ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

କଙ୍ଗାରୁ କୋର୍ଟ : ୨ ଜଣକୁ ଅଧା ଲଣ୍ଡା କରି ନର୍ଦ୍ଦମା ପାଣି ପିଆଇଲେ ଲୋକେ

Published By : Suraj Kumar | June 22, 2025 7:38 PM

ଧରକୋଟ,୨୨।୬ :  ଗାଁ ଦାଣ୍ଡରେ କଙ୍ଗାରୁ କୋର୍ଟ।  ଦୁଇ ଜଣ ଦଳିତ ଙ୍କୁ ଅଧା ଲଣ୍ଡା କରି ଗାଁ ଦାଣ୍ଡରେ ଆଣ୍ଠେଇଲେ ଆଣ୍ଠେଇ ଦୁଇ କିଲୋ ମିଟର ଚଳେଇବା ସହ ନର୍ଦ୍ଦମା ର ମଇଳା ପାଣି ପିଆଇଲେ ଲୋକେ l ଏମିତି ଏକ  ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା ଅନ୍ତର୍ଗତ ଖାରିଗୁମ୍ମା ଗ୍ରାମ ରାଜରାସ୍ତାରେ l ଅକାରଣରେ ଦଣ୍ଡ ପାଇ ଥିବା ଦୁଇ ବ୍ୟକ୍ତି ହେଲେ ସୀଙ୍ଗିପୁର ଗ୍ରାମର ବୁଲୁ ନାୟକ ଓ ବାବୁଲା ନାୟକ  ।

 ସୂଚନା ଅନୁସାରେ ଝିଅକୁ ଯୌତୁକ ଦେବା ପାଇଁ ବୁଲୁ ଓ ବାବୁଲା ହରିପୁରରୁ ତିନୋଟି ଗାଈ ଧରି ସୀଙ୍ଗିପୁର ଯିବା ବେଳେ ଖାରିଗୁମ୍ମା ଠାରେ ତାଙ୍କୁ କିଛି ଲୋକ ଅଟକାଇଥିଲେ। ଗୋ ଚାଲାଣ କରୁଥିବା କହି ପଇସା ମାଗିଥିଲେ l ପଇସା ନଦେବାରୁ ଦୁଇ ନିରୀହ ଲୋକକୁ ମାଡ ମାରିବା ସହ ସେଲୁନରେ ଅଧା ଲଣ୍ଡା କରିଥିଲେ l ଅଧା ଲଣ୍ଡା କରି ସେମାନଙ୍କୁ ଖାରିଗୁମ୍ମା ଠାରୁ ପାଦରେ ଚଳାଇ ଜାହାଡା ଆଣିଥିଲେ। ପାଖାପାଖି ଦୁଇ କିଲୋମିଟର ରାସ୍ତା ଜାହାଡା ଗାଁ ଦାଣ୍ଡରେ ଆଣ୍ଠେଇ ଆଣ୍ଠେଇ ଚଲାଇଥିଲେ l ସେମାନଙ୍କୁ ଘାସ ଖାଇବାକୁ ଦେବା ସହ ନର୍ଦ୍ଦମାର ମଇଳା ପାଣି ପିଇବାକୁ ବାଧ୍ୟ କରାଇଥିଲେ l ତେବେ ସୁଯୋଗ ପାଇ  ଦୁଇ ଜଣ ସେଠାରୁ ଖସି ଆସିଥିବା ବେଳେ ଏନେଇ ଧରାକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l ଅଭିଯୁକ୍ତଙ୍କ ମୁଣ୍ଡ ଆଉ ପିଠିରେ ଆଘାତ ଲାଗିଥିବା ବେଳେ ଧରାକୋଟ ପୋଲିସ ତାଙ୍କୁ ମେଡ଼ିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଘଟଣାରେ ତଦନ୍ତ କରୁଛି l ଏ ନେଇ ଧରାକୋଟ ଥାନାରେ ମାମଲା ରୁଜୁ ହେବା ସହ ଏ ଘଟଣାରେ ସାତ ରୁ ଆଠ ଜଣ ଅଭିଯୁକ୍ତ ସଂପୃକ୍ତ ଥିବା ନେଇ ଧରାକୋଟ ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ସୂଚନା ଦେଇଛନ୍ତି । ଏପରି ଏକ  ଘଟଣାରେ ଯିଏବି ଆଇନ କୁ ହାତକୁ ନେଇଛି ସେମାନଙ୍କୁ କଠୋର ଦଣ୍ଡ  ଦିଆଯିବ ବୋଲି ଥାନା ଅଧିକାରୀ କହିଛନ୍ତି । ଏସଂକ୍ରାନ୍ତରେ ଜଣକୁ ଧରାକୋଟ ପୁଲିସ ଅଟକ ରଖି ତଦନ୍ତ କରୁଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.