ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜୁଲାଇରେ ଏକାଧିକ ରାଶି ଚଳନ; ଗୋଟିଏ ପରେ ଗୋଟିଏ ରାଜଯୋଗ, ବଦଳିବ ଏହି ୫ ରାଶିଙ୍କ ଭାଗ୍ୟ

Published By : Harapriya Sethi | June 20, 2025 6:43 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ବର୍ଷ ୨୦୨୫ର ଜୁଲାଇ ମାସ ଖୁବ୍‌ ଖାସ୍‌ । ଜୁଲାଇରେ ଗୋଟିଏ କି ଦୁଇଟି ନୁହେଁ ବରଂ ଅନେକ ଗ୍ରହ ଚଳନ କରିବେ । ଏକାଠି ହୋଇ ଦୁର୍ଲ୍ଲଭ, ରାଜଯୋଗ ସୃଷ୍ଟି କରିବେ । ଜୁଲାଇ ୯ରେ ଗୁରୁ ଗ୍ରହ ଉଦୟ ହେବେ । ୧୩ ଜୁଲାଇରେ ଶନି ମୀନ ରାଶିରେ ଓଲଟା ଚଳନ କରିବେ । ୧୬ ଜୁଲାଇରେ ସୂର୍ଯ୍ୟ କର୍କଟ ରାଶିରେ ପ୍ରବେଶ କରିବେ । ୧୮ ଜୁଲାଇରେ ବୁଧ କର୍କଟ ରାଶିରେ ପ୍ରବେଶ କରିବେ । ପୁଣି ୨୪ ଜୁଲାଇରେ ଏହି ରାଶିରେ ଅସ୍ତ ହେବେ । ୨୬ ଜୁଲାଇରେ ଶୁକ୍ର ଚଳନ କରି ମିଥୁନ ରାଶିରେ ପ୍ରବେଶ କରିବେ । ୨୮ ଜୁଲାଇରେ ମଙ୍ଗଳ ଚଳନ କନ୍ୟା ରାଶିରେ ପ୍ରବେଶ କରିବେ । ଏହାଦ୍ୱାରା ଅନେକ ଶୁଭ-ଅଶୁଭ ଯୋଗ ମଧ୍ୟ ସୃଷ୍ଟି ହେବ । ତେବେ ଗ୍ରହଙ୍କ ଏହି ଚଳନ କାରଣରୁ ଜାଣନ୍ତୁ କେଉଁ କେଉଁ ରାଶି ବ୍ୟକ୍ତି ବିଶେଷ ଭାଗ୍ୟଶାଳୀ ହେବେ..

ମେଷ- ଏହି ରାଶିଙ୍କ ପାଇଁ ଜୁଲାଇ ମାସ ଖୁବ୍‌ ଖାସ୍‌ ହେବାକୁ ଯାଉଛି । ବିଶେଷ କରି କର୍ମକ୍ଷେତ୍ରରେ ଲାଭବାନ୍‌ ହେବେ । ବ୍ୟବସାୟୀଙ୍କ ପାଇଁ ବେଶ ଶୁଭଙ୍କର । ଆର୍ଥିକ କ୍ଷେତ୍ରରେ ଉନ୍ନତି ହେବ । ଖର୍ଚ୍ଚ କମ୍‌ ହେବା ସହ ଟଙ୍କା ଅଧିକ ସଞ୍ଚୟ କରିବେ ।

ମିଥୁନ- ଏହି ରାଶିଙ୍କ ଚଳନରେ ବୁଦ୍ଧାଦିତ୍ୟ ଓ ଗୁରୁ-ଆଦିତ୍ୟ ଯୋଗ ସୃଷ୍ଟି ହେବ । ଏମାନଙ୍କୁ ହଠାତ୍‌ ଧନ ପ୍ରାପ୍ତି ହେବ । ପଦନ୍ନୋତିର ଯୋଗ ରହିଛି । ବ୍ୟବସାୟୀ ଲାଭବାନ୍‌ ହେବେ । ଯାତ୍ରାର ଯୋଗ ରହିଛି । ଆର୍ଥିକ ଲାଭ ମିଳିବ । ଘରେ ଥିବା ବଡ ସମସ୍ୟା ଦୂର ହେବ ।

ତୁଳା- କର୍ମକ୍ଷେତ୍ର ଉନ୍ନତି ହେବ । ଲକ୍ଷ୍ୟ ହାସଲ ହେବ । ବ୍ୟବସାୟରେ ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ଲାଭ ହେବ । ଅଟକି ଥିବା ଧନ ମିଳିବ ।

ମକର- ସହକର୍ମୀଙ୍କ ସହଯୋଗ ମିଳିବ । ଉନ୍ନତି ହେବ । ନୂଆ ନୂଆ ଯୋଜନା କରିବେ । ଟଙ୍କା ରୋଜଗାର କରିବେ । ହଠାତ୍‌ ଧନ ପ୍ରାପ୍ତି ହେବ । ଟଙ୍କା ସଞ୍ଚୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ଚାକିରିରେ ପଦନ୍ନୋତି, ଦରମା ବୃଦ୍ଧି ହେବ । ପରିଶ୍ରମର ଫଳ ମିଳିବ । ବ୍ୟବସାୟରେ ବଡ ଲାଭ ମିଳିବ । ଆର୍ଥିକ କ୍ଷେତ୍ରରେ ଲାଭବାନ୍‌ ହେବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.