ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବ୍ରାହ୍ମଣୀ ବ୍ରିଜ୍ ଉପରେ ଫୁଟିଲା ବୋମା, କଟୁରୀ ଓ ନକଲି ବନ୍ଧୁକ ଛାଡି ଦୁର୍ବୃତ୍ତ ଫେରାର

Published By : Rasmita Pradhan | June 10, 2025 1:11 PM

କବାଟବନ୍ଧ, ୧୦/୦୬ : ଯାଜପୁର ଜିଲ୍ଲା ଜେନାପୁର ଥାନା କବାଟବନ୍ଧ ନିକଟସ୍ଥ ବ୍ରାହ୍ମଣୀ ବ୍ରିଜ୍ ଉପରେ ବୋମା ବିସ୍ଫୋରଣ। ଏକ ବାଇକ୍ ଦୁର୍ଘଟଣାର ଶିକାର ହେବାରୁ ବାଇକ୍ ଆରୋହୀଙ୍କ ନିକଟରେ ଥିବା ଅଫୁଟା ବୋମା ବିସ୍ଫୋରଣ ହୋଇଥିଲା। ବୋମା ସେତେ ଶକ୍ତିଶାଳୀ ହୋଇନଥିବା ବେଳେ ଚାରିଆଡ଼େ ଧୂଆଁ ବ୍ୟାପିଯାଇଥିଲା। ପରିସ୍ଥିତି ଅଣାୟତ୍ତ ହେବା ଅନୁଭବ କରି ବାଇକ୍ ଆରୋହୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ବ୍ରିଜ୍ ଉପରେ ବିଭିନ୍ନ ମାରଣାସ୍ତ୍ର ଛାଡ଼ି ଫେରାର୍ ହୋଇଯାଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। 

ସୂଚନାନୁଯାୟୀ, ମଙ୍ଗଳବାର ପୂର୍ବାହ୍ନରେ ଚଣ୍ଡିଖୋଲରୁ ଡୁବୁରୀ ଆଡେ ଏକ ବାଇକ୍ ଯୋଗେ ୩ଜଣ ଯୁବକ ଦ୍ରୁତ ଗତିରେ ଯାଉଥିଲେ। ବାଇକ୍‌ଟି ବ୍ରାହ୍ମଣୀ ବ୍ରିଜ ଉପରେ ଥିବା ଏକ ହମ୍ସରେ ଭରସାମ୍ୟ ହରାଇଥିଲା। ଫଳରେ ଗାଡିରୁ ୩ଜଣ ଯୁବକ ତଳେ ଛିଟିକି ପଡ଼ିଥିଲେ। ତାଙ୍କ ପାଖରେ ଥିବା ହାତ ବୋମା ଫୁଟି ଧୂଆଁ ବ୍ୟାପି ଯାଇଥିଲା। ସ୍ଥାନୀୟ ଲୋକେ ଏକାଠି ହେବା ଦେଖି ଯୁବକମାନେ ଚମ୍ପଟ୍ ମାରିଥିଲେ। ଘଟଣାସ୍ଥଳରେ କଟୁରୀ ଓ ବନ୍ଧୁକ ଛାଡ଼ି ଚାଲିଯାଇଥିଲେ। ଖବର ପାଇ ଜେନାପୁର ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାରଣାସ୍ତ୍ର ଗୁଡ଼ିକୁ ଜବତ କରିଛି । ବନ୍ଧୁକ ଦୁଇଟି ନକଲି ବୋଲି ଜଣାପଡ଼ିଛି । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.