ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ, ୨ ଆହତ

Published By : Gurupada Nath | June 7, 2025 6:41 PM

ଠାକୁରମୁଣ୍ଡା,୭/୬ : ସଡ଼କ ଦୁର୍ଘଟଣାରେ ବାଇକ୍ ଚାଳକ ମୃତ । ଏଭଳି ଏକ ଘଟଣା ଘଟିଛି ଠାକୁରମୁଣ୍ଡାରୁ ୨ କିମି ଦୂର ନୁଆସାହି ରାସ୍ତାରେ । ରାସ୍ତା କଡ଼ ସିମେଣ୍ଟ ଖୁଣ୍ଟିକୁ ବାଇକ୍ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବାଇକ୍ ଚାଳକର ମୃତ୍ୟୁ ହୋଇଛି । ମୃତକ ହେଲେ ଚମ୍ପାଝର ପଞ୍ଚାୟତ ଦିଲିଗଞ୍ଜ ଗ୍ରାମର ଜୟରାମ ପିଙ୍ଗୁଆ(୩୨) । ବାଇକରେ ଥିବା ଅନ୍ୟ ୨ ଆରୋହୀ ଗୁରୁତର ହୋଇ ଠାକୁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି l 

ପ୍ରକାଶ ଯେ, ଜୟରାମ, ରାମ କାଣ୍ଡେଙ୍କେଲ (୨୩)ଓ ବେତ ଖୁଣ୍ଟିଆ (୨୨) ଗୋଟିଏ ବାଇକରେ ଅପରାହ୍ନ ୫ଟା ସମୟରେ ଠାକୁରମୁଣ୍ଡା ଆସୁଥିଲେ l ରାସ୍ତାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵରେ ଥିବା ସିମେଣ୍ଟ ଖୁଣ୍ଟିକୁ ଆଘାତ କରି ପଡ଼ି ଯାଇଥିଲେ l ଜୟରାମ ପିଙ୍ଗୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା l ସମସ୍ତଙ୍କୁ ୧୦୮ଆମ୍ବୁଲାନ୍ସରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି l 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.