ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଡ୍ରେନ୍‌ କଡ଼ରୁ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର, ଶନିବାରଠୁ ଥିଲେ ନିଖୋଜ

Published By : Swapna Ray | June 8, 2025 1:00 PM

ବରଗଡ଼, ୮/୬: ବରଗଡ଼ ଲେଙ୍ଗୁ ମିଶ୍ର ଛକ-ହସ୍ପିଟାଲ ରାସ୍ତା ପାର୍ଶ୍ୱ ଡ୍ରେନ କଡ଼ରୁ ମୃତଦେହ ଉଦ୍ଧାର । ରବିବାର ସକାଳୁ ସ୍ଥାନୀୟ ଜଣେ ଫଳ ଦୋକାନୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତକ ଜଣକ ବରଗଡ଼ ବିଶିପଡ଼ା ବାସିନ୍ଦା ୫୫ ବର୍ଷୀୟ ଶଙ୍କର ତାଣ୍ଡି ବୋଲି ଜଣାପଡ଼ିଛି । ଶନିବାର ରାତିରୁ ସେ ନିଖୋଜ ଥିଲେ । ତେବେ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜଣାପଡ଼ିନାହିଁ । ମୃତକଙ୍କ ପରିବାର ଘଟଣାସ୍ଥଳରେ ପହଞ୍ଚିଥବା ପରେ ଶଙ୍କରଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି । 

ଅନ୍ୟପଟେ ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ବରଗଡ଼ ଡାକ୍ତରଖାନାକୁ ପଠାଇଛି । ଏନେଇ ବିଶେଷ କିଛି ତଥ୍ୟ ମିଳିନଥିଲେ ମଧ୍ୟ ଲଗାତାର ୪ ଦିନରେ ଚାରୋଟି ମର୍ଡର ଘଟଣା ବରଗଡ଼ବାସୀଙ୍କୁ ଦୋହଲାଇ ଦେଇଛି । ଗତ ୫ ତାରିଖରେ ସଦର ଥାନା ଅନ୍ତର୍ଗତ ସରସରର ନାବାଳିକା ଅପହରଣ ଓ ହତ୍ୟା, ୬ ତାରିଖରେ ବୁଡେନ ଥାନା ଅନ୍ତର୍ଗତ ସର୍ଗିପାଲି ହତ୍ୟା, ୭ ତାରିଖରେ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ପାଣ୍ଡ୍ରିପଥରରେ ହତ୍ୟା କାଣ୍ଡ ହୋଇଥିବା ବେଳେ ରବିବାର ଟାଉନ ଥାନା ଅଧୀନରେ ବରଗଡ଼ ସହରରେ ଘଟିଥିବା ହତ୍ୟା ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି । ବରଗଡ଼ ପୁଲିସର କାର୍ଯ୍ୟଧାରାକୁ ତର୍ଜମାଯୋଗ୍ୟ କରିଦେଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.