ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗାଈ ପଲ ଉପରେ ମାଡ଼ିଗଲା ଟ୍ରକ୍: ୧୨ ମୃତ, ୩ ଚିକିତ୍ସିତ

Published By : Harapriya Sethi | June 22, 2025 9:15 AM

ବ୍ରହ୍ମପୁର,୨୨/୦୬: ବ୍ରହ୍ମପୁର ଉପକଣ୍ଠ ଖଜୁରିଆ ଜାତୀୟ ରାଜପଥରେ ରବିବାର ଭୋର ସମୟରେ ଗାଈ ପଲ ଉପରେ ଟ୍ରକ୍ ମାଡ଼ି ଯାଇଛି । ଏଥିରେ ୧୨ ଗାଈଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଗାଈ ଗୁରୁତର ଆହତ ହୋଇଛନ୍ତି । ଦୁର୍ଘଟଣା ଘଟାଇ ଗାଡ଼ିଟି ସେଠାରୁ ଚମ୍ପଟ ମାରିଛି । 

ସୂଚନା ମୁତାବକ, ଖଜୁରିଆ ଜାତୀୟ ରାଜପଥ ଇଲେକ୍ଟ୍ରି ସବଷ୍ଟେସନ୍‌ ସମ୍ମୁଖରେ ଭୋର ସାଢେ ୩ ଟାରେ ଦୁର୍ଘଟଣା ଘଟିଛି । ଏକ ଅଜଣା ଟ୍ରକ୍ ଗାଈ ପଲକୁ ଧକ୍କା ଦେଇଥିଲା। ଏସମ୍ପର୍କରେ ଖବର ପାଇ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଓ ବ୍ରହ୍ମପୁର ଟ୍ରାଫିକ ଥାନା ପୁଲିସ ସେଠାରେ ପହଞ୍ଚିଥିଲେ । କ୍ରେନ୍‌ ସାହାଯ୍ୟରେ ଗାଈଙ୍କୁ ରାସ୍ତାରୁ ହଟାଇଥିଲେ। ଫଳରେ ରାସ୍ତାରେ ଗାଡ଼ି ଲମ୍ବା ଧାଡ଼ିରେ ଛିଡ଼ା ହୋଇଥିଲା । ଘଣ୍ଟାଏ ପରେ ଗାଡ଼ି ଚଳାଚଳ ସ୍ୱାଭାବିକ ହୋଇଥିଲା । ବହୁ ବାର ଯୋଗାଯୋଗ କରିବା ପରେ ସକାଳ ୭ ଟାରେ ପ୍ରାଣୀ ଚିକିତ୍ସକ ଆସିଥିଲେ। ଏହି ମଧ୍ୟରେ ୧୨ ଟି ଗାଈଙ୍କ ମୃତ୍ୟୁ ହୋଇଥିଲା । ୩ ଟି ଗାଈଙ୍କର ଚିକିତ୍ସା ଚାଲିଛି । ମୃତ ଗାଈଗୁଡ଼ିକ ଖଜୁରିଆ ଗ୍ରାମର ଯଶୋଦା ନାୟକ ଓ ବାବୁ ନାହାକଙ୍କର ବୋଲି ପ୍ରାଣୀ ସମ୍ପଦ ଅଧିକାରୀ କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.