ନୂଆଦିଲ୍ଲୀ: ୟଶସ୍ୱୀ ଜୟସ୍ୱାଲ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍ର ପ୍ରଥମ ମ୍ୟାଚ୍ରେ ବଡ଼ ରେକର୍ଡ କରିଛନ୍ତି । ଇଂଲିଶ ବୋଲରଙ୍କୁ ଧୋଇଛନ୍ତି ଜୟସ୍ବାଲ। ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସରିଜ୍ର ପ୍ରଥମ ମ୍ୟାଚ୍ରେ ଶତକ ହାସଲ କରିଛନ୍ତି । ଆଜି ଟସ୍ ହାରିବା ପରେ ପ୍ରଥମେ ବ୍ୟାଟିଂ କରିଥିଲା ଟିମ୍ ଇଣ୍ଡିଆ । ଓପନ କରିବାକୁ ଆସିଥିବା ଜୟସ୍ବାଲ ଶତକ ମାରି ଇଂଲଣ୍ଡ ଟିମ୍କୁ ଘାଇଲା କରି ପକାଇଛନ୍ତି ।
ଯଶସ୍ୱୀ ଜୟସ୍ୱାଲ ତାଙ୍କ ଟେଷ୍ଟ କ୍ୟାରିୟରର ପଞ୍ଚମ ଶତକ ପୂରଣ କରିଛନ୍ତି । ଏହା ଜୟସ୍ୱାଲଙ୍କର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ କ୍ରିକେଟରେ ତୃତୀୟ ଶତକ। ଜୟସ୍ୱାଲ ତାଙ୍କ ଶତକ ଆଧାରରେ ଅନେକ ନୂତନ ରେକର୍ଡ ମଧ୍ୟ ସ୍ଥାପନ କରିଛନ୍ତି। ଟେଷ୍ଟ କ୍ରିକେଟରେ ଯଶସ୍ୱୀ ଜୟସୱାଲଙ୍କ ନାମରେ ଏକ ଅନନ୍ୟ ରେକର୍ଡ ସୃଷ୍ଟି ହୋଇଛି। ପ୍ରଥମ ଭାରତୀୟ କ୍ରିକେଟର ଭାବରେ ସେ ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ବିପକ୍ଷରେ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳୁଥିବା ସମୟରେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।
ବିଶ୍ୱ କ୍ରିକେଟରେ ଏହି କୃତିତ୍ୱ ହାସଲ କରିବାରେ ଯଶସ୍ୱୀ ଜୟସ୍ବାଲ ପଞ୍ଚମ ଖେଳାଳି। ଏହା ବ୍ୟତୀତ, ଯଶସ୍ୱୀ ଜୟସ୍ବାଲ ଭାରତର ଦ୍ୱିତୀୟ ସର୍ବକନିଷ୍ଠ ବ୍ୟାଟର, ଯିଏ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି। ଜୟସ୍ବାଲ ୨୩ ବର୍ଷ ୧୭୪ ଦିନ ବୟସରେ ଟେଷ୍ଟରେ ଇଂଲଣ୍ଡ ବିପକ୍ଷରେ ଶତକ ହାସଲ କରିବାରେ ସଫଳ ହୋଇଛନ୍ତି ।
ଇଂଲଣ୍ଡରେ ଟେଷ୍ଟ କ୍ରିକେଟରେ ଶତକ ହାସଲ କରିଥିବା ସବୁଠାରୁ କମ ବୟସ୍କ ଭାରତୀୟ ଖେଳାଳି
ସୟଦ ମୁସ୍ତାକ ଅଲି - ୨୧ ବର୍ଷ ୨୨୧ ଦିନ (୧୯୩୬)
ଯଶସ୍ୱୀ ଜୟସ୍ବାଲ - ୨୩ ବର୍ଷ ୧୭୪ ଦିନ (୨୦୨୫)
ବୀରେନ୍ଦ୍ର ସେହୱାଗ - ୨୩ ବର୍ଷ ୨୯୨ ଦିନ (୨୦୦୨)
ବିଜୟ ମର୍ଚ୍ଚାଣ୍ଟ - ୨୪ ବର୍ଷ ୨୮୭ ଦିନ (୧୯୩୬)