ପ୍ରମୂଖ ଖବର
  • ଭାରତ ପାଇଁ ଐତିହାସିକ ଦିନ, ଲଞ୍ଚ ହେଲା ଆକ୍ସିଓମ୍‌ -୪ ମିଶନ୍‌, ମହାକାଶ ଗଲେ ଶୁଭାଂଶୁ ଶୁକ୍ଲା
  • ||
  • ଅନୁଗୁଳ : ହାତୀସ୍କ୍ଵାଡ୍ କର୍ମଚାରୀଙ୍କୁ କଚାଡି ମାରିଲା ହାତୀ, କ୍ଷତିପୂରଣ ଦାବି
  • ||
  • ବୌଦ୍ଧ : ବାର୍‌ହା ମାଂସ ଖାଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟ କରିବା ପଡ଼ିଲା ମହଙ୍ଗା, ଯୁବକ ଗିରଫ
  • ||
  • ଆକ୍ସିଅମ୍-୪ ମିଶନ୍, ଆଜି ମହାକାଶକୁ ଯିବେ କ୍ୟାପ୍ଟେନ୍ ଶୁଭାଂଶୁ ଶୁକ୍ଳା
  • ||
  • ବାଲେଶ୍ୱର : ଦିନକ ପରେ ହୋଇଥାନ୍ତା ବାହାଘର, ଟ୍ରକ୍‌ ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ
  • ||
  • ୨୮ ଯାଏଁ ରାଜ୍ୟରେ ବଡ଼ ବର୍ଷା, ଆଜି ପାଇଁ ୩ ଜିଲ୍ଲାକୁ ଆଲର୍ଟ
  • ||

ହାଟକୁ ଯାଉଥିଲେ, ପିକଅପ୍‌ ଗାଡ଼ି ଧକ୍କାରେ ଚାଲିଗଲା ଜୀବନ; ସଫଳ ଚାଷୀ ଥିଲେ ଜଳଧର

Published By : Ankita S | June 23, 2025 1:46 PM

ଢେଙ୍କାନାଳ,୨୩/୦୬: ସବୁ ଦିନ ପରି ଆଜି ବି ସାଇକେଲ ଧରି ଘରୁ ବାହାରିଥିଲେ । ହେଲେ କିଏ ଜାଣିଥିଲା ଆଉ ସେ କେବେ ବି ଘରକୁ ଫେରିବେ ନାହିଁ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଗାଲୁକାଟେଣି ଗାଁର ଜଳଧର ସାହୁ । ପୂର୍ବାହ୍ନ ୧୧ଟାରେ ସାଇକେଲରେ କାମାକ୍ଷାନଗର ସାପ୍ତାହିକ ହାଟକୁ ଯାଉଥିଲେ । ହେଲେ ରାସ୍ତାରେ ଘଟିଲା ଦୁର୍ଘଟଣା । ପିକଅପ୍‌ ଗାଡି ଧକ୍କାରେ ଜଳଧରଙ୍କର ମୃତ୍ୟୁ ହୋଇଛି ।

୫୩ ନମ୍ବର ଜାତୀୟ ରାଜପଥ ଆଳତୁମା ଛକ ନିକଟରେ ଏକ କୁକୁଡା ବୁହା ପିକଅପ୍‌ ଭ୍ୟାନ ଜଳଧର ସାହୁଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଜଳଧରଙ୍କ ମୃତ୍ୟୁ ହୋଇଥିଲା । ଦୁର୍ଘଟଣା ପରେ ପିକଅପ୍‌ ଗାଡି ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । କ୍ଷତିପୂରଣ ଦାବିରେ ରାଜପଥକୁ ଅବରୋଧ କରିଥିଲେ ସ୍ଥାନୀୟ ଲୋକ । ଘଟଣାସ୍ଥଳରେ କାମାକ୍ଷାନଗର ପୁଲିସ ପହଞ୍ଚି ବୁଝାସୁଝା କରିବାରେ ବିଫଳ ହୋଇଥିଲେ ।

କ୍ଷତିପୂରଣ ଦାବିରେ  ଅଡି ବସିଥିଲେ ଗାଁ ଲୋକ । ରାସ୍ତାରୋକ ଫଳରେ ଉଭୟ ପାର୍ଶ୍ୱରେ ଶହ ଶହ ଗାଡି ଅଟକି ରହିଥିଲା । ଘଟଣାସ୍ଥଳରେ କାମାକ୍ଷାନଗର ଉପଜିଲ୍ଲାପାଳ, ତହସିଲଦାର, କାମାକ୍ଷାନଗର ଏସଡିପିଓ ଓ ଆଇଆଇସି ପହଞ୍ଚି କ୍ଷତିପୂରଣ ଦେବାକୁ ପ୍ରତିଶୃତି ଦେବା ପରେ ପ୍ରାୟ ୧ ଘଣ୍ଟା ପରେ ରାସ୍ତାରୋକ ହଟିଥିଲା ଓ ଯାତାୟତ ସ୍ୱାଭାବିକ୍ ହୋଇଥିଲା ।

ଜଳଧର ଜଣେ ସଫଳ କାଙ୍କଡ଼ ଚାଷୀ ଥିଲେ। ଏଥିପାଇଁ ସେ ତିନି ତିନି ଥର ମୁଖ୍ୟମନ୍ତ୍ରୀଙ୍କଠାରୁ ପୁରସ୍କୃତ ହୋଇଛନ୍ତି । ସେ ପରିବାରର ମୁଖ୍ୟ ଥିଲେ ।  ତାଙ୍କ ରୋଜଗାରରେ ପରିବାର ଚଳୁଥିଲା । ତାଙ୍କ ମୃତ୍ୟୁରେ ପରିବାରରେ ଶୋକର ଛାୟା ଖେଳି ଯାଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.