ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଟଙ୍କା ଆତ୍ମସାତ ଘଟଣାରେ ସଵ୍ ପୋଷ୍ଟମାଷ୍ଟରଙ୍କୁ ୨ ବର୍ଷ ୬ ମାସ ଜେଲ୍

Published By : Suraj Kumar | June 19, 2025 8:39 PM

ନବରଙ୍ଗପୁର,୧୯/୬(ଆପ୍ର): ସଵ୍ ପୋଷ୍ଟ ଅଫିସରେ ଟଙ୍କା ଆତ୍ମସାତ ମାମଲାର ବିଚାର କରି ନବରଙ୍ଗପୁର ସିଜେଏମ୍   ତତ୍କାଳୀନ ସବ୍ ପୋଷ୍ଟମାଷ୍ଟରଙ୍କୁ ୨ ବର୍ଷ ୬ ମାସ  ଜେଲ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥି  ସହ ୧୦ ହଜାର ଟଙ୍କା ଜରିମାନା ପାଇଁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ୪ ମାସ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ସବ୍ ପୋଷ୍ଟମାଷ୍ଟର ଜଣକ ହେଉଛନ୍ତି ହରେନ୍ଦ୍ର ନାୟକ । ତାଙ୍କ ଗାଁ ମାଲକାନଗିରି ଜିଲ୍ଲା ପଦମକେଶପୁରରେ । 

ଏହି ମାମଲାର ପରିଚାଳନା କରୁଥିବା ଅତିରିକ୍ତ ସରକାରୀ ଓକିଲ ମୀନକେତନ ପୂଜାରୀଙ୍କ ସୂଚନା ଅନୁଯାୟୀ, ୨୦୦୮ ଡିସେମ୍ବର ୯ରେ ନବରଙ୍ଗପୁର ପୋଷ୍ଟ ଅଫିସ ନୀରିକ୍ଷକ ଭବାନୀ ପ୍ରସାଦ ପାଢ଼ୀ ନବରଙ୍ଗପୁର ଥାନାରେ ଏତଲା ଦେଇଥିଲେ। ଏତଲାରେ ଉଲ୍ଲେଖ କରିଥିଲେ ଯେ, ଡଙ୍ଗରଭେଜା ସଵ୍ ପୋଷ୍ଟ ଅଫିସ କାଗଜପତ୍ର ଯାଞ୍ଚ ବେଳେ  ସଵ୍ ପୋଷ୍ଟମାଷ୍ଟର ହରେନ୍ଦ୍ର ନାୟକ  ୨୦ ହଜାର ୭୩୪ଟଙ୍କା ୫୫ ପଇସା   ଆତ୍ମସାତ କରିଥିବା ଜଣାପଡ଼ିଥିଲା ।ଏତଲାକୁ ଭିତ୍ତି କରି   ପୁଲିସ  ମାମଲା ରୁଜୁ କରିଥିଲା‌। । ଏହି ମାମଲାର ବିଚାର କରି ନବରଙ୍ଗପୁର ସିଜେଏମ୍ ୧୪ ଜଣ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଉପରୋକ୍ତ ରାୟ ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.