ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

କୋଇଲା ମାଫିଆଙ୍କ ଦୌରାତ୍ମ୍ୟ: ଯୁବକଙ୍କୁ ଉଲଗ୍ନ କରି ପିଟିଲେ ମାଫିଆ, ପୋଲ ତଳୁ ଉଦ୍ଧାର କଲା ପୁଲିସ୍‌

Published By : Prameya | June 6, 2025 11:05 AM

ଭଦ୍ରକ, ୦୬/୦୬: ବନ୍ଧୁକ ଦେଖାଇ ଯୁବକଙ୍କୁ  ଅପହରଣ କରିନେଲେ କୋଇଲା ମାଫିଆ ।  ଭଦ୍ରକରୁ ବାଲେଶ୍ୱର ଜିଲ୍ଲା ନୀଳଗିରି ପାହାଡ଼କୁ ନେଇ ବାନ୍ଧି ରଖିଲେ । ଉଲଗ୍ନ କରି ପିଟିଲେ ।  ଲହୁଲୁହାଣ କରି ଛାଡ଼ିଲେ । ଗୁରୁବାର କୋଇଲା  ମାଫିଆଙ୍କ ଏଭଳି ଦୌରାତ୍ମ୍ୟକୁ ନେଇ ଭଦ୍ରକଠୁ  ବାଲେଶ୍ୱର ସବୁଠି ଚର୍ଚ୍ଚା । ପୁଲିସ୍‌ ଯୁବକଙ୍କୁ  ଉଦ୍ଧାର କରି ମେଡିକାଲ୍‌ରେ ଭର୍ତ୍ତି କରିଥିବା  ବେଳେ କାହିଁକି ତାଙ୍କୁ ଅପହରଣ କରି ମାଡ଼ ମରାଯାଇଛି, ତାହା ସ୍ପଷ୍ଟ ହୋଇନି । ଯୁବକ ଜଣଙ୍କ ପୁଲିସ୍‌କୁ କୋଇଲା ଚାଲାଣ ଖବର ଦେଉଥିବାରୁ  ମାଫିଆମାନେ ଏଭଳି କାଣ୍ଡ ଭିଆଇଥିବା କୁହାଯାଉଛି । ମାଫିଆ ଗୋଷ୍ଠୀ ବିବାଦରୁ ଏଭଳି  ଘଟଣା ଘଟିଥିବା ଚର୍ଚ୍ଚା ମଧ୍ୟ ହେଉଛି ।  

ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଇଚ୍ଛାପୁର ଛକରୁ ପ୍ରତାପ ବେହେରା ଓରଫ ଚଗିଲିଙ୍କୁ  ଗୁରୁବାର ଭୋର୍‌ ପ୍ରାୟ ସାଢ଼ ୫ଟାରେ ଅପହରଣ କରାଯାଇଥିବା ତାଙ୍କ ପତ୍ନୀ କନକଲତା  ଥାନାରେ ଅଭିଯୋଗ କରିଥିଲେ । ଏକ ଧଳା  କାର(ଓଡି୦୨ବିଏକ୍ସ ୭୧୦୧)ରେ କୋଇଲା ମାଫିଆମାନେ ବନ୍ଧୁକ ଦେଖାଇ ତାଙ୍କୁ ଉଠାଇ  ନେଇଥିଲେ । ରମ୍ଭିଳା ଅଞ୍ଚଳର ପିଣ୍ଟୁ ମହାପାତ୍ର,  ପୁରୁଣା ବଜାର ଥାନା ଅଞ୍ଚଳର ଫକିରୁଦ୍ଦିନ ଖାନ,  ତିହିଡ଼ି ଥାନା ପଳିଆବିନ୍ଧା ଅଞ୍ଚଳର ଭଗବାନ ଦାସ  ଓରଫ ବାୟା, ଚନ୍ଦନ ଦାସ ଓ ପପୁ ତାଙ୍କୁ ନେଇ  ଯାଇଥିବା ସେ ଅଭିଯୋଗ କରିଥିଲେ । ପୁଲିସ୍‌  ଏନେଇ ମାମଲା ରୁଜୁ କରି ତଦନ୍ତ କରିଥିଲା ।  ଦିନତମାମ ପ୍ରତାପଙ୍କୁ ପୁଲିସ୍‌ ଖୋଜିବାରେ  ଲାଗିଥିଲା । ଏ ପ୍ରସଙ୍ଗ ଡିଆଇଜିଙ୍କ ଦପ୍ତରକୁ  ବି ଯାଇଥିଲା । ଅପରାହ୍ଣରେ ପୁଲିସ୍‌ ପ୍ରତାପଙ୍କୁ  ଭଦ୍ରକ ରାଣୀତାଲ ନିକଟରୁ ଉଦ୍ଧାର କରିଥିଲା ।  ସେ ପୋଲ ତଳେ ବସିଥିବାବେଳେ ପୁଲିସ ତାଙ୍କୁ ରକ୍ତ ଜୁଡୁବୁଡ଼ୁ ଅବସ୍ଥାରେ ଉଦ୍ଧାର କରିଥିଲା । ତାଙ୍କୁ  ଏସକର୍ଟରେ ଜିଲ୍ଲା ହସ୍ପିଟାଲକୁ ଅଣାଯାଇଥିଲା ।  ଡିଆଇଜି ଡ. ସତ୍ୟଜିତ ନାୟକଙ୍କ ନିର୍ଦ୍ଦେଶରେ  ସ୍ୱତନ୍ତ୍ର ଟିମ୍‌ ତାଙ୍କ ବୟାନ ରେକର୍ଡ କରିଛି । 

ପ୍ରାୟ ୧୦ ଘଣ୍ଟା କାଳ ପ୍ରତାପଙ୍କୁ  ମାଫିଆମାନେ କେଉଁଆଡ଼େ ନେଇଥିଲେ  ପୁଲିସ୍‌ ତାହାର ଖୋଳତାଡ଼ ଆରମ୍ଭ କରିଛି ।  ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ପ୍ରତାପଙ୍କୁ  ନୀଳଗିରି ପାହାଡ଼ ଉପରେ ଘଞ୍ଚ ଜଙ୍ଗଲକୁ  ନିଆଯାଇଥିଲା । ତାଙ୍କ ହାତଗୋଡ଼ ବାନ୍ଧି ମାଡ଼  ମରାଯାଇଛି । ପ୍ରତାପଙ୍କ ଦେହସାରା ରକ୍ତାକ୍ତ ଚିହ୍ନ  ରହିଛି । କାନରୁ ରକ୍ତସ୍ରାବ ହେଉଛି । ପିଠିରେ  ନୋଳା ବସିଛି । ଏଥିରୁ କୋଇଲା ମାଫିଆମାନେ  କେତେ ନୃଶଂସ ଭାବେ ନିର୍ଯାତନା ଦେଇଛନ୍ତି  ତାହା ଜଣାପଡ଼ୁଛି । ସଂଘବଦ୍ଧ ଭାବେ ଅକଥନୀୟ  ଆକ୍ରମଣରେ ସେ କଷ୍ଟ ସହି ନ ପାରି ଜୀବନ ହାରିବାକୁ ବି ଉଦ୍ୟମ କରିଥିବା ଜଣାପଡ଼ିଛି ।  ଘଟଣା ଅତି ସ୍ପର୍ଶକତାର ହୋଇଥିବାବେଳେ  ପୁଲିସ ଏହାକୁ ଚପାଇବାକୁ ଉଦ୍ୟମ କରିଥିଲା ।ଶେଷରେ ଡିଆଇଜିଙ୍କ ହସ୍ତକ୍ଷେପ ପରେ ସବୁକିଛି  ପଦାକୁ ଆସିଛି । ଏସ୍‌ପି ମାଡ଼କର ସନ୍ଦୀପ  ସମ୍ପତ କହିଛନ୍ତି, ତଦନ୍ତ ଚାଲିଛି । ଅପରାଧୀଙ୍କୁ ତୁରନ୍ତ ଧରାଯିବ । ସାବରଙ୍ଗ ଥାନା ଆଇଆଇସି  ଉମାଶଙ୍କର ନାୟକ କହିଛନ୍ତି, ଏବେ ଅପହୃତ  ପୁଲିସ୍‌ ଏସକର୍ଟରେ ଚିକିତ୍ସିତ ହେଉଛନ୍ତି । ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ୍‌ ଅପରେସନ୍‌  ଆରମ୍ଭ କରିଛି । 

ଭଦ୍ରକ ଜିଲ୍ଲାରେ ଦିନକୁ ଦିନ କୋଇଲା  ମାଫିଆଙ୍କ ଆତଙ୍କ ବଢ଼ି ଚାଲିଛି । ଅନେକ  ସମୟରେ ମାଫିଆଙ୍କ ଶିକାର ହେଉଛନ୍ତି ସାଧାରଣ ଲୋକେ । କେତେବେଳେ କାହାକୁ ହାଣୁଛନ୍ତି, ତ  ଆଉ କେତେବେଳେ ଗାଡ଼ି ଚଢ଼ାଇ ମାରୁଥିବା  ଅଭିଯୋଗ ହେଉଛି । ଏହି କଳା କାରବାରରେ କୋଟି କୋଟି ରୋଜଗାର ହେଉଥିବା ବେଳେ  ନେତା, ପୁଲିସ୍‌ ମଧ୍ୟ ଏଥିରେ ଭାଗ ପାଉଥିବା  ଚର୍ଚ୍ଚା ହେଉଛି । ଫଳରେ ଏମାନଙ୍କ ଦୌରାତ୍ମ୍ୟ ବିରୋଧରେ ଆଖିଦୃଶିଆ କାର୍ଯ୍ୟାନୁଷ୍ଠାନ ନିଆଯାଉ  ନ ଥିବା ମଧ୍ୟ ଅଭିଯୋଗ ହେଉଛି

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.