ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର, ତଦନ୍ତ କରୁଛି ପୁଲିସ

Published By : Harapriya Sethi | June 22, 2025 10:02 AM

ଜଗତସିଂହପୁର, ୨୨/୦୬: ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ରୋହିଆ ପଞ୍ଚାୟତର ଚକୁଳି ଗ୍ରାମ ଇଟା ଫ୍ୟାକ୍ଟ୍ରି ନିକଟରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଜଣେ ବିବାହିତ ମହିଳାଙ୍କ ସନ୍ଦେହ ଜନକ ଭାବରେ ବେକରେ ପିନ୍ଧା ଲୁଗା ବାନ୍ଧି ଏକ ଗଛକୁ ଲାଗି ଛିଡା ହେବା ଭଳି ମୁତ୍ୟୁ ବରଣ କରିଛନ୍ତି । 

ସୂଚନା ମୁତାବକ, ନାଉଗାଁ ଥାନା ଅନ୍ତର୍ଗତ ଛତିଆନା ଗ୍ରାମର ଜଟାଧାରୀ ସାହୁଙ୍କ ଝିଅ ବବିତା ସାହୁ ୨୦୨୦ ମସିହାରେ କଟକ ଜିଲ୍ଲା ନିମାପଡାର ଚାଉଳିଆବସ୍ତ ଗାଁର ନବ ସାହୁଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ବବିତାଙ୍କର ୪ ବର୍ଷର ପୁଅ ରହିଛି । ବିବାହ ପରେ ଉଭୟ ପରିବାର ଠିକ ଠାକ ଚାଲିଥିଲା । ଗତ ଦୁଇ ବର୍ଷ ହେବ ସ୍ୱାମୀ ନବ ତାର ପକୃତ ରୂପ ଆରମ୍ଭ କଲା । ଅଧିକ ଯୌତୁକ ତୋ ଘରୁ ଆଣିବା ପାଇଁ କହି ପତ୍ନୀଙ୍କୁ ମାଡ ମାରିଥିଲା । ମଦ ପିଇ ପ୍ରତି ଦିନ ରାତିରେ ମାରପିଟ କରେ ବୋଲି ବବିତା ଘରକୁ ଜଣାନ୍ତି । 

ତେବେ ୩ ମାସ ତଳେ ବବିତାର ବାପା ଜଟାଧାରୀ ମୁତ୍ୟୁ ବରଣ କରିଥିଲେ । ସେଥିପାଇଁ ଦୁଇମାସ ହେବ ବବିତା ବାପଘରେ ରହିଥିଲେ । ଦେଢ଼ ମାସ ହେବ ଶାଶୂଘରକୁ ଯାଇଥିଲେ ବବିତା । ବାରମ୍ବାର ବବିତା ଉପରେ ନିର୍ଯାତନା ହେଉଥିବାରୁ ଦୁଇଦିନ ହେବ ବବିତା ଘରକୁ ଫୋନ କରିନଥିଲେ । ଫୋନ୍‌ ନକରିବାରୁ ଦାଦା ରବୀନ୍ଦ୍ର ସାହୁ ସ୍ୱାମୀ ନବ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ଶେଷରେ ଦାଦା ରବୀନ୍ଦ୍ରକୁ ବବିତାର ଶାଶୁ ଆଶା ସାହୁ ଫୋନ ମାଧ୍ୟମରେ ଜଣାଇ ଥିଲେ ଯେ, ବବିତା ଶୁକ୍ରବାର ରାତିରୁ ଘରକୁ ଆସିନି । ତୁମ ଘର ଆଡକୁ ଯାଇଛି କି ? ଏଥିରେ ଦାଦା ରାଗିଯାଇ କହିଲେ, କାଲି ରାତିରୁ ଗଲାଣି ମୋତେ ଏବେ ଜଣାଉଛ । ଦାଦା ରବୀନ୍ଦ୍ର ଏନେଇ ନିମାପଡା ଥାନାରେ ଏକ ଲିଖତ ଅଭିଯୋଗ କରିଥିଲେ । ଶେଷରେ ରବିବାର ସକାଳୁ ସକାଳୁ ବବିତାଙ୍କ ମୃତଦେହ ନାଉଗାଁ ଥାନା ରୋହିଆ ପଞ୍ଚାୟତ ଚକୁଳି ଇଟା ଫ୍ୟାକ୍ଟ୍ରି ନିକଟରେ ଏକ ଗଛରେ ବେକରେ ଲୁଗା ଗୁଡ଼ାଇ ଝୁଲିବାର ସ୍ଥାନୀୟଲୋକେ ଦେଖିଥିଲେ । ଖବର ପାଇବା ପରେ ଘଟଣାସ୍ଥଳରେ ନାଉଗାଁ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.