ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

୨୨ ଲକ୍ଷ ଟଙ୍କା ଠକେଇ ଘଟଣାରେ ଆଉ ୨ ଅଭିଯୁକ୍ତ ଥାନାରେ ଅଟକ…

Published By : Ladu Kishor | June 8, 2025 10:34 PM

ଉମରକୋଟ ୦୮/୦୬ ସରକାରୀ ଅର୍ଥ ଜମା ଖାତାରୁ ଟଙ୍କା ଉଠାଇ ହଡ଼ପ କରିଥିବା ଅଭିଯୋଗରେ ଉମରକୋଟ ପୋଲିସ ଚଳିତ ମାସ ୪ ତାରିଖରେ ଜଣେ ବ୍ୟକ୍ତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରିଥିଲା । ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ସମସ୍ତ ପ୍ରମାଣ ସଂଗ୍ରହ କରିବା ପରେ ଉକ୍ତ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ବ୍ୟକ୍ତି ଜଣଙ୍କ କଳାହାଣ୍ଡି ଜିଲ୍ଲା ଜୟପାଟଣା ଅଞ୍ଚଳର ବିଜୟ କୁମାର ପରିଡ଼ା ଓରଫ ଶ୍ରୀଧର ବେହେରା।  ଆଜି ଉମରକୋଟ ପୋଲିସ ଉକ୍ତ କାରବାରରେ ଜଡ଼ିତ ଥିଵା ଆଉ ଦୁଇ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛନ୍ତି । ଉକ୍ତ ଦୁଇ ଜଣ ହେଲେ ଝରିଗାଁ ବ୍ଲକ କରମରି ଗ୍ରାମର ବଂଶିଧର ପନକା ଓ ଧରମଦାସ ପନକା। ଘଟଣା ଅନୁସାରେ ବିଜୟ ନିଜକୁ ଜଳଛାୟା ପ୍ରକଳ୍ପ ଯନ୍ତ୍ରୀର ପରିଚୟ ଦେଇ ଉମରକୋଟ ୟୁନିୟନ ବ୍ୟାଙ୍କ ଶାଖାରୁ ପ୍ରାୟ ୧୦ ଜଣକ ଜମା ଖାତାରୁ ପ୍ରାୟ ୨୨ ଲକ୍ଷ ୫୭ ହଜାର ଟଙ୍କା ଉଠାଇ ଥିଲେ। 

ଏହି ତିନି ଜଣ ବିଭିନ୍ନ ସମୟରେ ବ୍ୟାଙ୍କକୁ ଆସି ଟଙ୍କା ଉଠାଇ ଥିବାର ପୋଲିସ ତଦନ୍ତରୁ ଜଣାପଡିଛି। ମଙ୍ଗଳବାର ପୂର୍ବାହ୍ନ ୧୦ଟା ୩୦ରେ ଝରିଗାଁ ଜଳ ଛାୟା ପକଳ୍ପର କିଛି ଅଧିକାରୀ ଉମରକୋଟ ୟୁନିୟନ ବ୍ୟାଙ୍କରେ ଥିବା ଜଳଛାୟା ପ୍ରକଳ୍ପ ସରକାରୀ ଆକାଉଣ୍ଟ ଯାଞ୍ଚ କରିଥିଲେ । ଗତ ଫେବୃଆରି ମାସରୁ ଏବେ ପର୍ଯ୍ୟନ୍ତ ଜଳ ଛାୟା ଅଧିକାରୀଙ୍କ ବିନା ଅନୁମତିରେ ଜଣେ ବ୍ୟକ୍ତି ମୋଟ ୨୨ ଲକ୍ଷ ୫୭ ହଜାର ଟଙ୍କା ଉଠାଇ ନେଇଥ‌ିବା ଜଣା ପଡ଼ିଥିଲା। ଟଙ୍କା ଉଠାଉଥିବା ବ୍ୟକ୍ତିଙ୍କ ସମ୍ପର୍କରେ ଜଣାଇବାକୁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ । ବ୍ୟାଙ୍କ କର୍ତ୍ତୃପକ୍ଷ ଟଙ୍କା ଉଠାଉଥ‌ିବା ବ୍ୟକ୍ତିଙ୍କ ତଥ୍ୟ ଅଧିକାରୀ ମାନଙ୍କୁ ଦେଇଥିଲେ । ସମ୍ପୃକ୍ତ ବ୍ୟକ୍ତି ଜଳଛାୟା ବିଭାଗର ନୁହେଁ ବୋଲି ଅଧିକାରୀ ମାନେ ସ୍ପଷ୍ଟ କରିଥିଲେ । 

ଏହାପରେ ଜଳଛାୟା ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ବ୍ୟାଙ୍କ କର୍ତ୍ତୃପକ୍ଷ ସମ୍ପୃକ୍ତ ବ୍ୟକ୍ତିଙ୍କୁ ବ୍ୟାଙ୍କକୁ ଡକାଇଥିଲେ। ତାଙ୍କ କେୱାଇସି ସହ କାଗଜପତ୍ର ଦାଖଲ କରିବା ପାଇଁ କହିଥିଲେ । କିନ୍ତୁ ଉକ୍ତ ବ୍ୟକ୍ତି କୌଣସି କାଗଜ ପତ୍ର ଦାଖଲ କରି ପାରିନଥିଲେ । ଏହା ପରେ ବ୍ୟାଙ୍କ ଅଧିକାରୀ ଶିବ ଶଙ୍କର ମିଶ୍ର ଉମରକୋଟ ଥାନାରେ ଏ ନେଇ ଅଭିଯୋଗ କରିଥିଲେ । ପୋଲିସ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ କୋର୍ଟ ଚାଲାଣ କରିଥିଲେ । ଘଟଣାକୁ ନେଇ ବିଭିନ୍ନ ଦିଗରେ ତଦନ୍ତ କରାଯାଇଥ‌ିବା ଥାନା ଅଧିକାରୀ ରମାକାନ୍ତ ସାଏ ସୂଚନା ଦେଇଛନ୍ତି।

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.