ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡ଼ିଲା ୪୯ ଭୋଟ

Published By : Gurupada Nath | May 28, 2025 6:21 PM

କେନ୍ଦ୍ରାପଡ଼ା,୨୮/୫ : ମହାକାଳପଡ଼ା ବ୍ଲକ୍ ଅଧ୍ୟକ୍ଷା କଳ୍ପନା ରାଉତଙ୍କ ବିରୁଦ୍ଧରେ ଆଗତ ଅନାସ୍ଥା ପ୍ରସ୍ତାବ ସପକ୍ଷରେ ପଡ଼ିଲା ୪୯ ଭୋଟ l ଫଳରେ କଳ୍ପନା ରାଉତ ନିଜ ପଦ ହରାଇଛନ୍ତି l ବାଜିମାତ କରିଛି ଶାସକ ବିଜେପି। ଆଜି ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସ୍ଵତନ୍ତ୍ର ବୈଠକରେ ଅନାସ୍ଥା ପ୍ରସ୍ତାବ ଉପରେ ମତ ଗ୍ରହଣ କରାଯାଇଥିଲା l ବ୍ଲକ୍ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ୪୯ଟି ଭୋଟ ପଡ଼ିଥିବା ମହାକାଳପଡ଼ା ତହସିଲଦାର ଶିବପ୍ରସାଦ ମଲ୍ଲିକ ସୂଚନା ଦେଇଛନ୍ତି l 

ତେବେ ପଞ୍ଚାୟତ ସମିତିର ମୋଟ ୬୨ଜଣ ସମିତି ସଭ୍ଯ ଓ ସରପଞ୍ଚଙ୍କ ମଧ୍ୟରୁ ଆଜି ମତଦାନ ପ୍ରକ୍ରିୟାରେ ୪୯ ଜଣ ଅଂଶଗ୍ରହଣ କରିଥିଲେ l ଆଜି ନିର୍ବାଚନ ପ୍ରକ୍ରିୟାରେ ୫ ଜଣ ସରପଞ୍ଚ ଓ ୮ ଜଣ ସମିତି ସଭ୍ଯ ଅନୁପସ୍ଥିତଥିଲେ l  ଗତ ମାର୍ଚ୍ଚ ମାସରେ ୪୨ ଜଣ ଆଣିଥିବା ଅନାସ୍ଥା ଉପରେ ବିବାଦ ଦେଖା ଦେବା ସହ ମାମଲା ହାଇକୋର୍ଟକୁ ଯାଇଥିଲା l ୩ ଥର ନୋଟିସ କରାଯିବା ପରେ ଭୋଟ ସ୍ଥଗିତ ରହିଥିଲା l ମହାକାଳପଡ଼ା ଏକ ସ୍ଵତନ୍ତ୍ର ନିର୍ବାଚନମଣ୍ଡଳୀ ହେବା ପରେ ମହାକାଳପଡ଼ା ବ୍ଲକ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏହା ପ୍ରଥମ ଅନାସ୍ଥା । ଅନ୍ୟପକ୍ଷରେ ଆଜିର ଅନାସ୍ଥା ଭୋଟ ରୋକିବାକୁ ସୁପ୍ରିମକୋର୍ଟରେ ସ୍ପେଶାଲ ଲିଭ୍ ପିଟିସନ ଦାଏର ହୋଇଥିଲେ ମଧ୍ୟ ଏହା ଖାରଜ ହୋଇଯାଇଥିବା ସୂଚନା ମିଳିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.