ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆନ୍ଧ୍ରପ୍ରଦେଶରେ ରାଜା ରଘୁବଂଶୀ ହତ୍ୟାର ପୁନରାବୃର୍ତ୍ତି, ପ୍ରେମିକ ସହ ସ୍ବାମୀକୁ ହତ୍ୟା କଲା ସ୍ତ୍ରୀ

Published By : Prameya | June 24, 2025 10:35 AM

ହାଇଦ୍ରାବାଦ, ୨୪/୦୬:  ଇନ୍ଦୋର ବ୍ୟବସାୟୀ ରାଜା ରଘୁବଂଶୀ  ହତ୍ୟା ଘଟଣା ଚର୍ଚ୍ଚାରେ ଥିବାବେଳେ  ଆନ୍ଧ୍ରପ୍ରଦେଶରୁ ଆଉ ଏକ ଅନୁରୂପ ଘଟଣା ସାମ୍‌ନାକୁ ଆସିଛି । ଜଣେ  ନବବିବାହିତା ମହିଳା ପ୍ରେମିକଙ୍କ  ସହ ମିଶି ଗୁଣ୍ଡା ଲଗାଇ ତାଙ୍କ ସ୍ୱାମୀଙ୍କୁ  ହତ୍ୟା କରିଥିବା ଅଭିଯୋଗ ହୋଇଛି ।  ଘଟଣା କୁର୍ନୋଲ ଜିଲ୍ଲାରେ ଘଟିଛି । ମୃତ  ଯୁବକ ଜଣକ ହେଲେ ତେଲଙ୍ଗାନାର ଜୋଗୁଲାମ୍ବା ଗଡ଼ୱାଲା ଜିଲ୍ଲାର  ତେଜେଶ୍ୱର । ସେ ଆନ୍ଧ୍ରପ୍ରଦେଶରେ ଜମି ନିରୀକ୍ଷକ ଭାବେ କାମ କରୁଥିଲେ । 

ଅଭିଯୋଗ ଅନୁସାରେ, ତେଜେଶ୍ୱର ମେ’ ୧୮ରେ ଐଶ୍ୱର୍ଯ୍ୟାଙ୍କୁ ବିବାହ କରିଥିଲେ । ବିବାହର ୩ ମାସ ପୂର୍ବରୁ ଉଭୟଙ୍କ ନିର୍ବନ୍ଧ ହୋଇଥିଲା । ବିବାହର ମାସେ ପରେ ଜୁନ୍‌ ୧୭ରେ ତେଜେଶ୍ୱର ନିଖୋଜ ହୋଇଯାଇଥିଲେ । ପରିବାର ଲୋକ ନିଖୋଜ ଏତଲା ଦେବା ପରେ ସେହିଦିନ ହିଁ ତାଙ୍କ ମୃତଦେହ କୁର୍ନୋଲରୁ ପ୍ରାୟ ୩୦ କିମି ଦୂର ପନୟାମ ମଣ୍ଡଲରେ ଏକ ଖାତରୁ ମିଳିଥିଲା । ତାଙ୍କୁ ଗଳାକାଟି  ହତ୍ୟା କରାଯାଇଥିବା ପୁଲିସ ଜାଣିବାକୁ  ପାଇଥିଲା । 

ପୁଲିସ ସୂଚନା ଅନୁସାରେ,  ତେଜେଶ୍ୱରଙ୍କୁ ଅଭିଯୁକ୍ତମାନେ ଏକ ଜମି ସର୍ଭେ ନାଁରେ ଡାକି ବାଟରେ ହତ୍ୟା କରିଥିଲେ । ତେଜେଶ୍ୱରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ, ଉଭୟଙ୍କ ବିବାହ ଫେବ୍ରୁଆରୀରେ  ହେବାର ଥିଲା । କିନ୍ତୁ ବିବାହର ୫  ଦିନ ପୂର୍ବରୁ ଐଶ୍ୱର୍ଯ୍ୟା କେଉଁଆଡ଼େ ଫେରାର ହୋଇଯାଇଥିଲେ । ଘରକୁ ଫେରିବା ପରେ ଐଶ୍ୱର୍ଯ୍ୟା ତେଜେଶ୍ୱରଙ୍କୁ କହିଥିଲେ ଯେ ତାଙ୍କ ପରିବାର ଯୌତୁକ ଦେଇପାରିବେନି । ତେଣୁ ସେ ଘର ଛାଡ଼ି ଜଣେ ସାଙ୍ଗଙ୍କ ଘରକୁ ପଳାଇଥିଲେ । ପରେ ସବୁକିଛି ସ୍ୱାଭାବିକ ଥିବା ଭାବି ତେଜେଶ୍ୱର ବିବାହ କରିଥିଲେ । 

ପୁଲିସ  ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ଯେ,  ଐଶ୍ୱର୍ଯ୍ୟା ଅନ୍ୟ ଜଣଙ୍କୁ ପ୍ରେମ କରୁଥିଲେ । ସେହି ଯୁବକ ଜଣକ କୁର୍ନୋଲରେ ଏକ ବ୍ୟାଙ୍କରେ କାମ କରନ୍ତି । ବିବାହ ପରେ ବି ଐଶ୍ୱର୍ଯ୍ୟା ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗରେ ଥିଲେ । କଲ୍‌ ରେକର୍ଡରୁ ଜଣାପଡ଼ିଛି, ବିବାହ ପରେ ଐଶ୍ୱର୍ଯ୍ୟା ୨ ହଜାରରୁ ଅଧିକ ଫୋନ୍‌ ସେହି ଯୁବକଙ୍କୁ କରିଛନ୍ତି ।  ପରକୀୟା ପ୍ରୀତି ଏବଂ ତେଜେଶ୍ୱରଙ୍କୁ  ରାସ୍ତାରୁ ହଟାଇ ତାଙ୍କ ସମ୍ପତ୍ତି ହଡ଼ପ ଉଦ୍ଦେଶ୍ୟରେ ଏହି ହତ୍ୟାକାଣ୍ଡ ହୋଇଛି । ଏଥିପାଇଁ ଐଶ୍ୱର୍ଯ୍ୟାଙ୍କ ପ୍ରେମିକ ଭଡ଼ାରେ ଗୁଣ୍ଡା ଆଣିଥିଲେ ବୋଲି ପୁଲିସ କହିଛି । ଐଶ୍ୱର୍ଯ୍ୟାଙ୍କ ପ୍ରେମିକ ଫେରାର  ଅଛନ୍ତି । ଐଶ୍ୱର୍ଯ୍ୟା ଏବଂ ତାଙ୍କ ମା’ଙ୍କୁ  ଗିରଫ କରାଯାଇଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.