ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ବକ୍ର ଚଳନ କରିବେ ଶନି; ଏହି ୬ ରାଶିଙ୍କ ବଦଳିବ ଭାଗ୍ୟ

Published By : Harapriya Sethi | June 22, 2025 6:43 AM

ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟାନୁସାରେ ଗୋଟିଏ ରାଶିରୁ ଅନ୍ୟ ଏକ ରାଶିକୁ ଚଳନ କରିଥାନ୍ତି । ଶନି ଗ୍ରହଙ୍କୁ ନ୍ୟାୟର ଦେବତା ଓ କର୍ମଫଳ ଦାତା ବୋଲି କୁହାଯାଏ । ଖୁବ୍‌ ଶୀଘ୍ର ଜୁଲାଇ ମାସ ଆରମ୍ଭ ହେବାକୁ ଯାଉଛି । ଗ୍ରହ-ନକ୍ଷତ୍ର ଦୃଷ୍ଟିରୁ ଜୁଲାଇ ମାସ ଖୁବ୍‌ ଖାସ୍‌ ହେବାକୁ ଯାଉଛି । କାରଣ ଏହି ମାସରେ ଶନି ଚଳନ କରିବେ । ଏହାର ପ୍ରଭାବ ସମସ୍ତ ରାଶି ବ୍ୟକ୍ତି ବିଶେଷଙ୍କ ଉପରେ ପଡିଲେ ମଧ୍ୟ କିଛି ରାଶି ବ୍ୟକ୍ତି ବିଶେଷଙ୍କ ଭାଗ୍ୟ ହଠାତ୍‌ ବଦଳିଯିବ । ବର୍ତ୍ତମାନ ଶନି ସିଧା ଚଳନ ଅବସ୍ଥାରେ ରହିଛନ୍ତି । ଜୁଲାଇ ମାସରେ ସିଧାରୁ ଓଲଟା ଚଳନ କରିବେ । ଶନି ୧୩ ଜୁଲାଇରେ ଓଲଟା ଚଳନ କରିବେ । ଜାଣନ୍ତୁ କେଉଁ କେଉଁ ରାଶିଙ୍କ ଉପରେ ରହିବ ଶନିଙ୍କ ବିଶେଷ କୃପା-

ମିଥୁନ- ଏହି ରାଶିଙ୍କୁ ଶୁଭଫଳ ମିଳିବ । କର୍ମକ୍ଷେତ୍ରରେ ସଫଳତା ମିଳିବ । ପରିଶ୍ରମର ଫଳ ମିଳିବ । କାର୍ଯ୍ୟରେ ସଫଳତା ସହ ପରିବାରରେ ହସଖୁସିର ବାତାବରଣ ରହିବ । ସମ୍ପର୍କରେ ମଧୁରତା ରହିବ । ଶୁଭଫଳ ପ୍ରାପ୍ତି ହେବ ।

କର୍କଟ- ଏହି ରାଶିଙ୍କୁ ସକରାତ୍ମକ ଫଳ ମିଳିବ । ହଠାତ୍‌ ଧନ ପ୍ରାପ୍ତି ହେବ । ଭୂମି, ଜମି,ଗାଡି କିଣିବାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ଆୟର ନୂଆ ନୂଆ ଉପାୟ ସାମ୍ନାକୁ ଆସିବ । କର୍ମକ୍ଷେତ୍ରରେ ଉନ୍ନତି ହେବ । ଛାତ୍ରଛାତ୍ରୀଙ୍କୁ ସଫଳତା ମିଳିବ ।

ତୁଳା- ଜୀବନରେ ଥିବା ଅନେକ ସମସ୍ୟା ଦୂର ହେବ । ଅଯଥା ଖର୍ଚ୍ଚରୁ ମୁକ୍ତି ମିଳିବ । ଆମଦାନୀରେ ବୃଦ୍ଧି ହେବ । ଧନ ସମ୍ପତ୍ତି ବୃଦ୍ଧି ହେବ । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ବିବାଦ ଦୂର ହେବ । ବିବାହିତ ଦମ୍ପତିଙ୍କୁ ସନ୍ତାନ ସୁଖ ମିଳିବ ।

ବିଛା- ଶନିଙ୍କ ବିଶେଷ କୃପା ମିଳିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ । ବ୍ୟବସାୟରେ ବଡ ଲାଭ ମିଳିବ । ବିଦେଶ ଯାତ୍ରାର ଯୋଗ ରହିଛି । ଆର୍ଥିକ ସ୍ଥିତି ମଜଭୁତ ହେବ । ନୂଆ ବ୍ୟବସାୟ ଆରମ୍ଭ କରିବାର ଯୋଗ ରହିଛି । ଟଙ୍କା ନିବେଶ କରି ଲାଭବାନ୍‌ ହେବେ । ବୈବାହିକ ଜୀବନ ସୁଖମୟ ହେବ ।

ମକର- ପରିଶ୍ରମ କରି ବଡ ସଫଳତା ହାସଲ କରିବେ । ଇଚ୍ଛା ଅନୁଯାୟୀ ସଫଳତା ମିଳିବ । ଧନ ଲାଭର ଯୋଗ ରହିଛି । ଦୀର୍ଘ ଦିନରୁୁ ଲାଗି ରହିଥିବା ସମସ୍ୟା ଦୂର ହେବ ।

କୁମ୍ଭ- ଆମଦାନୀ ବୃଦ୍ଧି ହେବ । ଧନର ଆଗମନ ହେବ । ଅନେକ କାର୍ଯ୍ୟରେ ସଫଳତା ମିଳିବ । ବନ୍ଧୁର ସହଯୋଗ ମିଳିବ । ସମ୍ପର୍କ ମଜଭୁତ ହେବା ସହ ସମସ୍ୟା ଦୂର ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.