ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ଆମ୍ବ ବଗିଚା ଭିତରୁ ଅଜଣା ବ୍ୟକ୍ତିର ମୃତଦେହ ଉଦ୍ଧାର

Published By : Suraj Kumar | June 17, 2025 7:27 PM

ନିମବାହାଳି,୧୭/୬: ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ୫୫ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ହଳଦିଆବାହାଳସ୍ଥିତ ଆମ୍ବ ବଗିଚା ଭିତରୁ  ମୃତଦେହ ପୁଲିସ  ଜବତ କରିଛି। ପୁଲିସ ମୃତଦେହକୁ ଉଦ୍ଧାର ପରେ ଢେଙ୍କାନାଳ ଜିଲ୍ଲା ଚିକିତ୍ସାଳୟକୁ ପଠାଇଛି। ମୃତଦେହକୁ ଚିକିତ୍ସାଳୟ ମର୍ଚୁରୀରେ ସରଂକ୍ଷିତ ରଖାଯାଇଛି। ଯୁବକଙ୍କ ଆନୁମାନିକ ବୟସ ୩୦ ରୁ ୩୫ ମଧ୍ୟରେ ହେବ। ଯୁବକଙ୍କ ନିକଟରୁ ପୁଲିସ ଏକ ମୋବାଇଲ ଫୋନ ଜବତ କରିଥିବା ବେଳେ ଯୁବକଙ୍କ ପରିଚୟ ମିଳି ପାରିନାହିଁ। ପୁଲିସ ଏନେଇ ତଦନ୍ତ ଜାରି ରଖିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.