ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ରାଉରକେଲାରେ HIL ଫାଇନାଲ ଦେଖିବେ ମୁଖ୍ୟମନ୍ତ୍ରୀ, ଉଦ୍‌ଯାପନୀ ଉତ୍ସବରେ ସାରା ଅଲି ମୁଖ୍ୟ ଆକର୍ଷଣ

Published By : Prameya | January 31, 2025 2:44 PM

ଭୁବନେଶ୍ୱର/ରାଉରକେଲା,୩୧/୦୧: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହକି ଇଣ୍ଡିଆ ଲିଗ୍‌  (ଏଚ୍‌ଆଇଏଲ୍‌)ର ଫାଇନାଲରେ  ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେ ଶନିବାର ଦିନ ରାଉରକେଲାରେ ପହଞ୍ଚିବେ  ଏବଂ ସନ୍ଧ୍ୟାରେ ଫାଇନାଲ ମ୍ୟାଚ୍‌ରେ ଯୋଗଦେବେ । ମ୍ୟାଚ୍‌  ଶେଷ ହେବା ପରେ ପୁରସ୍କାର ବିତରଣ କରିବେ । 

ପୂର୍ବତନ ପ୍ରଧାନମନ୍ତ୍ରୀ  ମନମୋହନ ସିଂଙ୍କ ପରଲୋକ  ଯୋଗୁ ଏଚ୍‌ଆଇଏଲ୍‌ର ଉଦଘାଟନୀ ଉତ୍ସବକୁ ସ୍ଥଗିତ ରଖା ଯାଇଥିଲା । ଉଦଯାପନୀରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜିତ ହେବ । ବଲିଉଡ୍‌ ଅଭିନେତ୍ରୀ ସାରା ଅଲି ଖାନ କାର୍ଯ୍ୟକ୍ରମର ମୁଖ୍ୟ  ଆକର୍ଷଣ ରହିବେ ବୋଲି ହକି ଇଣ୍ଡିଆ ପକ୍ଷରୁ ସୂଚନା ମିଳିଛି । 

ଶୁକ୍ରବାର ଦିନ ଏଚ୍‌ଆଇଏଲ୍‌ର ସେମି ଫାଇନାଲ ଏବଂ ଶନିବାର ଫାଇନାଲ ମ୍ୟାଚ୍‌ ଖେଳାଯିବ । ୨୦୧୭ ଠାରୁ ଏହି ଲିଗ  ବନ୍ଦ ରହିଥିଲା। ଦୀର୍ଘ ୭ ବର୍ଷ ପରେ ହକି ଇଣ୍ଡିଆ ଲିଗକୁ ପୁନଃ ଆରମ୍ଭ କରିଥିଲା । ଏଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଲିଗ୍‌  ଖେଳାଯାଇଥିଲା । ମହିଳାରେ ଓଡ଼ିଶା ୱାରିୟର୍ସ ଚାମ୍ପିଅନ ହୋଇଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.