ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ସୁକୁମା କୋଣ୍ଟାରେ IED ବିସ୍ଫୋରଣ: ଅତିରିକ୍ତ ଏସପି ଆକାଶ ରାଓ ସହିଦ, ୨ ଆହତ

Published By : Prameya | June 9, 2025 11:29 AM

ମାଲକାନଗିରି ୦୯/୦୬: ଛତିଶଗଡ଼ ସୁକମା ଜିଲ୍ଲାର କୋଣ୍ଟାରେ ଆଇଇଡି ବିସ୍ଫୋରଣ । ନକ୍ସଲଙ୍କ ଖଞ୍ଜି ଥିବା ଆଇଇଡି ହଠାତ୍ ବିସ୍ଫୋରଣ ହେବାରୁ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହିଦ ହୋଇଛନ୍ତି।  କୋଣ୍ଟା ପୁଲିସ ଷ୍ଟେସନ ଇନଚାର୍ଜ (ଟିଆଇ) ଓ ଏସଡିପିଓ ମଧ୍ୟ ଆହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ପାଟ୍ରୋଲିଂ ବେଳେ ଏଭଳି ଅଘଟଣ ଘଟିଛି। ଆକାଶ ରାଓ ଗିରପୁଞ୍ଜେଙ୍କ ସହିଦ ହେବା ପରେ ସମଗ୍ର ପୁଲିସ ବିଭାଗରେ ଶୋକର ଛାୟା ଖେଳିଯାଇଛି । ବର୍ତ୍ତମାନ ସେହି ଅଞ୍ଚଳରେ ସର୍ଚ୍ଚ ଅପରେସନ ଜୋରଦାର ଜାରି ରହିଛି ।

ଛତିଶଗଡ଼ର ସୁକମା ଜିଲ୍ଲାର କୋଣ୍ଟା ଏରାବୋରା ଅଞ୍ଚଳରେ ପୋଲିସ ଦଳ ପାଟ୍ରୋଲିଂରେ ବାହାରିଥିଲେ। ଏହି ପାଟ୍ରୋଲିଂରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ସହ କୋଣ୍ଟା ପୁଲିସ୍ ଷ୍ଟେସନ ଇନଚାର୍ଜ ଏବଂ ଏସଡିପିଓ ମଧ୍ୟ ସାମିଲ୍ ହୋଇଥିଲେ। ପାଟ୍ରୋଲିଂ ଚାଲିଥିବା ବେଳେ କୋଣ୍ଟା ଅଞ୍ଚଳରେ ମାଓବାଦୀମାନେ ଖଞ୍ଜିଥିବା ଆଇଇଡି ହଠାତ୍ ବିସ୍ଫୋରଣ କରିଥିଲା । ଯେଉଁଥିରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେ ଗୁରୁତର ଆହତ ହୋଇଥିଲେ । ସେହିପରି ଏଥିରେ ଅନ୍ୟ ଜଣେ ଯବାନ ଓ ଅଧିକାରୀ ଆହତ ହୋଇଥିଲେ। ସମସ୍ତଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଅତିରିକ୍ତ ଏସପି ଆକାଶ ରାଓ ଗିରପୁଞ୍ଜେଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରିଛି ସୁରକ୍ଷା ବାହିନୀ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.