ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଗୋପାଳପୁର ବେଳାଭୂମିରେ ଗଣଦୁଷ୍କର୍ମ ମାମଲା: ଆଜି, କାଲି ଟିଆଇ ପରେଡ୍‌ କରିବ କ୍ରାଇମ୍‌ବ୍ରାଞ୍ଚ୍‌, ମିଳିଲା ଆଉ ଏକ ମୋବାଇଲ

Published By : Prameya | June 20, 2025 9:48 AM

ଗୋପାଳପୁର,୨୦/୦୬: ଗୋପାଳପୁର ବେଳାଭୂମି  ଗଣଦୁଷ୍କର୍ମ ମାମଲାରେ ୬ ଜଣ ଅଭିଯୁକ୍ତ ବ୍ରହ୍ମପୁର ଜେଲ୍‌ରେ । ଅନ୍ୟ ୪ ଜଣ ନାବାଳକ ବାଳ ସୁଧାର ଗୃହରେ ଅଛନ୍ତି । ଏହି ମାମଲାର ତନାଘନା ଚଳାଇଛି କ୍ରାଇମ୍‌ବ୍ରାଞ୍ଚ୍‌ । କ୍ରାଇମ୍‌ବ୍ରାଞ୍ଚ୍‌ ଅଭିଯୁକ୍ତଙ୍କ ଟିଆଇ ପରେଡ୍‌ କରିବାକୁ ଗଞ୍ଜାମ ଜିଲ୍ଲା ଓ ଦୌରା ଜଜ୍‌ କୋର୍ଟ ପରିସରରେ ଥିବା ଜେଏମ୍‌ଏଫ୍‌ସି (ଏଲ୍‌ଆର୍‌ ଆଣ୍ଡ୍‌  ଏଲ୍‌ଟିଭି) ଅନ୍ୱେଷା ଦାଶଙ୍କ କୋର୍ଟରେ ଆବେଦନ କରିଥିଲେ । ଏନେଇ କୋର୍ଟ ଅନୁମତି ଦେଇଛନ୍ତି । ତଦନ୍ତ  ଅଧିକାରୀ ଶୁକ୍ରବାର ଓ ଶନିବାର ଦୁଇଦିନରେ ଟିଆଇ ପରେଡ୍‌ କରିବେ ବୋଲି ସୂଚନା ମିଳିଛି । ଜେଲ୍‌ରେ ଜଣେ ବିଚାରପତିଙ୍କ ଉପସ୍ଥିତିରେ ଅଭିଯୁକ୍ତଙ୍କୁ ଚିହ୍ନଟ କରିବେ ପୀଡ଼ିତା । ତାଙ୍କ ପୁରୁଷ ବନ୍ଧୁ ମଧ୍ୟ ଟିଆଇ ପରେଡ୍‌ରେ ରହିବେ ବୋଲି ଜଣାପଡ଼ିଛି ।   

ବିଏନ୍‌ଏସ୍‌ଏସ୍‌ ଧାରା ୧୮୩ ଅନୁସାରେ ଉପରୋକ୍ତ କୋର୍ଟରେ ଗୁରୁବାର ପୀଡ଼ିତା ଓ ତାଙ୍କ  ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ ହୋଇସାରିଛି । ଘଟଣା  ସମ୍ପର୍କରେ କୋର୍ଟରେ ଉଭୟେ ବୟାନ ଦେଇଛନ୍ତି । ଏହାସହ ଗୋପାଳପୁରର ଜଣେ ରେଷ୍ଟୁରାଣ୍ଟ୍‌ ମାଲିକଙ୍କ ବୟାନ ମଧ୍ୟ ରେକର୍ଡ ହୋଇଛି । ଅଭିଯୁକ୍ତମାନେ ବ୍ୟବହାର କରିଥିବା କଣ୍ଡୋମ୍‌ ଜବତ ହୋଇଛି ।  ତାହାକୁ ପରୀକ୍ଷା ପାଇଁ ଡାକ୍ତରଖାନା ପଠାଯାଇଛି । ତଦନ୍ତ ଚାଲିଥିବାରୁ ଅଧିକାରୀମାନେ କିଛି କହିନାହାନ୍ତି । ତେବେ ଦୁଷ୍କର୍ମ ସମୟରେ ଅଭିଯୁକ୍ତମାନେ କଣ୍ଡୋମ୍‌ ବ୍ୟବହାର କରିଥିବା ଏଫ୍‌ଏମ୍‌ଟି ବିଭାଗ ମୁଖ୍ୟ  ପ୍ରଫେସର ଡା. ସୁଦୀପା ଦାଶ କହିଛନ୍ତି ।  

ତୃତୀୟ ଦିନରେ କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ ଅତିରିକ୍ତ ଏସ୍‌ପିଙ୍କ ସମେତ ୯ ଜଣିଆ ଟିମ୍‌ ଗୋପାଳପୁର ଥାନାରେ ପହଞ୍ଚି ଆଇଆଇସି ଏବଂ ତଦନ୍ତରେ ସାମିଲ ସମସ୍ତ  ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ଗଣଦୁଷ୍କର୍ମ ପରେ ଯୁବତୀ ପାଟି କରିବାରୁ କିଛି ଲୋକ ଘଟଣାସ୍ଥଳକୁ ଯାଇଥିଲେ । ସେମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍‌ ପଚରାଉଚରା କରିଥିବା ଜଣାପଡ଼ିଛି । ପୀଡ଼ିତାଙ୍କ ପୁରୁଷ ବନ୍ଧୁଙ୍କୁ ଆଜି ମଧ୍ୟ କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ ଜେରା କରିଥିବା ସୂଚନା ମିଳିଛି ।  ପୂର୍ବରୁ ୬ଟି ମୋବାଇଲ୍‌ ଫୋନ୍‌ ଜବତ ହୋଇଥିବା  ବେଳେ ଆଜି ଆଉ ଗୋଟିଏ ମୋବାଇଲ୍‌ ଜବତ କରିଛି । ସେହିପରି ଟିମ୍‌ ଗୋପାଳପୁର ଥାନାରୁ ଏଫ୍‌ଆଇଆର୍‌  (ଅଭିଯୋଗପତ୍ର) ଜିମାରେ ନେଇଛି । କ୍ରାଇମ୍‌ବ୍ରାଞ୍ଚ୍‌ ଏବେ ଏକ ନୂଆ ମାମଲା ରୁଜୁ କରି ତଦନ୍ତ କରୁଛି ।

ସୂଚନାଯୋଗ୍ୟ କି, ଗତ ୧୫ ତାରିଖ(ରବିବାର)  ସନ୍ଧ୍ୟାରେ ଯୁବତୀ ଓ ତାଙ୍କ ପୁରୁଷ ବନ୍ଧୁ ଗୋପାଳପୁର  ବେଳାଭୂମି ବୁଲିବାକୁ ଯାଇଥିଲେ । ରାତି ୮ଟାରେ ପାନ୍ଥନିବାସ ପଛରେ ୧୦ ଜଣ ଯୁବକ ମିଶି ଯୁବତୀଙ୍କୁ ଗଣଦୁଷ୍କର୍ମ କରିଥିଲେ । ରାତି ୧୧ଟାରେ ପୀଡ଼ିତା ଗୋପାଳପୁର ଥାନାରେ ଅଭିଯୋଗ କରିବା ପରେ ପୁଲିସ  ସେହି ରାତିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । କ୍ରାଇମ୍‌ବ୍ରାଞ୍ଚ୍‌ ଏହି ମାମଲାର ତଦନ୍ତ ଭାର ନେଇଛନ୍ତି । ଅଭିଯୁକ୍ତମାନେ କୋର୍ଟଚାଲାଣ ହେବାର ଦୁଇ ଦିନ ଭିତରେ ଟିଆଇ ପରେଡ୍‌ ଅନୁମତି ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.