ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ମହିଷାପାଟ ଅଞ୍ଚଳରେ ବଢୁଛି ଚୋରି ,ସୁରକ୍ଷା ପାଇଁ ଅଞ୍ଚଳବାସୀ ଏସପିଙ୍କ ଦ୍ୱାରସ୍ଥ

Published By : Suraj Kumar | June 19, 2025 4:10 PM

ଢେଙ୍କାନାଳ,୧୯/୬: ଢେଙ୍କାନାଳ ସହରର ୮ନଂ ୱାର୍ଡ ମହିଷାପାଟ ଓ ୯ ନମ୍ବ ୱାର୍ଡ କଣ୍ଟାକାଳୀ ଅଞ୍ଚଳରେ ବାରମ୍ଵାର ଚୋରି ହେଉଛି। ଚୋରମାନେ ଝରକା ତାଡ଼ି ଘରେ ପଶି କଳାକନା ବୁଲାଇ ଦେଉଛନ୍ତି।  ସ୍ଥାନୀୟ ଅଞ୍ଚଳରେ ବହୁତ ଘରେ ବରିଷ୍ଠ ନାଗରିକମାନେ ରହୁଥିବାରୁ ଲୋକେ   ସୁରକ୍ଷିତ ମଣୁନାହାନ୍ତି। ଗତ କିଛିଦିନ ହେବ ଏପରି ଚୋରି, ଲୁଟପାଟ ବଢ଼ି ଚାଲିଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳବାସୀ ଏସପିଙ୍କ ଦ୍ୱାରସ୍ଥ ହୋଇଛନ୍ତି। 

ସେମାନେ ଅଭିଯୋଗ କରିଛନ୍ତି ଯେ, ଲୁଟେରାମାନେ ବିଶେଷତଃ ଘରେ କେହି ନଥିବା କିମ୍ଵା ଘରେ ବୟସ୍କ ଲୋକ ରହୁଥିବା ଦେଖି ଗ୍ରୀଲ ତାଡି ଟଙ୍କା, ସୁନା ଅଳଙ୍କାର, ଗାଡ଼ି ଆଦି ଲୁଟି ନେଉଛନ୍ତି।   ଏଥିସହ ଏକୁଟିଆ ମହିଳାଙ୍କୁ ଦେଖି ଟାର୍ଗେଟ କରି ପିନ୍ଧି ଥିବା ଅଳଙ୍କାର ଲୁଟି  ନେଉଛନ୍ତିା ଯାହା ପୁଲିସ ପାଇଁ ଚ୍ୟାଲେଞ୍ଜ ହୋଇଛି। ଗତ ୧୫ ଦିନ ମଧ୍ୟରେ ମହିଷାପାଟ ଅଞ୍ଚଳରେ ୬ଟି ଘରେ ଚୋରି ହୋଇସାରିଛି। ପୁଲିସ କୌଣସି ଘଟଣାରେ ଲୁଟେରାଙ୍କୁ ଗିରଫ କରିପାରିନାହିଁ। ଏହା ସହିତ ଅଞ୍ଚଳରେ ଚୋରା ମଦ, ବ୍ରାଉନସୁଗର, ଗଞ୍ଜେଇ କାରବାର ଚାଲିଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ଲୋକେ ସୁରକ୍ଷିତ ମଣୁନାହାଁନ୍ତି। ଏଥିପାଇଁ ମହିଷାପାଟ ଆଞ୍ଚଳିକ ବିକାଶ ପରିଷଦ ପକ୍ଷରୁ ବରିଷ୍ଠ ନାଗରିକ ଓ କର୍ମକର୍ତ୍ତାମାନେ ଆସି ଜିଲ୍ଲା ଆରକ୍ଷୀ ଅଧିକ୍ଷକ  କାର୍ଯ୍ୟାଳୟରେ ଏସପିଙ୍କୁ ଦେଖାକାରି ସୁରକ୍ଷା ପାଇଁ ଦାବିପତ୍ର ପ୍ରଦାନ କରିଛନ୍ତି। ଏଥିସହ ଟାଉନ ଥାନା ଅଧିକାରୀଙ୍କୁ ଭେଟି ଲୁଟେରାମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି। ଏସପି ଅଭିନବ ସୋନକର ମହିଷାପାଟ ଅଞ୍ଚଳକୁ ସ୍ଵତନ୍ତ୍ର ଦୃଷ୍ଟି ଦିଆଯିବ ଏବଂ ପୁଲିସ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.