ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହାଇୱା ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟଣା , କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Published By : Harapriya Sethi | June 18, 2025 12:07 PM

ଘଷିପୁରା,୧୮/୦୬: କେନ୍ଦୁଝର ଜିଲ୍ଲା ଘଷିପୁରା ଥାନା ରଘୁନାଥପୁର ଛକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଥିଲା । ଏଥିରେ ରଘୁନାଥପୁର ଗାଁର ତ୍ରିନାଥ ସୁଆ ସିଂଙ୍କ ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ରାସ୍ତା ଅବରୋଧ କରିଛନ୍ତି ସ୍ଥାନୀୟଲୋକେ । କ୍ଷତିପୂରଣ ନମିଳିବା ଯାଏ ରାସ୍ତା ରୋକ୍ ହଟିବ ନାହିଁ ବୋଲି କହିଛନ୍ତି ଗ୍ରାମବାସୀ ।

ସୂଚନା ମୁତାବକ, ମଙ୍ଗଳବାର ତ୍ରିନାଥ ସୁଆ ସିଂ ଡୁବୁରୀ ପ୍ଲାଣ୍ଟରୁ ରଘୁନାଥପୁର ଫେରୁଥିବା ସମୟରେ ହାଇୱା ସହ ତାଙ୍କ ବାଇକ୍ ଦୁର୍ଘଟଣାଗ୍ରସ୍ତ  ହୋଇଥିଲା । ବାଇକ୍‌ ଆରୋହୀଙ୍କୁ ଦୁର୍ଘଟଣା ପରେ ହରିଚନ୍ଦନପୁର ମେଡିକାଲ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ଆନନ୍ଦପୁର ମେଡିକାଲକୁ ନିଆଯାଇଥିଲା । ଅଜଣା ହାଇୱାକୁ ଧରିବା ସହ ମୃତ୍ୟୁ ଘଟିଥିବା ତ୍ରିନାଥଙ୍କ ପରିବାରକୁ କ୍ଷତିପୂରଣ ଦାବି ଓ ଦୁର୍ଘଟଣା ଘଟିଥିବା ରାସ୍ତାରେ ବାଲି ଗାଡ଼ି ବନ୍ଦ କରିବା ଦାବିରେ ରାସ୍ତାରୋକ କରିଛନ୍ତି ଲୋକେ । ରଘୁନାଥପୁର ଗାଁର ଶତାଧିକ ଗ୍ରାମବାସୀ ରଘୁନାଥପୁର ଛକଠାରେ ୨ ଘଣ୍ଟା ହେବ ରାସ୍ତା ରୋକ କରିଛନ୍ତି । ଦାବି ପୂରଣ ନହେବା ପର୍ଯ୍ୟନ୍ତ ରାସ୍ତା ରୋକ୍ ହଟିବ ନାହିଁ ବୋଲି କହିଛନ୍ତି ଗାଁ ଲୋକ ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.