ଦାରିଙ୍ଗବାଡି,୧୨/୬(ଆପ୍ର): ବିଜେପିର କେନ୍ଦ୍ର ସରକାରରେ ୧୧ ବର୍ଷ ଓ ଓଡ଼ିଶାରେ ଏକ ବର୍ଷ ପୂର୍ତ୍ତି ଅବସରରେ ସରକାରଙ୍କ ଦ୍ଵାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଯୋଜନା ସମ୍ବନ୍ଧରେ ରାଜ୍ୟ ବାସୀ ଙ୍କୁ ଅବଗତ ନିମନ୍ତେ ଗଡିଲା ବିକାଶ ବାହନ। ଅପହଞ୍ଚ ଅଞ୍ଚଳରେ ରହୁଥିବା ଲୋକଙ୍କ ପାଖେ ସରକାରୀ ଯୋଜନା ଓ ବିଭିନ୍ନ ଜନ କଲ୍ୟାଣକାରୀ ସେବା ଗୁଡ଼ିକୁ ପହଞ୍ଚାଇବା ବିକାଶ ବାହନର ମୂଳ ଲକ୍ଷ୍ୟ । ବ୍ଲକ ପରିସର ରୁ ଏହି ରଥର ଆଜି ଶୁଭାରମ୍ଭ ହୋଇଛି। ୨୧ ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ୨୫ ଗୋଟି ପଞ୍ଚାୟତରେ ଅନୁଷ୍ଠିତ ହେବ ।
ପ୍ରତ୍ୟେକ ପଞ୍ଚାୟତରେ ଏହି ବିକାଶ ବାହନ ପହଞ୍ଚି ମୋହନ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ମଧ୍ୟରେ ଯେଉଁ ସବୁ ଲୋକାଭିମୁଖୀ କାର୍ଯ୍ୟ ହୋଇଛି ସେନେଇ ଲୋକଙ୍କୁ ସଚେତନ କରିବ । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଡ଼ିଓ ପ୍ରୀତି ରଞ୍ଜନ ରଥ, ତହସିଲଦାର ଧିରଜ ପାତ୍ର, ସିଡିପିଓ ସନ୍ଧ୍ୟାରାଣୀ ପଣ୍ଡା, ମଣ୍ଡଳ ସଭାପତି ମିଟୁ ସାହୁ, ସହକାରୀ ନିର୍ବାହୀ ଯନ୍ତ୍ରୀ ସଞ୍ଜୟ ରଥ, ଏପିଓ କେଦାର ଚନ୍ଦ୍ର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ ।