ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଢାବାରେ ଖାଇବାକୁ ନେଇ ମାରପିଟ୍ : ହୋଟେଲ ମାଲିକଙ୍କ ଆକ୍ରମଣରେ ଗ୍ରାହକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

Published By : Suraj Kumar | June 12, 2025 11:17 PM

ବାଙ୍କୀ, ୧୨।୬  ଢ଼ାବାରେ ଖାଇବାକୁ  ନେଇ ବଚସା ପରେ ମାରପିଟ୍। ଏଥିରେ ହୋଟେଲ ମାଲିକ ଆକ୍ରମଣରେ ଗ୍ରାହକ ମୃତ। ଏଥିସହ ଜଣେ ଆହତ ହୋଇଛି।  ଯାହାକୁ ନେଇ ବାଙ୍କୀ - କଟକ ମୁଖ୍ୟ ରାସ୍ତା ଅବରୋଧ ହୋଇଛି। ଏମିତି ସ୍ଥିତି ଦେଖିବାକୁ ମିଳିଛି ଗୁରୁବାର ସନ୍ଧ୍ୟାରେ ବାଙ୍କୀ ଥାନା ଅଧୀନରେ ରହିଥିବା ଭଗିପୁର ଗ୍ରାମରେ। ମୃତକ ଜଣକ ହେଲେ ଭାଗିପୁର ଗ୍ରାମର ସୁଦାମ ନାୟକ ।

 ଭାଗିପୁର ଗ୍ରାମର ସୁଦାମ ନାୟକ ଓ ମନୋଜ ନାୟକ ଭଗିପୁର ଛକରେ ଥିବା ହୋଟେଲ ହଟ୍ ସେଭେନ ଢାବାକୁ ଖାଇବାକୁ ଯାଇଥିଲେ। ସେଠାରେ ଖାଇବାକୁ ନେଇ ଢାବାରେ ମାଲିକ ସନ୍ତୋଷ ସାହୁଙ୍କ ସହ ସୁଦାମ, ମନୋଜଙ୍କ ବଚସା ହୋଇଥିଲା। ବଚସା ଉଗ୍ର ରୂପ ନେଇଥିଲା। ଢ଼ାବା ମାଲିକ ସନ୍ତୋଷ ଓ ତାଙ୍କର କିଛି ସହଯୋଗୀ ମିଶି ବିଭିନ୍ନ ମରଣାସ୍ତ୍ରରେ ସୁଦାମ ଓ ମନୋଜଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣରେ ସୁଦାମଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ସ୍ଥାନୀୟ ଲୋକ କଟକ ବଡ଼ମେଡିକାଲ ନେଇଥିଲେ। ସେଠାରେ ଚିକିତ୍ସାଧିନ ଅବସ୍ଥାରେ ସୁଦାମଙ୍କ ମୃତ୍ୟୁ ହୋଇଥିଲା।  ଗ୍ରାମବାସୀ ଖବର ପାଇବା ପରେ ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିବା ସହ ସନ୍ତୋଷଙ୍କ ହୋଟେଲକୁ ସମ୍ପୂର୍ଣ୍ଣ ଭାବେ ନିଆଁ ଲଗାଇ ଜାଳିଦେଥିଲେ। ରାସ୍ତା ରୋକ ପାଇଁ ଉଭୟ ପାର୍ଶ୍ଵରେ ସହ ସହ ଗାଡ଼ି ଅଟକି ରହିଥିଲା। ରାତିରେ ମୁଖ୍ୟ ଅଭିଯୁକ୍ତ ସନ୍ତୋଷ ସାହୁକୁ ବାଙ୍କୀ ଥାନା ଅଧିକାରୀ ଦିଲୀପ କୁମାର ମର୍ଦ୍ଦରାଜ ଭୂୟାଁ ଚନ୍ଦକା ଜଙ୍ଗଲରୁ ଗିରଫ କରିଛନ୍ତି। ଆଉ ଜଣେ ଅଭିଯୁକ୍ତ ଫେରାର ରହିଛି। ମୃତକ ପରିବାର ପକ୍ଷରୁ କୌଣସି ଏତଲା ଦିଆଯାଇ ନାହିଁ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.