ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ, କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା

Published By : Ankita S | June 10, 2025 12:30 PM

ବାଲିଗୁଡ଼ା,୧୦/୦୬: ଉଗ୍ରରୂପ ନେଲା ଗଣ୍ଡଗୋଳ । ସାମାନ୍ୟ ବଚସାରୁ ଗଡ଼ିଲା ମୁଣ୍ଡ । କାଠ ଫାଳିଆରେ ପିଟି ପିଟି ବୃଦ୍ଧଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ । କନ୍ଧମାଳ ଜିଲ୍ଲା ବାଲିଗୁଡା ହାଟପଦାରେ ଏପରି ଅଭାବନୀୟ ଘଟଣା ଘଟିଛି । ମୃତକ ହେଲେ ବାଲୁଗିଡା ମୁଣ୍ଡାସାହିର ଶଙ୍କର ନାୟକ । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

ସୂଚନା ଅନୁଯାୟୀ ଗତକାଲି (ସୋମବାର) ରାତିରେ ନୂଆ ସାହିର ନିରାକାର ନାୟକ ଓ ଶଙ୍କର ନାୟକଙ୍କ ମଧ୍ୟରେ କୌଣସି କଥାକୁ ଯୁକ୍ତିତର୍କ ହୋଇଥିଲା । ଏହା ଏତେ ବଢିଥିଲା ଯେ ସାମାନ୍ୟ ବଚସା ଉଗ୍ରରୂପ ନେଇଥିଲା । ନିରାକାର କ୍ରୋଧକୁ ନିୟନ୍ତ୍ରଣ କରିପାରିନଥିଲେ । ଉତକ୍ଷିପ୍ତ ହୋଇ ଶଙ୍କରଙ୍କୁ କାଠ ଫାଳିଆରେ ପିଟିଥିଲେ । ଇଟାରେ ବି ଛେଚିଥିଲେ । ଏଥିରେ ଶଙ୍କରଙ୍କର ମୃତ୍ୟୁ ହୋଇଥିଲା । ସେତିକିରେ ଶାନ୍ତ ପଡିନଥିଲେ ନିରାକାର । ମୃତଦେହକୁ ଅତି ଅମାନୁଷିକ ଭାବେ ଘୋଷାଡ଼ି ଘୋଷାଡ଼ି ନେଇ ନିକଟସ୍ଥ କମିଟି ଗୃହ ନିକଟରେ ରଖିଥିଲା । ସକାଳେ ସ୍ଥାନୀୟ ଲୋକ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ l ବାଲିଗୁଡା ପୁଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି । ଅଭିଯୁକ୍ତ ନିରାକାରକୁ ଅଟକ ରଖିଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.