ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ; ରେଡ ଦଳ ହେଲା ଚମ୍ପିୟାନ

Published By : Bijay Swain | June 16, 2025 8:49 PM

ନବରଙ୍ଗପୁର, ୧୬/୬ (ଆପ୍ର): ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆନ୍ତଃ ଜିଲ୍ଲା ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତାର ଫାଇନାଲ ମ୍ୟାଚ୍ ରେ ରେଡ କମ୍ବାଇନ ସ୍କୁଲ ଦଳ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳକୁ ୧୦ ରନରେ ପରାସ୍ତ କରି ଚମ୍ପିୟାନ ହୋଇଛନ୍ତି। ପ୍ରଥମେ ବ୍ୟାଟିଂ କରି ରେଡ କମ୍ବାଇନ୍ ସ୍କୁଲ ୩୧.୫ ଓଭର ରେ ନିଜର ସମସ୍ତ ୱିକେଟ ହରାଇ  ୨୧୪ ରନ କରିଥିବା ବେଳେ ଏହାର ଜବାବରେ ଗ୍ରୀନ କମ୍ବାଇନ୍ ସ୍କୁଲ ଦଳ  ନିର୍ଦ୍ଧାରିତ ୪୦ ଓଭର ଖେଳି ଦଳର ୫ ୱିକେଟ ହରାଇ ୨୦୪ ରନ କରିବାରେ ସକ୍ଷମ ହୋଇଥିଲେ। 

ରେଡ କମ୍ବାଇନ୍ ସ୍କୁଲ ଦଳର ଯୁବରାଜ ପାଇକ ଉଭୟ ବ୍ୟାଟିଂରେ ୩୨ ରନ ସେହିପରି ବୋଲିଂରେ ୨ଟି ୱିକେଟ ହାସଲ କରି ମ୍ୟାନ ଅଫ ଦି ମ୍ୟାଚ୍ ପଦକ ହାସଲ କରିଥିଲେ। ଉଦଯାପନୀ ଉତ୍ସବରେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହି ଟୁର୍ଣ୍ଣାମେଣ୍ଟ ୨୦୩୦କୁ ଆଖି ଆଗରେ ରଖି ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ ଆୟଜନ କରାଯାଇଥିଲା ବୋଲି କହିଥିଲେ।  ସମ୍ମାନିତ ଅତିଥି ରୂପେ ସଂଘର ସହ ସମ୍ପାଦକ ଏମ.ବାଲା କ୍ରିଷ୍ଣା ରାଓ ଯୋଗ ଦେଇ ଏହି ଟୁର୍ଣ୍ଣାମେଣ୍ଟ ମାଧ୍ୟମରେ ଅନେକ ପ୍ରତିଭାର ଅନ୍ୱେଷଣ ହୋଇପାରିଛି ବୋଲି କହିଥିଲେ । 

ସଂଘର ସଭାପତି ଦେବାଶିଷ ପଟ୍ଟନାୟକ, ଉପ ସଭାପତି ଶୁଭେନ୍ଦୁ ବେହେରା କ୍ରୀଡାବିତ୍ ମାନଙ୍କୁ ଶୁଭେଛା ଜଣାଇଛନ୍ତି। ଟୁର୍ଣ୍ଣାମେଣ୍ଟଟି ସୁଚାରୁ ରୁପେ ସଂଘର ବରିଷ୍ଟ ସଦସ୍ୟ  ଅଶୋକ ନାୟକ, ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର, କ୍ୟୁରେଟର ଦୁର୍ଯ୍ୟ ହରିଜନ ପ୍ରମୁଖ ପରିଚାଳନା କରିଥିଲେ। ଟୁର୍ଣ୍ଣାମେଣ୍ଟରେ ଖେଳା ଯାଇଥିବା ୪ ଗୋଟି ଦଳରୁ ଓଡ଼ିଶା କ୍ରିକେଟ ସଂଘ ଏକ ୩୦ ଜଣିଆ  ଖେଳାଳିଙ୍କ ତାଲିକା ନବରଙ୍ଗପୁର କ୍ରିକେଟ ସଂଘକୁ ପ୍ରେରଣ କଲାପରେ ସେଇ ଖେଳାଳିଙ୍କୁ ନେଇ ଦୁଇ ଦଳ ଗଠନ କରାଯାଇ ମ୍ୟାଚ୍ କରାଯିବା ପରେ ଏକ ପନ୍ଦର ଜଣିଆ ନବରଙ୍ଗପୁର ଜିଲ୍ଲା କ୍ରିକେଟ ଦଳ ଘୋଷଣା କରାଯିବ ବୋଲି କ୍ରିକେଟ ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.