ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କାର୍‌ରୁ ନେଇ ସ୍କୁଟର ନମ୍ବର ଥିଲା ୧୨୦୬....ବିଜୟ ରୁପାନିଙ୍କ ପାଇଁ ଲକି ନମ୍ବର ହୋଇଗଲା ଅନଲକି

Published By : Ankita S | June 13, 2025 12:08 PM

ଅହମ୍ମଦାବାଦ,୧୩/୦୬: ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ବିମାନ ଏଆଇ ୭୧୭ ଦୁର୍ଘଟଣା ହୋଇଥିଲା । ଏଥିଲେ ୨୪୧ ଜଣ ବିମାନଯାତ୍ରୀ ଓ ୬ ଜଣ ଡାକ୍ତରୀ ଛାତ୍ରଙ୍କର ମୃତ୍ୟୁ ହୋଇଛି । ଦେଶକୁ ଦୋହଲାଇ ଦେଇଛି ଭୟାନକ ବିମାନ ଦୁର୍ଘଟଣା । ଏଥିରେ ଗୁଜରାଟର ପୂର୍ବତନ ମୁକ୍ୟମନ୍ତ୍ରୀ ବିଜୟ ରୁପାନିଙ୍କର ବି ଦେହାନ୍ତ ହୋଇଛି । ପତ୍ନୀ ଓ ପୁଅଙ୍କୁ ଭେଟିବାକୁ ଲଣ୍ଡନ ଯାଉଥିଲେ । ବିଜୟ ରୁପାନୀଙ୍କ ନିଧନ ତାରିଖ ୧୨ ଜୁନ୍ ଅର୍ଥାତ ୧୨-୦୬ ଥିଲା । ଏହି ତାରିଖକୁ ନେଇ ନେଇ ସଂଯୋଗ ସାମ୍ନାକୁ ଆସିଛି ।

ଲକି ନମ୍ବର ୧୨୦୬ ହୋଇଗଲା ଅନଲକି-  ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ପାଇଁ '୧୨୦୬' ନମ୍ବର ଲକି ଥିଲା । ଏହି ନମ୍ବରରେ ତାଙ୍କ ପାଇଁ ଏତେ ଖାସ୍ ଥିଲା କି ସେ ତାଙ୍କ ଗାଡି ନମ୍ବର ବି ଏହା ଥିଲା । ଆଜି ବି ତାଙ୍କ ଘର ଆଗରେ ୧୨୦୬ ନମ୍ବରର ସ୍କୁଟି ଛିଡା ହୋଇଛି । ତାଙ୍କ କାର ନମ୍ବର ବି '୧୨୦୬' । ବିଜୟ ରୁପାନି ଏହି ନମ୍ବରକୁ ବହୁତ ଲକି ମାନୁଥିଲେ । ହେଲେ ଗୁରୁବାର ଏହି ସଂଖ୍ୟା ତାଙ୍କ ପାଇଁ ଅଶୁଭ ପ୍ରମାଣିତ ହେଲା । ସଂଯୋଗର କଥା ହେଉଛି, ବିମାନ ଦୁର୍ଘଟଣା ୧୨-୦୬ରେ ହୋଇଥିଲା । ବିଜୟ ରୁପାନି ବସିଥିବା ଫ୍ଲାଇଟ୍ ସିଟ ବି ୧୨ ଥିଲା । ଯାହା ତାଙ୍କ ଜୀବନର ଶେଷ ଦିନ ହୋଇଗଲା ।

ଅଧିକ ପଢନ୍ତୁ...ଅହମ୍ମଦାବାଦ ବିମାନ ଦୁର୍ଘଟଣା; ୧୧ଏ ସିଟ୍‌କୁ ପସନ୍ଦ କରନ୍ତିନି ଯାତ୍ରୀ, ଏହା ବିଶ୍ୱାସଙ୍କୁ ବଞ୍ଚେଇ ଦେଲା...

ବଲୱନ୍ତରାୟଙ୍କ ପରେ ବଜୟ ରୁପାନି- ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ଗୁଜରାଟର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୁପାନିଙ୍କ ପରଲୋକ ହୋଇଛି । ସେ ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ଗୁଜରାଟ ମୁଖ୍ୟମନ୍ତ୍ରୀ ରହିଥିଲେ । ତାଙ୍କର ଦେହାନ୍ତ ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ବଲୱନ୍ତରାୟ ମେହଟ୍ଟାଙ୍କ ମୃତ୍ୟୁ ଘଟଣାକୁ ମନେପକାଇ ଦେଇଛି । ୬ ଦଶନ୍ଧି ତଳେ ବିମାନ ଯାତ୍ରା ବେଳେ ତାଙ୍କର ଦେହାନ୍ତ ହୋଇଥିଲା । ୧୯୬୫ ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ୧୯୬୫ ସେପ୍ଟେମ୍ବର ୧୯ରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବଲୱନ୍ତରାୟ ଏକ ବିଚ୍‌କ୍ରାଫ୍ଟ ବିମାନରେ ଟାଟା କେମିକାଲ୍ସରୁ କଚ୍ଛ ସୀମା ଅଭିମୁଖେ ଯାଉଥିଲେ । 

ବିମାନକୁ ପୂର୍ବତନ ବାୟୁସେନା ପାଇଲଟ୍‌ ଜାହାଙ୍ଗିର ଇଞ୍ଜିନିୟର ଉଡ଼ାଉଥିଲେ । ଏହି ସମୟରେ ପାକିସ୍ତାନୀ ବାୟୁସେନାର ପାଇଲଟ୍‌ କାଇସ୍‌ ହୁସେନ ଯୁଦ୍ଧ ବିମାନ ଭାବି ବଲୱନ୍ତରାୟଙ୍କ ବିମାନକୁ ଆକ୍ରମଣ କରିଥିଲେ । ଫଳରେ ବିମାନଟି ଧ୍ୱଂସ ହୋଇଯାଇଥିଲା । ଏଥିରେ ବଲୱନ୍ତରାୟ, ପତ୍ନୀ, ୩ ଜଣ କର୍ମଚାରୀ, ଜଣେ ସାମ୍ବାଦିକ ଓ ଦୁଇଜଣ କ୍ରୁ ସଦସ୍ୟ ପ୍ରାଣ ହରାଇଥିଲେ । ବଲୱନ୍ତରାୟ ଗୁଜରାଟର ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଥିଲେ ।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.