କାଳିଆପାଣି, ୧୦/୦୬ : ଯାଜପୁର ଜିଲ୍ଲା କାଳିଆପାଣି ଥାନା ଅନ୍ତର୍ଗତ ରାଂସୋଳ-ମହୁଲଖାଲ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା। ଭାରସାମ୍ୟ ହରାଇ ଗଛରେ ପିଟିହେଲା କାର୍। ୨ ମୃତ ୩ ଗୁରୁତର।
ସୂଚନାନୁଯାୟୀ, ସୋମବାର ରାତିରେ କାଳିଆପାଣି ଥାନା ଅନ୍ତର୍ଗତ ମହୁଲଖାଲ ସ୍କୁଲ ନିକଟରେ ଏକ କାର୍ ଭାରସାମ୍ୟ ହରାଇ ବିଦ୍ୟୁତ ଖୁଣ୍ଟ ଓ ଗଛକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମୃତକ ଦୁଇ ଜଣ କାଦୁଅବନ୍ଦୀ ଗ୍ରାମର ବିଶ୍ୱନାଥ ମହାନ୍ତ ଓ ମହୁଲଖାଲ ଗ୍ରାମର ସଞ୍ଜୟ ମହାନ୍ତ ବୋଲି ଜଣାପଡ଼ିଛି।