ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ରାଜା ରଘୁବଂଶୀ ହତ୍ୟା ମାମଲା: ବିଚଳିତ ହେଉଛି, ବାରମ୍ବାର ପାଣି ମାଗୁଛି ସୋନମ

Published By : Harapriya Biswal | June 18, 2025 7:58 PM

ନୂଆଦିଲ୍ଲୀ,୧୮।୬: ସ୍ବାମୀ ରାଜା ରଘୁବଂଶୀକୁ ହତ୍ୟା କରିବା ପରେ ଏବେ ଜେଲ୍‌ରେ ସୋନମ। ହେଲେ ସେ ଖୁବ୍ ବିଚଳିତ ହୋଇପଡିଥିବାର କୁହାଯାଉଛି। ଲକ୍‌ଅପ୍‌ ଭିତରେ କେବଳ ଏପଟ ସେପଟ ହେଉଛି। ବସି ବସି କିଛି ଭାବୁଛି। ବାରମ୍ବାର ପିଇବାକୁ ପାଣି ମଧ୍ୟ ମାଗୁଛି। 

‘ଇଣ୍ଡିଆ ଟୁଡେ’ର ରିପୋର୍ଟରେ କୁହାଯାଇଛି ଯେ, ସୋନମକୁ ଦେଖି ପୋଲିସ ଏବେ ତା’ ଉପରେ ୨୪ ଘଣ୍ଟା ସିସିଟିଭିରେ ବିଶେଷ ଭାବରେ ନଜର ରଖିଛି। ସ୍ବାଭାବିକ କରିବାକୁ ଚେଷ୍ଟା କରାଯାଉଛି। ଏପରିକି ସୋନମ ବାହାରର ଖାଦ୍ୟ ବି ଅର୍ଡର କରିକି ଖାଉଛି। ୨୫ ବର୍ଷୀୟ ସୋନମ ହନିମୁନରେ ସ୍ବାମୀ ସହ ମେଘାଳୟ ବୁଲିବାକୁ ଯାଉ ହତ୍ୟା କରିଥିଲା। ନିଜର ପ୍ରେମିକ ରାଜ୍ ଏବଂ ତା’ର ଅନ୍ୟ ଦୁଇ ସାଙ୍ଗ ରାଜାଙ୍କୁ ହତ୍ୟା କରି ଖାଇକୁ ଫୋପାଡି ଦେଇଥିଲେ।  

ଏହା ଭିତରେ ମେଘାଳୟ ପୋଲିସର ଏକ ଟିମ୍ ବୁଧବାର ଇନ୍ଦୋରରେ ସୋନମଙ୍କ ଘରେ ପହଁଞ୍ଚିଛି। ସୋନମର ବାପାଙ୍କ ଘରେ ପୋଲିସର ଏସଆଇଟି ଟିମ୍ ପ୍ରାୟ ୨ ଘଣ୍ଟା ପର୍ଯ୍ୟନ୍ତ ରହିଥିଲା। ସୋନମର ଭାଇ ସହ ବହୁ ପରିବାର ଲୋକଙ୍କୁ ପଚରା ଉଚରା ମଧ୍ୟ କରିଛି। ଉଲ୍ଲେଖନୀୟ ଯେ , ସୋନମର ବିବାହ ୧୧ ମଇରେ ଇନ୍ଦୋରରେ ହୋଇଥିଲା। ପ୍ରାୟ ୧୦ ଦିନ ପରେ ଦୁହେଁ ହନିମୁନରେ ଗୌହାଟି ଓ ପରେ ମେଘାଳୟ ଯାଇଥିଲେ। ୨୩ ମଇରେ ରାଜା ନିଖୋଜ ହେବାପରେ ୨ ଜୁନ୍‌ରେ ଇଷ୍ଟ ଖାସି ହିଲ୍‌ସ ଜିଲ୍ଲାରେ ମୃତଦେହ ମିଳିଥିଲା। ସୋନମ କିଛି ଦିନ ପରେ ୟୁପିର ଗାଜିପୁରରୁ ଗିରଫ ହୋଇଥିଲା। ସୋନମର ଅନ୍ୟ ସହଯୋଗୀ ମଧ୍ୟ ଗିରଫ ହୋଇସାରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.