ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମାମୁଁ ଘରକୁ ବୁଲିବାକୁ ଆସିଥିଲା, ନଦୀରେ ବୁଡ଼ି ଭଣଜା ମୃତ

Published By : Suraj Kumar | June 14, 2025 10:37 PM

କେନ୍ଦୁଝର ସଦର,୧୪/୬(ଆପ୍ର) ମାମୁଁ ଘରକୁ ବୁଲିବାକୁ ଆସିଥିଲା ଭଣଜା। ଅରଡେଇ ନଦୀରେ  ଗାଧୋଉଥିବା ବେଳେ ବୁଡ଼ି ଯାଇ  ଭଣଜା ମୃତ। ଏମିତି ଏକ ଅଭାବନୀୟ ଘଟଣା ଦେଖାଇବାକୁ ମିଳିଛି କେନ୍ଦୁଝର ଜିଲ୍ଲା ସଦର ଥାନା ଅନ୍ତର୍ଗତ ବୋଦାପଳସା ଅରଡେଇ ନଦୀ ଠାରେ ।  ମୃତକ ଜଣକ ହେଲେ ଦେବଗଡ  ଜିଲ୍ଲା ଗାଗୁଆପ୍ରଭାଶୁଣି ଗ୍ରାମର  ପ୍ରେମାନନ୍ଦ ମହାପାତ୍ରଙ୍କ ପୁଅ ପ୍ରବୀଣ ମହାପାତ୍ର (୧୬ )

ମାମୁଁ ନିଗମ କୁମାର ମହାରଣା ଘରକୁ ଭଣଜା ପ୍ରବୀଣ ମହାପାତ୍ର ଆସିଥିଲେ। ପ୍ରବୀଣ ଓ  ତିନି ଜଣ ସାଙ୍ଗସାଥୀ ହୋଇ ନଦୀକୁ ଗାଧେଇବା ଯାଇଥିଲେ ।  ଗାଧୋଉ ଥିବା ବେଳେ  ହଠାତ୍ ଗଭୀର ପାଣିରେ ବୁଡି ଯାଇଥିଲେ ଖବର ପାଇ ସ୍ଥାନୀୟ ଲୋକେ ଉଦ୍ଧାର କରି  ପ୍ରବୀଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି।  ଏ ନେଇ ସଦର ଥାନାରେ ଏକ  ମାମଲା ରୁଜୁ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.