ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ହ୍ୟାଲୋ...ତୁମ ପାଇଁ ଏକ ଅଫର...'ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କର,୧୦ ଲକ୍ଷ ନିଅ ', ସାଇବର କ୍ରାଇମ୍‌ର ନିଆରା ଷ୍ଟାଇଲ୍

Published By : Ankita S | June 10, 2025 3:39 PM

ପାଟନା,୧୦/୦୬: 'ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କର, ୧୦ ଲକ୍ଷ ନିଅ ' । ଏମିତି କିଛି ଜବ୍ ଅଫର ନେଇ ଫୋନ୍ କଲ ଆସୁଛି । ସାଇବର କ୍ରାଇମ୍‌ର ନିଆରା ଷ୍ଟାଇଲ ଆପଣେଇଛନ୍ତି ସାଇବର ଅପରାଧୀ । ଘଟଣାରେ ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ୍ କରିଛି ବିହାର ପୁଲିସ । ୩ ଜଣକୁ ଗିରଫ କରିଛି ।

ପୁଲିସ ସୂଚନା ଅନୁସାରେ ଅଫରରେ, ନିଃସନ୍ତାନ ମହିଳାଙ୍କୁ ଗର୍ଭବତୀ କରିବା ବଦଳରେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବାକୁ କହୁଥିଲେ । ଏହା ସହିତ ୫୦ ହଜାର ଦେଲେ ୫ ଲକ୍ଷ ଟଙ୍କା ଦିଆଯିବ ବୋଲି ପ୍ରତିଶ୍ରୁତି ଦେଉଥିଲେ । ସାଇବର ଅପରାଧୀ ଗ୍ୟାଙ୍ଗର ୩ଜଣଙ୍କୁ ଗିରଫ କରାଯାଇଛି । ସେମାନେ 'ଅଲ୍ ଇଣ୍ଡିଆ ପ୍ରେଗେଣ୍ଟ ଜବ ସର୍ଭିସ' ଏବଂ 'ପ୍ଲେବଏ ସର୍ଭିସ' ନାମକ ଗ୍ୟାଙ୍ଗ ଚଳାଉଥିଲେ । ସାମାଜିକ ଗଣମାଧ୍ୟମରେ ସେମାନେ ପ୍ରଥମେ ବିଜ୍ଞାପନ ଦେଉଥିଲେ । ଏହାପରେ ସେମାନଙ୍କୁ ଲୋକ ଫୋନ୍ କରୁଥିଲେ । ଏହାପରେ  ଲୋକ ନିଜ ନିଜ ନାମ ପଞ୍ଜୀକରଣ କରୁଥିଲେ । ସେମାନଙ୍କ ଜାଲରେ ପଡୁଥିଲା ଲୋକଙ୍କଠୁ ସେମାନେ ଟଙ୍କା ନେଉଥିଲେ ।

ବିହାରର ନବାଦା ଜିଲ୍ଲାରେ ସାଇବର ପୁଲିସର ଏସଆଇଟି କବଜାରେ ପଡିଛନ୍ତି ଏହି ଗ୍ୟାଙ୍ଗ । ମହିଳାଙ୍କୁ ଗର୍ଭବତୀ କରିବା ନେଇ ବିଭିନ୍ନ ରାଜ୍ୟର ଲୋକଙ୍କୁ ଲକ୍ଷାଧିକ ଚୁନା ଲଗାଇଛନ୍ତି ଏହି ଗ୍ୟାଙ୍ଗ । ଏମିତି ଅପରାଧ ଘଟାଉଥିବା ଏକ ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ । ଏସଆଇଟି ଗୃହମନ୍ତ୍ରଣାଳୟ ପୋର୍ଟାଲରେ ଉପଲବ୍ଧ ମୋବାଇଲ୍ ନମ୍ବର ଟ୍ରାକ କରି ପୁଲିସ ଉକ୍ତ ଗ୍ୟାଙ୍ଗର ୩ଜଣଙ୍କୁ କାବୁ କରିଛି । ଅଭିଯୁକ୍ତଙ୍କ ମଧ୍ୟରେ ଜଣେ ସେନାଙ୍କ ପୁଅ ହୋଇଥିଲା କୁହାଯାଉଛି । ସେମାନଙ୍କଠୁ ୫ଟି ମୋବାଇଲ, ଗୋଟିଏ କି-ପ୍ୟାଡ ଜବତ ହୋଇଛି । ଗିରଫ ଅଭିଯୁକ୍ତ ୩ଜଣ ହେଲେ ପ୍ରିନ୍ସ ରାଜ, ଭୋଳା କୁମାର ଓ ରାହୁଲ କୁମାର ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.