅସ୍କାର ପାଇଁ ନୋମିନେଟ୍‌ ହୋଇଥିଲେ । ଏବେ ୨୦୨୫ରେ ସେ  ଅନରାରୀ ଅସ୍କାର ପୁରସ୍କାର ଲାଭ କରିବେ। ୬୨ ବର୍ଷୀୟ ଟମ୍‌ ମିଶନ ଇମ୍ପସିବଲ ଓ ଟପ୍‌ ଗନ୍‌  ଭଳି ବ୍ଲକ୍‌ବଷ୍ଟର ଫିଲ୍ମ ସିରିଜ୍‌ରେ ବିପଦପୂର୍ଣ୍ଣ ଷ୍ଟଣ୍ଟ୍‌ ପାଇଁ ପରିଚିତ । ବର୍ନ ଅନ୍‌ ଫୋର୍ଥ ଅଫ୍‌ ଜୁଲାଇ, ଜେରି ମାଗୁଏର ଓ ମଙ୍ଗୋଲିଆ  ପାଇଁ ଅଭିନୟ ଶ୍ରେଣୀରେ ୩ ନୋମିନେସନ୍‌  ଏବଂ ଟପ୍‌ ଗନ୍‌: ମାଭରିକ୍‌ ପାଇଁ ଶ୍ରେଷ୍ଠ ଚଳଚ୍ଚିତ୍ର ଶ୍ରେଣୀରେ ନୋମିନେସନ୍‌  ହାସଲ କରିଛନ୍ତି ଟମ୍‌ । 

ସେହିପରି ସଙ୍ଗୀତ  ଓ ଅଭିନୟ ଜଗତର କୁଇନ୍‌ ଡଲି ପାର୍ଟନ୍‌ଙ୍କୁ ମିଳିବ ଜିନ୍‌ ହରଶୋଲ୍ଟ ମାନବତା ପୁରସ୍କାର ।  ଡଲି ‘୯ ଟୁ ୫’ ଓ ‘ଷ୍ଟିଲ୍‌ ମଙ୍ଗୋଲିଆଜ୍‌’ ଭଳି ଫିଲ୍ମରେ କାମ କରିଛନ୍ତି । ତାଙ୍କ ଡଲିଉଡ୍‌  ଫାଉଣ୍ଡେସନ୍‌ ଓ ଇମାଜିନେସନ୍‌ ଲାଇବ୍ରେରୀ ୧୯୯୫ ମସିହାରୁ ପିଲାଙ୍କୁ ୨୮.୫ କୋଟି ପୁସ୍ତକ  ବଣ୍ଟନ କରିଛି । ‘୯ ଟୁ ୫’ ଓ ‘ଟ୍ରାଭେଲିନ୍‌ ଥ୍ରୁ’ ଗୀତ ପାଇଁ ଡଲି ୨ଟି ଅସ୍କାର ପୁରସ୍କାର  ପାଇଁ ନୋମିନେଟ୍‌ ହୋଇଛନ୍ତି । ଏହି ସମ୍ମାନ ସେ ନିଜର ସମାଜ ସେବା ପାଇଁ  ପାଇବେ । 

ଅନ୍ୟପକ୍ଷେ, ଚମତ୍କାର କୋରିଓଗ୍ରାଫି ପାଇଁ ସମ୍ମାନଜନକ ଅସ୍କାର  ପାଇବେ ଡେବି ଆଲେନ । ସେ ୭ ଥର ଅସ୍କାର ସମାରୋହର କୋରିଓଗ୍ରାଫି କରିଛନ୍ତି । ୪ ଥର ସେ ଏମି ଆୱାର୍ଡସ୍‌ ପାଇଁ  ନୋମିନେଟ୍‌ ହୋଇଛନ୍ତି । ପ୍ରଡକ୍ସନ୍‌ ଡିଜାଇନର ୱେନ ଥୋମାସ  ମଧ୍ୟ ସମ୍ମାନଜନକ ଅସ୍କାର ଦ୍ୱାରା ସମ୍ମାନିତ ହେବେ । ଟମ୍‌ଙ୍କ ସମେତ ଏମାନେ ଆସନ୍ତା ନଭେମ୍ବର ୧୬ ତାରିଖରେ ଲସ୍‌  ଏଞ୍ଜେଲସଠାରେ ଆୟୋଜିତ ହେବାକୁ ଥିବା ୧୬ତମ ଗଭର୍ନର୍ସ  ଆୱାର୍ଡସ୍‌ ସମାରୋହରେ ସମ୍ମାନିତ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.