ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଦୀର୍ଘ ୧୮ ବର୍ଷ ପରେ ଏକାଠି ହେବେ ବୁଧ-କେତୁ: ଜାଣନ୍ତୁ କେଉଁ କେଉଁ ରାଶି ହେବେ ଭାଗ୍ୟଶାଳୀ...

Published By : Harapriya Sethi | June 18, 2025 6:50 AM

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସମସ୍ତ ୯ ଗ୍ରହ ନିଶ୍ଚିତ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ଏହି ସମୟରେ ପରସ୍ପର ସହ ଏକାଠି ମଧ୍ୟ ହୋଇଥାନ୍ତି । ଏହି ଯୋଗର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ,ଦେଶ ଦୁନିଆ ଉପରେ ମଧ୍ୟ ପଡିଥାଏ । ଛାୟା ଗ୍ରହ କେତୁ ସିଂହ ରାଶିରେ ଚଳନ କରି ସାରିଛନ୍ତି । ଅଗଷ୍ଟ ମାସରେ ବୁଧ ଗ୍ରହ ସିଂହ ରାଶିରେ ଚଳନ କରିବେ ।

ଦୀର୍ଘ ୧୮ ବର୍ଷ ପରେ କେତୁ ସହ ବୁଧ ଗ୍ରହ ଏକାଠି ହେବେ । ଏହା ଖୁବ୍‌ ଅଧିକ ମହତ୍ତ୍ୱ ରହିଛି । ସିଂହ ରାଶିରେ କେତୁ ଓ ବୁଧ ଏକାଠି ହେବା ପରେ ବିଶେଷ ଉପରେ ମାନସିକତା, ବାଣୀ, ନିର୍ଣ୍ଣୟ କ୍ଷମତାରେ ପ୍ରଭାବ ପକାଇଥାଏ । ଏହି ଯୋଗ ଫଳରେ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟରେ ଶୁଭ ପରିବର୍ତ୍ତନ ହେବ ।

ମେଷ- ମାନସିକ ଦୁଃଶ୍ଚିନ୍ତା ଦୂର ହେବା ସହ ନୂଆ ନୂଆ ଚିନ୍ତାଧାରା ଆସିବ । ପରିଶ୍ରମର ଫଳ ମିଳିବ । କର୍ମକ୍ଷେତ୍ରରେ ଜବରଦସ୍ତ ଲାଭ ମିଳିବ । ନୂଆ ନୂଆ ସୁଯୋଗ ମିଳିବ । ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ । ଶୁଭଫଳ ମିଳିବ ।

କର୍କଟ- ଦୀର୍ଘ ଦିନର ସମସ୍ୟା ଦୂର ହେବ । ପରିବାରରେ ହସଖୁସିର ବାତାବରଣ ରହିବ । ନୂଆ ସୁଯୋଗ ମିଳିବ । ଦୀର୍ଘ ଦିନରୁ ଲାଗି ରହିଥିବା ଧନର ଅଭାବ ଦୂର ହେବ । ଆତ୍ମବିଶ୍ୱାସ ମଜଭୁତ ହେବ ।

ଧନୁ- ଅତ୍ୟନ୍ତ ଶୁଭ ଫଳ ମିଳିବ । ଯାତ୍ରାର ଯୋଗ ରହିଛି । ବିଶେଷ କରି ବିଦେଶ ଯାତ୍ରାର ଯୋଗ ରହିଛି । କାମରେ ସଫଳତା ମିଳିବ । ନୂଆ ବ୍ୟବସାୟ ଆରମ୍ଭ କରିବେ । ମାନସମ୍ମାନ ବୃଦ୍ଧି ହେବ । ନୂଆ ଉପଲବ୍ଧି ହାସଲ କରିବେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.