ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବଡ଼ ଘାଟି ତଳେ ଦୁର୍ଘଟଣା ପରେ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଚା ଦୋକାନୀ ଓ ୩ଗ୍ରାହକ

Published By : Gurupada Nath | June 3, 2025 7:07 PM

ଖଲ୍ଲିକୋଟ,୩/୬ : ଖଲ୍ଲିକୋଟ ବଡ଼ ଘାଟି ତଳେ ହରିଡ଼ାମୂଳଠାରେ ଆଜି ସନ୍ଧ୍ୟା ୫ଟାରେ ଘଟିଛି ଦୁଇଟି ଦୁର୍ଘଟଣା। ବଡ଼ ଘାଟିରୁ ବାଇପାସ ରୋଡ଼ରେ ତଳକୁ ଖସିବାବେଳେ ଭାରସାମ୍ୟ ହରାଇ ଗୋଟିଏ ଟ୍ରକ ରାସ୍ତାକଡ଼କୁ ଓଲଟି ପଡ଼ିଥିବାବେଳେ ତା’ପଛରେ ଆସୁଥିବା ଆଉ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଚା ଦୋକାନ ଭିତରେ ପଶି ଯାଇଥିଲା । ଫଳରେ ଚା ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବାବେଳେ ଦୋକାନୀ ଓ ୩ଜଣ ଗ୍ରାହକ ଅଳ୍ପକେ ବର୍ତ୍ତି ଯାଇଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ବଡ଼ ଘାଟି ତଳେ ଥିବା ହରିଡ଼ାମୂଳ ବ୍ରିଜ ଉପରେ ଏକ ମାଲ୍ ବୋଝେଇ ଟ୍ରଲର ଓଲଟି ପଡ଼ିଥିଲା । ଆଜି ସେହି ସିଲିଂ ପ୍ଲେଟ ଗୁଡ଼ିକ ରାସ୍ତା ଉପରୁ ହଟାଇ ଆଉ ଏକ ଗାଡ଼ିରେ ଲୋଡ଼ କରାଯାଉଥିଲା । ସେଥିପାଇଁ ୧୬ନମ୍ବର ଜାତୀୟ ରାଜପଥର ବ୍ରହ୍ମପୁର -ଭୁବନେଶ୍ୱର ମୁଖ୍ୟ ରାସ୍ତାକୁ ବନ୍ଦ କରାଯାଇ ବଡ଼ ଘାଟିରୁ ଖଲ୍ଲିକୋଟ ବାଇପାସ ରାସ୍ତାରେ ଗାଡ଼ି ଗୁଡ଼ିକୁ ଛଡ଼ା ଯାଉଥିଲା । 

ତେବେ ବାଇପାସ ରାସ୍ତାଟି ଅତ୍ୟଧିକ ଗଡା଼ଣିଆ ହୋଇଥିବାରୁ ଗୋଟିଏ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା । ଏହି ସମୟରେ ତା ପଛରେ ଆସୁଥିବା ଆଉ ଏକ ମାଲ ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଚା ଦୋକାନ ଭିତରେ ପଶି ଯାଇଥିଲା । ଫଳରେ ଦୋକାନଟି ସମ୍ପୂର୍ଣ୍ଣ ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବାବେଳେ ଭିତରେ ଦୋକାନୀ ସୁରେନ୍ଦ୍ର ସାହୁ ରହି ଯାଇଥିଲେ । ତୁରନ୍ତ ସ୍ଥାନୀୟ ଲୋକେ ସୁରେନ୍ଦ୍ରଙ୍କୁ ଦୋକାନ ଭିତରୁ ଉଦ୍ଧାର କରିଥିଲେ । ତାଙ୍କ ଦେହରେ ଆଘାତ ଲାଗିଥିବାବେଳେ ମୁଣ୍ଡ ଫାଟି ଯାଇଛି । ଦୋକାନରେ ଚା ପିଉଥିବା ୩ଜଣ ଗ୍ରାହକ ଦୌଡ଼ି ପଳାଇବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସ୍ଥାନୀୟ ପୁଲିସ ପହଞ୍ଚି ଟ୍ରାଫିକ ନିୟନ୍ତ୍ରଣ କରୁଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.