ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଜାଣନ୍ତୁ କଣ ରହିଛି ଆଜିର ରାଶିଫଳ...

Published By : Bijay Swain | June 22, 2025 11:51 PM

ମେଷ : କୃଷ୍ଣପକ୍ଷର ଦ୍ୱିତୀୟ ଚନ୍ଦ୍ର ଯୋଗୁ ଧନକୁ ନେଇ ବିବାଦ ଓ ମାଲିମକଦ୍ଦମାରେ ପଡ଼ିପାରନ୍ତି । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ବିଗିଡ଼ିଯିବ । କର୍ମରେ ବିଫଳତା ଓ ସମସ୍ତ କର୍ମରେ ଅଯଥା ବିଳମ୍ବ ଦେଖାଦେବ । ଯେଉଁମାନଙ୍କର ଅଶ୍ୱିନୀ ଓ କୃତ୍ତିକାମେଷ, ସେମାନେ ସତର୍କ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୬, ଆରାଧନା : ମା’ ଚଣ୍ଡୀ ।

ବୃଷ : ଶ୍ରୀଚନ୍ଦ୍ର, ସୋମବାର ଯୋଗୁ ଧନ, ମାନ, ସମ୍ମାନ, ସ୍ୱଜନରେ ସୁସମ୍ପର୍କ, ପରିବାରରେ ସୁଖଶାନ୍ତି, ଲକ୍ଷ୍ମୀଙ୍କର କୃପା ଏବଂ ସୁଖାଦ୍ୟ, ସୁବସନ ପ୍ରାପ୍ତିହେବ । ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀ ଓ ପଡ଼ୋଶୀଙ୍କ ସହ ସମ୍ପର୍କ ନିବିଡ଼ ହେବ ଏବଂ ସମସ୍ତଙ୍କର ଶ୍ରଦ୍ଧାର ପାତ୍ର ହେବେ । ଆମୋଦ ପ୍ରମୋଦ, ମଉଜ ମଜଲିସ୍‌ରେ ଅଧିକ ଆଗ୍ରହ ରହିବ ଏବଂ ପରିବାରରେ ସ୍ୱର୍ଗୀୟ ସୁଖ ଅନୁଭୂତ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହା ହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ ଓ ଆତ୍ମତୃପ୍ତି ରହିବ । କର୍ମରେ ସ୍ୱଳ୍ପ ପରିଶ୍ରମରେ ଅଧିକ ସଫଳତା ମିଳିବ । ଯେଉଁମାନଙ୍କର ରୋହିଣୀ ଓ ମୃଗଶିରା ବୃଷ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ସିଲ୍‌ଭର, ସଂଖ୍ୟା : ୮, ଆରାଧନା : ମା’ ଗାୟତ୍ରୀ ।

ମିଥୁନ : ଦ୍ୱାଦଶ ଚନ୍ଦ୍ର ଯୋଗୁ ଅପବ୍ୟୟ, ଅପବାଦ ଓ ଅପଯଶରୁ ସାମୟିକ ମୁକ୍ତି ମିଳିବ ଏବଂ ମନରୁ ଦୁଶ୍ଚିନ୍ତା, ଦୁର୍ଭାବନା ଓ ହତୋତ୍ସାହ ଭାବ ଅପସରିଯିବ । ଖର୍ଚ୍ଚ ପ୍ରତି ଅନାଗ୍ରହ ଓ ସଂଚୟ ପ୍ରତି ମନରେ ଆଗ୍ରହ ପ୍ରକାଶ ପାଇବ ଏବଂ ଆୟର କିଛି ଅଂଶ ସଂଚୟରେ ବିନିଯୋଗ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଟକିଥିବା କାମକୁ ସଫଳତାର ସହ ସମ୍ପାଦନ କରିବେ । ଯେଉଁମାନଙ୍କର ମୃଗଶିରା ଓ ପୁନର୍ବସୁ ମିଥୁନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ମେରୁନ୍‌, ସଂଖ୍ୟା : ୬, ଆରାଧନା : ଭଗବାନ ବିଷ୍ଣୁ ।

କର୍କଟ : ଏକାଦଶ ଚନ୍ଦ୍ର ଏବଂ ରବି ଚନ୍ଦ୍ର ଉଭୟଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟରେ, କର୍ମରେ ଓ ଆର୍ଥିକ ଅବସ୍ଥାରେ ଉନ୍ନତି ଆସିବ । ଆକସ୍ମିକ ଧନଲାଭ, କୌଣସି ବିଶେଷ ସୂତ୍ରରୁ ଧନପ୍ରାପ୍ତି ଏବଂ ଆୟର ନୂତନ ମାର୍ଗ ଖୋଲିବ । ଧନ, ସମ୍ପଦ ବୃଦ୍ଧି ପାଇବ ଏବଂ ଆୟର ସତ୍‌ ବିନିଯୋଗ କରିବେ । ନୂତନ ବ୍ୟବସାୟ ଆରମ୍ଭ ଓ କର୍ମାରମ୍ଭ ତଥା ବିଦେଶ ଯାତ୍ରାର ସୁଯୋଗ ଜୁଟିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ ଆର୍ଥିକ ସ୍ଥିତିରେ ଉନ୍ନତି ଆସିବ । କର୍ମରେ ସଫଳତା ଓ କର୍ମସ୍ଥାନର ସମସ୍ତ ସୁବିଧା ସୁଯୋଗ ହାସଲ କରିବେ । ଯେଉଁମାନଙ୍କର ପୁନର୍ବସୁ ଓ ଅଶ୍ଳେଷା କର୍କଟ ସେମାନେ ଉପକୃତ ହେବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୧, ଆରାଧନା : ମା’ ମାତଙ୍ଗୀ ।

ସିଂହ : ଦଶମ ଚନ୍ଦ୍ର, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ଭାଗ୍ୟ ଅପେକ୍ଷା କର୍ମରେ ଅଧିକ ବିଶ୍ୱାସ ଓ ଗୁରୁତ୍ୱ ରହିବ । କର୍ମ ପ୍ରତି ଏକାଗ୍ରତା ଓ ଆନ୍ତରିକତା ଅଧିକ ରହିବ ଏବଂ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା ଓ ସମୟାନୁବର୍ତ୍ତିତା ପ୍ରକାଶ ପାଇବ । ଆଜି ଯେକୌଣସି କର୍ମ ଆରମ୍ଭ କରିବେ, ସେଥିରେ ଶତ ପ୍ରତିଶତ ସଫଳତା ପାଇବେ । ମନରେ ପ୍ରସନ୍ନତା, ଚାଲିଚଳନରେ ସଂଯମତା ଏବଂ ସମସ୍ତ କର୍ମରେ ସ୍ୱଚ୍ଛତା ଆପଣାଇବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଯାହାହେଲେ ମଧ୍ୟ ମନରେ ଆତ୍ମସନ୍ତୋଷ, ଆତ୍ମତୃପ୍ତି ରହିବ । ଯେଉଁମାନଙ୍କର ପୂର୍ବା ଫାଲ୍‌ଗୁନୀ ସିଂହ ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୩, ଆରାଧନା : ପ୍ରଭୁ ଶ୍ରୀ ଜଗନ୍ନାଥ ।

କନ୍ୟା : କୃଷ୍ଣ ପକ୍ଷର ନବମ ଚନ୍ଦ୍ର ଯୋଗୁ ଗୁରୁଜନଙ୍କ ସହ ବିବାଦ, କ୍ଷମତାଶାଳୀ ବ୍ୟକ୍ତିଙ୍କ ସହ ଶତ୍ରୁତା ଏବଂ ରାଜନୈତିକ ବ୍ୟକ୍ତିଙ୍କ ଆକ୍ରୋଶର ଶିକାର ହେବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ଅପମାନ, ଅପଯଶ ଓ ଅପନିନ୍ଦା ମିଳିବ । ମନରେ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା ଏବଂ ଚାଳିଚଳନ, ବ୍ୟବହାର, କଥାବାର୍ତ୍ତା ବିବାଦୀୟ ହେବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗିରହିବ ଏବଂ କର୍ମରେ ବିଫଳତା ଓ ସହକର୍ମୀଙ୍କ ଉପହାସର ପାତ୍ର ହେବେ । ଯେଉଁମାନଙ୍କର ଉତ୍ତରା ଫାଲ୍‌ଗୁନୀ କନ୍ୟା ସେମାନେ ସତର୍କହେବେ । ଶୁଭରଙ୍ଗ :କଫି, ସଂଖ୍ୟା : ୧୨, ଆରାଧନା : ଭଗବାନ ବିଷ୍ଣୁ ।

ତୁଳା : ଅଷ୍ଟମ ଚନ୍ଦ୍ର ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ସ୍ୱଜନରେ ବିବାଦ, ପଡ଼ୋଶୀଙ୍କ ସହ ତିକ୍ତତା, ଯାନବାହନରେ ଖର୍ଚ୍ଚାନ୍ତ ଏବଂ ଆର୍ଥିକ ଠକାମିରେ ପଡ଼ିପାରନ୍ତି । ସମସ୍ତ କର୍ମରେ ଭୁଲ୍‌ ନିଷ୍ପତ୍ତି ନେବେ ଏବଂ ବିନା କାରଣରେ ବହୁତ ବ୍ୟସ୍ତ ରହିବେ । ମନ ବିଷାଦଗ୍ରସ୍ତ, ଚାପଗ୍ରସ୍ତ ରହିବ ଏବଂ ଶାରୀରିକ ପୀଡ଼ା ଭୋଗିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ କର୍ମରେ ବିଫଳତା ଓ ବାଧାବିଘ୍ନ ଲାଗି ରହିବ । ଯେଉଁମାନଙ୍କର ସ୍ୱାତୀ ତୁଳା, ସେମାନେ ସତର୍କ ହେବେ । ଶୁଭରଙ୍ଗ : ନୀଳ, ସଂଖ୍ୟା : ୨, ଆରାଧନା : ମା’ କମଳା ।

ବିଛା : ଘାତଚନ୍ଦ୍ର ଯୋଗୁ ଧନ କ୍ଷତି, ମାନସିକ ଅସ୍ଥିରତା, ପରିବାରରେ ମନୋମାଳିନ୍ୟ, ଦାମ୍ପତ୍ୟ ଜୀବନରେ କଳହ ଏବଂ ଗୃହ ଶତ୍ରୁ, ବାହ୍ୟ ଶତ୍ରୁ ବୃଦ୍ଧି ପାଇବେ । ମନ ଅସ୍ଥିର, ବିଷାଦଗ୍ରସ୍ତ ରହିବ ଏବଂ ପରିଚିତ ମହିଳାଙ୍କ ଠାରୁ ଅପମାନ ମିଳିବ । ମୂଲ୍ୟବାନ ପଦାର୍ଥ ନଷ୍ଟ କିମ୍ବା ହଜିଯାଇପାରେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ କ୍ଷତି ପହଞ୍ଚିବ ଏବଂ ଆର୍ଥିକ ସ୍ଥିତି ପ୍ରଭାବିତ ହେବ । କର୍ମରେ ବିଫଳତା, ମହିଳା ସହକର୍ମୀଙ୍କ ସହ ବିବାଦ କିମ୍ବା ତାଙ୍କଠାରୁ ଅପମାନ ମିଳିପାରେ । ଯେଉଁମାନଙ୍କର ଅନୁରାଧା ବିଛା ସେମାନେ ସତର୍କତା ଅବଲମ୍ବନ କରିବେ । ଶୁଭରଙ୍ଗ : ଲାଲ, ସଂଖ୍ୟା : ୩, ଆରାଧନା : ପ୍ରଭୁ ହନୁମାନ ।

ଧନୁ : ଷଷ୍ଠ ଚନ୍ଦ୍ର, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ମନରେ ଉନ୍ନତ ଚିନ୍ତାଧାରା, ଉଚ୍ଚାଭିଳାଷ ପ୍ରକାଶ ପାଇବ ଏବଂ ଉନ୍ନତି ମୂଳକ କର୍ମରେ ଅଧିକ ଆଗ୍ରହ ରହିବ । ପରୋପକାର, ସମାଜସେବା ଓ ଧାର୍ମିକ କର୍ମରେ ଅଧିକ ଆଗ୍ରହ ରହିବ ଏବଂ ଯଶ, ସମ୍ମାନ, ସାମାଜିକ ପ୍ରତିଷ୍ଠା ଓ ଜନସମ୍ପର୍କ ବୃଦ୍ଧି ପାଇବ । ରୋଗ, ଋଣ, ଶତ୍ରୁ-ଏଥିରୁ ସାମୟିକ ମୁକ୍ତି ମିଳିବ ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା, ଉଚ୍ଚ ସମ୍ମାନ ଓ ଉଚ୍ଚ ପଦବୀ ପ୍ରାପ୍ତ ହେବ । ଯେଉଁମାନଙ୍କର ପୂର୍ବାଷାଢ଼ା ଧନୁ, ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ହଳଦିଆ, ସଂଖ୍ୟା : ୫, ଆରାଧନା : ପ୍ରଭୁ ଶ୍ରୀ ଜଗନ୍ନାଥ ।

ମକର : କୃଷ୍ଣ ପକ୍ଷର ପଞ୍ଚମ ଚନ୍ଦ୍ର ଯୋଗୁ ବିଦ୍ୟା, ବୁଦ୍ଧି, ଜ୍ଞାନ, ଗରିମା, ପ୍ରତ୍ୟୁତ୍ପନ୍ନମତି, ଦୂରଦୃଷ୍ଟି, ଧୀଶକ୍ତି, ସ୍ମରଣ ଶକ୍ତି ଲୋପ୍ ପାଇବ ଏବଂ ମନ ଅସ୍ଥିର, ବିଷାଦଗ୍ରସ୍ତ ଓ ଚାପଗ୍ରସ୍ତ ରହିବ । ସନ୍ତାନ ମାନଙ୍କ ଚାଳିଚଳନ, ବ୍ୟବହାର, କଥାବାର୍ତ୍ତା ଓ କର୍ମକୁ ନେଇ ଚିନ୍ତିତ ହେବେ ଏବଂ ପିତାମାତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖା ଦେବ । ପାରିବାରିକ ବିବାଦ, ଜମିଜମା ବିବାଦ ଉଗ୍ର ରୂପ ନେବ ଏବଂ ପରିବାରରେ ଅଶାନ୍ତିର ବାତାବରଣ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ମାନ୍ଦାବସ୍ଥା ଲାଗି ରହିବ ଏବଂ କର୍ମରେ ବିଫଳତା ଓ ସମ୍ମାନ ହାନି ଘଟିବ । ଯେଉଁମାନଙ୍କର ଉତ୍ତରାଷାଢ଼ା ମକର, ସେମାନେ ସତର୍କ ହେବେ । ଶୁଭରଙ୍ଗ : କଳା, ସଂଖ୍ୟା : ୧୧, ଆରାଧନା : ମା’ ଦୁର୍ଗା ।

କୁମ୍ଭ : କୃଷ୍ଣ ପକ୍ଷର ଚତୁର୍ଥ ଚନ୍ଦ୍ର ଯୋଗୁ ଧନ, ସମ୍ପଦ, ପ୍ରାଚୁର୍ଯ୍ୟ, ପ୍ରତିପତ୍ତି ବୃଦ୍ଧିପାଇବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ, ସହକର୍ମୀ, ସହଯୋଗୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ନୂତନ କର୍ମାରମ୍ଭ, ବ୍ୟବସାୟ ଆରମ୍ଭ ଓ ବିଦେଶ ଯାତ୍ରାର ସୁଯୋଗ ଜୁଟିବ କିମ୍ବା ମୂଲ୍ୟବାନ ଧାତୁ, ବସନ ଭୂଷଣ ଓ ଯାନବାହନ କ୍ରୟ କରିବେ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ ଅଧିକାରୀଙ୍କ ଶୁଭଦୃଷ୍ଟିରେ ରହିବେ । ଯେଉଁମାନଙ୍କର ଧନିଷ୍ଠା ଓ ପୂର୍ବଭାଦ୍ର କୁମ୍ଭ ସେମାନେ ଉପକୃତ ହେବେ ।ଶୁଭରଙ୍ଗ : ମାଟିଆ, ସଂଖ୍ୟା : ୬, ଆରାଧନା : ମା’ ଭୈରବୀ ।

ମୀନ : ତୃତୀୟ ଚନ୍ଦ୍ର, ସୋମବାର ଓ ରବିଙ୍କ ନକ୍ଷତ୍ର ଭୋଗ ହେଉଥିବାରୁ ସମସ୍ତ ଆଶା, ଆକାଂକ୍ଷା ଓ ଅଭିଳାଷ ପୂର୍ଣ୍ଣ ହେବ ଏବଂ ସମସ୍ତ ଇପ୍‌ସିତ ପଦାର୍ଥ ହାତପାହାନ୍ତାରେ ଉପଲବ୍ଧ ହେବ । ସୁଖବର, ସୁସମ୍ପାଦ ମିଳିବ ଏବଂ ସ୍ୱଜନ, ପରିଜନ, ବନ୍ଧୁବାନ୍ଧବ ଓ ଭାଇଭଉଣୀଙ୍କ ସାହାଯ୍ୟ, ସହଯୋଗ ମିଳିବ । ମନରେ ପ୍ରସନ୍ନତା, ପରିବାରରେ ସୁଖଶାନ୍ତି ଏବଂ ଦେହ, ମନ ସୁସ୍ଥ ରହିବ । ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ଆୟ ଅତି ଉତ୍ତମ ହେବ ଏବଂ କର୍ମରେ ସଫଳତା ଓ ସମସ୍ତ କର୍ମରେ ଆପଣଙ୍କର କର୍ମକୁଶଳତା, କାର୍ଯ୍ୟଦକ୍ଷତା ପ୍ରକାଶ ପାଇବ । ଯେଉଁମାନଙ୍କର ପୂର୍ବଭାଦ୍ର ଓ ରେବତୀ ମୀନ, ସେମାନେ ସୁଫଳ ପାଇବେ । ଶୁଭରଙ୍ଗ : ଗୋଲାପି, ସଂଖ୍ୟା : ୭, ଆରାଧନା : ମା’ ତାରା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.