ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ୟୁଏଇ ଆୟୋଜନ କରିବ ଏସିଆ କପ୍‌ କ୍ରିକେଟ୍‌ ! ଭାରତ-ପାକିସ୍ତାନ ସହମତି ହେଲେ ଟୁର୍ଣ୍ଣାମେଣ୍ଟ ଖେଳାଯିବ

Published By : Prameya | June 17, 2025 9:28 AM

ନୂଆଦିଲ୍ଲୀ,୧୭/୦୬: ଆସନ୍ତା ବର୍ଷ ଫେବ୍ରୁଆରୀ-ମାର୍ଚ୍ଚ ମାସରେ ଆୟୋଜିତ ହେବ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ । ଭାରତ ଓ  ଶ୍ରୀଲଙ୍କା ୨୦୨୬ ସଂସ୍କରଣ ଆୟୋଜନ କରିବେ । ବିଶ୍ୱକପ୍‌ ପୂର୍ବରୁ ଚଳିତ ବର୍ଷ  ସେପ୍ଟେମ୍ବର ମାସରେ ଏସିଆ କପ୍‌  ଆୟୋଜିତ ହେବ । ଯେହେତୁ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଆଗକୁ ରହିଛି, ତେଣୁ ଏହି  ସଂସ୍କରଣ ଟି-ଟ୍ୱେଣ୍ଟି ଫର୍ମାଟରେ ଖେଳାଯିବ ।  

କିନ୍ତୁ ଏ ପର୍ଯ୍ୟନ୍ତ ଏସିଆ କପ୍‌  ଚଳିତ ବର୍ଷ ଖେଳାଯିବ କି ନାହିଁ ତାହା  ସ୍ପଷ୍ଟ ହୋଇ ନାହିଁ । ଟୁର୍ଣ୍ଣାମେଣ୍ଟର ୩ ମାସ  ପୂର୍ବରୁ ସୂଚୀ ଚୂଡ଼ାନ୍ତ ହେବା କଥା । ୟୁଏଇ  ଏହି ସଂସ୍କରଣ ଆୟୋଜନ କରିବ ବୋଲି  କୁହାଯାଉଛି । ମାତ୍ର ଭାରତ ଓ ପାକିସ୍ତାନ  ଟୁର୍ଣ୍ଣାମେଣ୍ଟ ଖେଳିବାକୁ ସହମତି ପ୍ରକାଶ  ନକଲେ ଏସିଆ କପ୍‌ ବାତିଲ ହେବ । 

ଜମ୍ମୁ-କାଶ୍ମୀରରେ ପର୍ଯ୍ୟଟକଙ୍କୁ  ଆତଙ୍କବାଦୀମାନେ ହତ୍ୟା କରିବା ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ତୀବ୍ର  ଉତ୍ତେଜନା ପ୍ରକାଶ ପାଇଥିଲା। ଏହାପରେ  ଦୁଇ ଦେଶ ମଧ୍ୟରେ ସଂପର୍କ ଅତି ତିକ୍ତ  ହୋଇ ହୋଇ ପଡ଼ିଛି । ଉଭୟ ଦଳ  ଏସିଆ କପ୍‌ ଖେଳିବେ କି ନାହିଁ ତାହା ଉଭୟ ଦେଶର ସରକାରଙ୍କ ଉପରେ  ନିର୍ଭର କରୁଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.