ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଚାଷୀଙ୍କୁ ଧାନର ପ୍ରାପ୍ୟ ମିଳିବା ନେଇ ମିଳିଲା ପ୍ରତିଶ୍ରୁତି, ବୋନସ୍ ଟଙ୍କା ପାଇଁ ପୁଣି ରାଇଘରରେ ହେବ ଆନ୍ଦୋଳନ : ପ୍ରଦୀପ

Published By : Suraj Kumar | June 16, 2025 8:32 PM

ନବରଙ୍ଗପୁର,୧୬।୬(ଆପ୍ର) : ଚାଷୀଙ୍କୁ ଧାନର ପ୍ରାପ୍ୟ ମିଳିବା ନେଇ ମିଳିଲା ପ୍ରତିଶ୍ରୁତି। ଭୁବନେଶ୍ଵରର ଠାରେ ଚାଲିଥିବା ଅହୋରାତ୍ର ଚାଷୀଙ୍କ ଆନ୍ଦୋଳନ ବନ୍ଦ ହେବ । କିନ୍ତୁ ୮୦୦ ବୋନସ୍ ଟଙ୍କା ପାଇଁ ପୁଣି ରାଇଘର ଠାରେ ଚାଷୀ ଆନ୍ଦୋଳନର ଡାକରା ଦେଲେ ବିଜେଡି ନେତା ପ୍ରଦୀପ ମାଝୀ। ଧାନର ଏମ୍ସ୍ଏସ୍‌ପି ଟଙ୍କା କୁଇଣ୍ଟାଲ ପ୍ରତି ୨୩ଶ ହଟଙ୍କା ସୋମବାର ସନ୍ଧ୍ୟାରୁ ଚାଷୀଙ୍କ ଆକାଉଣ୍ଟକୁ ପଠାଯିବ ବୋଲି ଜିଲ୍ଲାଯୋଗାଣ ଅଧିକାରୀ ଅଜୟକୁମାର ମଲ୍ଲୀକ ପ୍ରତିଶ୍ରୁତି ଦେଇଛନ୍ତି। କିନ୍ତୁ କେବଳ ଧାନର ଏମଏସ୍‌ପିଟଙ୍କାରେ ଚାଷୀଙ୍କୁ ସନ୍ତୁଷ୍ଟ କଲେ ହେବ ନାହିଁ। ଚାଷୀଙ୍କ ବୋନସ୍ ଟଙ୍କା ପାଇଁ ପ୍ରଦୀପ ମାଝୀ ଦାବି କରିଛନ୍ତି। ଏଥ୍ ପାଇଁ ମଙ୍ଗଳବାର ଭୁବନେଶ୍ଵର ଠାରେ ଚାଲିଥିବା ଚାଷୀଙ୍କ ଆହୋରାତ୍ର ଆନ୍ଦୋଳନରୁ ଚାଷୀ ଓହରିବେ। କିନ୍ତୁ ବୋନସ୍ ଟଙ୍କା ପାଇଁ ପୁଣି ରାଇଘର ଠାରେ ଚାଷୀ ଆନ୍ଦୋଳନ ହେବ ବୋଲି ବିଜେଡି ନେତା ପ୍ରଦୀପ ମାଝୀ କହିଛନ୍ତି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଅଜୟକୁମାର ମଲ୍ଲୀକଙ୍କୁ ଯୋଗାଯୋଗ କରିବାରୁ ସୋମ‌ବାର ରାଇଘରର ୭ଜଣ ମିଲରଙ୍କ ସହିତ ଆଲୋଚନା ହୋଇଛି। ଚାଷୀଙ୍କର ୧୪ ହଜାର କୁଇଣ୍ଟାଲ ଧାନ ମିଲରଙ୍କ ନିକଟରେ ରହିଛି।

ତେଣୁ ମିଲ୍‌ରମାନେ ଚାଷୀଙ୍କୁ କୁଇଣ୍ଟାଲ ପ୍ରତି ୨୩ଶହ ଟଙ୍କା ଲେଖାଏଁ ହିସାବରେ  କୁଇଣ୍ଟାଲ ପ୍ରତି ଚାଷୀଙ୍କୁ ଧାନର ପ୍ରାପ୍ୟକୁ ମିଲ୍‌ର ପ୍ରଦାନ କରିବେ। ଅନ୍ୟପକ୍ଷରେ ୮୦୦ ବୋନସ୍‌ ଟଙ୍କା ଚାଷୀଙ୍କୁ ରାଜ୍ୟସରକାରଙ୍କ ପକ୍ଷରୁ ପ୍ରଦାନ କରିବାକୁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି।

ସୂଚନାଯୋଗ୍ୟଯେ, ରାଇଘରର ୩୩୬ଜଣ ଚାଷୀଙ୍କ ଠାରୁ ଖରିଫ ଋତୁରେ ପ୍ରାୟ ୧୪ହଜାର କୁଇଣ୍ଟାଲ ଧାନ ରାଇଘର ଲ୍ୟାମ୍ପସ୍ ପକ୍ଷରୁ କିଣାଯାଇଥିଲା । ଏହାର ମୂଲ୍ୟ ପ୍ରାୟ ୪କୋଟିରୁ ଉର୍ଦ୍ଧ ଟଙ୍କା ହେବ । କିନ୍ତୁ ଚାଷୀ ଧାନ ବିକ୍ରି କରି ଦୀର୍ଘ ୪ ମାସ ହେବ ଚାଷୀଙ୍କୁ ଧାନର ପ୍ରାପ୍ୟ ମିଳିନଥିଲା । ଜିଲ୍ଲାର ବହୁବାର ଆନ୍ଦୋଳନ ପରେ ବିଜେଡି ନେତା ପ୍ରଦୀପ ମାଝୀ ଚାଷୀଙ୍କ ପ୍ରସଙ୍ଗକୁ ନେଇ ଭୁବନେଶ୍ଵର ଠାରେ ଅହୋରାତ୍ର ଆନ୍ଦୋଳନ ଚଳାଇଥିଲେ।ଏହି ଘଟଣାରେ ଲ୍ୟାମ୍ପସ୍ ଏମଡି ନିରାକର ରାଉତଙ୍କୁ ନିଳମ୍ବନ କରାଯାଇଥିଲା। ସୋମବାର ରାଇଘରର ୭ଜଣ ମିଲରଙ୍କ ସହିତ ଯୋଗାଣବିଭାଗ ଆଲୋଚନା କରି ଚାଷୀଙ୍କୁ ଧାନର ଏମଏସ୍‌ପି କୁଇଣ୍ଟାଲପ୍ରତି ୨୩ଶହ ଟଙ୍କା ମିଲର ଚାଷୀଙ୍କ ଆକାଉଣ୍ଟରେ ଜମା କରିଦେବେ ବୋଲି ନିଷ୍ପତ୍ତି ହୋଇଛି। ଏଥି ପାଇଁ ଭୂବନେଶ୍ଵର ଚାଲିଥିବା ଅହୋରାତ୍ର ଧାରଣାରୁ ଚାଷୀ ଓ ହରିବେ । ଆଉ ବୋନସ୍ ୮୦୦ ଟଙ୍କା ପାଇଁ ପୁଣି ରାଇଘରରେ ଆନ୍ଦୋଳନର ଡାକରା ଦେଇଛନ୍ତି ପ୍ରଦୀପ ମାଝୀ । ତେବେ ଆଗାମୀ ଦିନରେ ଚାଷୀଙ୍କ ବୋନସ୍ ଟଙ୍କା ମିଳୁଛି ନାଁ ଏହି ଆନ୍ଦୋଳନ ପୁରା ଲମ୍ବା ଚାଲିବ ତାହା ଦେଖିବାକୁ ବାକି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.