ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ନାବାଳିକାକୁ ହୋଟେଲରେ ଗଣଦୁଷ୍କର୍ମ ମାମଲା, କ୍ରାଇମ୍‌ବ୍ରାଞ୍ଚ ଡିଏସ୍‌ପିଙ୍କୁ ମାମଲା ହସ୍ତାନ୍ତର କଲେ ଥାନା ଅଧିକାରୀ

Published By : Prameya | June 19, 2025 12:03 PM

ପୁରୀ,୧୯/୦୬: ବହୁ ଚର୍ଚ୍ଚିତ ସମୁଦ୍ରକୂଳ ଥାନା  ଅଞ୍ଚଳରୁ ନାବାଳିକାକୁ ଅପହରଣ କରିବା ପରେ ବଳିଆପଣ୍ଡା  ଥାନା ଅଞ୍ଚଳରେ ଗଣଦୁଷ୍କର୍ମ କରାଯାଇଥିଲା । ଏହି ମାମଲାକୁ ରାଜ୍ୟ କ୍ରାଇମ୍‌ବ୍ରାଞ୍ଚ ଡିଏ୍‌ସପି ଅଶ୍ମିତା ପରମିତାଙ୍କୁ ଗତ ୧୬  ତାରିଖରେ ହସ୍ତାନ୍ତର କରାଯାଇଥିବା ଥାନା ଅଧିକାରୀ ମାନସ  କୁମାର ଚକ୍ର ସୂଚନା ଦେଇଛନ୍ତି । ତାଙ୍କ କହିବାନୁଯାୟୀ, ଉକ୍ତ  ମାମଲାରେ ହୋଇଥିବା ଅଭିଯୋଗ ଓ ତଦନ୍ତର ସମସ୍ତ କାଗଜପତ୍ର  କ୍ରାଇମବ୍ରାଞ୍ଚଙ୍କୁ ପ୍ରଦାନ କରାଯାଇଛି । ଏବେ ଏହି ମାମଲାର ତଦନ୍ତ  କ୍ରାଇମ୍‌ବ୍ରାଞ୍ଚ କରିବ ।   

ସୂଚନାଯୋଗ୍ୟ, ଗତ ୭ ତାରିଖ ସମୁଦ୍ରକୂଳ ଥାନା ଅଞ୍ଚଳରେ ଜଣେ ନାବାଳିକା ବୁଲୁଥିବା ବେଳେ ତାଙ୍କୁ ବାଲିନୋଳିଆର ସୁନିଲ  ବେହେରା ଅପହରଣ କରି ନେଇ ବଳିଆପଣ୍ଡା ଥାନା ଅଞ୍ଚଳରେ  ଏକ ହୋଟେଲରେ ତା’ର ସାଥୀମାନେ ମିଳିତ ଭାବେ ଗଣଦୁଷ୍କର୍ମ କରିଥିଲେ । ଶେଷରେ ଗତ ୯ ତାରିଖରେ ନାବାଳିକାକୁ ଗାନ୍ଧୀପାର୍କ  ନିକଟରେ ଛାଡ଼ି ଫେରାର ହୋଇଥିଲେ । ସମୁଦ୍ରକୂଳ ଥାନା ପୁଲିସ  ଉକ୍ତ ମାମଲାରେ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.