ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଆଞ୍ଚଳିକ ପରିବହନ ଓ ଶ୍ରମ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ; ୧୧୬ ଦାଦନ ଶ୍ରମିକ ଉଦ୍ଧାର, ବସ୍‌କୁ ଜରିମାନା

Published By : Anindita Ratha | June 5, 2025 12:42 PM

ମାଲକାନଗିରି,୦୫/୦୬: ପରିବହନ ଓ ଶ୍ରମ ବିଭାଗର ଅତର୍କିତ ଚଢ଼ାଉ । ଘରୋଇ ବସରୁ ୧୧୬ଜଣ ଦାଦନ ଶ୍ରମିକ ଉଦ୍ଧାର। ଅତ୍ୟଧିକ ଯାତ୍ରୀ ନେବା ଅଭିଯୋଗରେ ପରିବହନ ବିଭାଗ ବସ୍ ମାଲିକଙ୍କୁ ୨୪,୨୦୦ ଟଙ୍କା ଜରିମାନା ଲଗାଇଛନ୍ତି । 

ସୂଚନା ମୁତାବକ, ବାଲାଜୀ ନାମକ ଏକ ଘରୋଇ ବଲ୍ ହାଇଦ୍ରାବାଦରୁ କଣ୍ଟାବାଞ୍ଜି ଅଭିମୁଖେ ଫେରୁଥିଲା । ଏଥିରେ କ୍ଷମତା ଠାରୁ ଅତ୍ୟଧିକ ଦାଦନ ଶ୍ରମିକ ଯାତ୍ରା କରୁଥିବା ନେଇ ଅଭିଯୋଗ ହୋଇଥିଲା । ଏନେଇ ମାଲକାନଗିରି ଜିଲ୍ଲା ଅଞ୍ଚଳିକ ପରିବହନ ବିଭାଗ ଅତର୍କିତ ଚଢ଼ାଉ କରିଥିଲା । ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଭାଗିରଥୀ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଟ୍ରାଫିକ୍ ଇନସିପେକ୍ଟର ଦୀପକ କୁମାର ସାହୁ, ଭାରାପ୍ରାପ୍ତ ଜିଲ୍ଲା ଶ୍ରମ ଅଧିକାରୀ ପୂର୍ଣ୍ଣିମା ଡୁରୁକା, ସହକାରୀ ଶ୍ରମ ଅଧିକାରୀ ପ୍ରିୟଙ୍କା ନାୟକ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ବସ୍‌କୁ ଅଟକାଇ ଥିଲେ । ଯାଞ୍ଚ ବେଳେ ବସ୍‌ରେ କ୍ଷମତା ଠାରୁ ଅଧିକ ଦାଦନ ଶ୍ରମିକ ଯାତ୍ରା କରୁଥିଲେ । ମୋଟ୍ ୧୨୦ ଯାତ୍ରୀଙ୍କ ମଧ୍ୟରୁ ଏଥିରେ ୧୧୬ଜଣ ଦାଦନ ଶ୍ରମିକ ଥିବା ବେଳେ ମାତ୍ର ୪ଜଣ ସାଧାରଣ ଯାତ୍ରୀ ଯାତ୍ରା କରୁଥିଲେ । 

ସୂଚନା ଅନୁଯାୟୀ, ଏହି ସମସ୍ତ ଶ୍ରମିକ ହାଇଦ୍ରାବାଦର ମାଙ୍ଗୀପାଲ୍ଲୀ ଅଞ୍ଚଳରେ ଏକ ଇଟାଭାଟି କମ୍ପାନୀରେ ଦାଦନ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ । ଆଜି ସେମାନେ ଏକ ବସ୍ ଯୋଗେ ନିଜ ଘର ବଲାଙ୍ଗୀର ଓ ନବରଙ୍ଗପୁରକୁ ଫେରୁଥିଲେ । ବସ୍‌ଟି କଣ୍ଟାବାଞ୍ଜି ଯାଉଥିବା ବେଳେ ମାଲକାନଗିରି ଆଞ୍ଚଳିକ ପରିବହନ ବିଭାଗ ବସ୍‌କୁ ଅଟକାଇ ଯାଞ୍ଚ କରିଥିଲେ । ତେବେ ଉକ୍ତ ବସ୍‌ରୁ ୧୧୬ଜଣ ଶ୍ରମିକ ଉଦ୍ଧାର ହୋଇଛନ୍ତି । ଶ୍ରମ ବିଭାଗ ସେମାନଙ୍କୁ ଜଳଖିଆ ଖୁଆଇ ଅନ୍ୟ ଏକ ବସରେ ଘରକୁ ପଠାଇବାକୁ ବ୍ୟବସ୍ଥା କରିଛନ୍ତି । ସମସ୍ତ ଦାଦନ ଶ୍ରମିକଙ୍କ ପରିଚୟ ଓ ଠିକଣା ସଂଗ୍ରହ କରାଯାଇ ବଲାଙ୍ଗୀରର ମାନବ ଚାଲାଣ ଦଲାଲଙ୍କୁ ଶ୍ରମ ବିଭାଗ ପକ୍ଷରୁ ନୋଟିସ ଜାରି କରାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ, ଗତ ସୋମବାର ଦିନ ବାଲାଜୀ ଟ୍ରାଭେଲ୍ସର ଆଉ ଏକ ଘରୋଇ ବସ୍ ଅତ୍ୟଧିକ ଯାତ୍ରୀଙ୍କୁ ନେଇ କଣ୍ଟାବାଞ୍ଜି ଫେରୁଥିବା ବେଳେ ମାଲକାନଗିରି ଜିଲ୍ଲା ବିଜା ଘାଟିରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏଥିରେ ୨୫ଜଣ ଶ୍ରମିକ ଆହତ ହୋଇଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.