ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଜାତୀୟ ରାଜପଥ ସମ୍ପ୍ରସାରଣ କାମରେ ନିୟୋଜିତ ଶ୍ରମିକଙ୍କ ମୃତ୍ୟୁ, ଧାରଣାରେ ଶ୍ରମିକ

Published By : Gurupada Nath | June 6, 2025 4:49 PM

କେନ୍ଦ୍ରାପଡ଼ା,୬/୬ : କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ଥାନା ଅନ୍ତର୍ଗତ ବଳଭଦ୍ରପୁରଠାରେ ୫୩ନମ୍ବର ଜାତୀୟ ରାଜପଥ ସମ୍ପ୍ରସାରଣ କାର୍ଯ୍ୟରେ ନିୟୋଜିତ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି l ମୃତ ଶ୍ରମିକ ଝାଡ଼ଖଣ୍ଡ ହଜାରିବାଗର ରାଜିୟୁ ୱାଲହା ବୋଲି ଜଣାପଡ଼ିଛି l ଶ୍ରମିକଙ୍କ ମୃତ୍ୟୁ ପରେ ଏଠାରେ ଥିବା ପିଏସପି କମ୍ପାନୀ କ୍ୟାମ୍ପରେ ଉତ୍ତେଜନା ପ୍ରକାଶ ପାଇଛି। 

ଅଭିଯୋଗ ଅନୁସାରେ ଗୁରୁବାର ବିଳମ୍ବିତ ରାତିରେ ରାଜିୟୁ ୱାଲହା ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ l ପରେ ତାଙ୍କୁ ସଙ୍ଗେ ସଙ୍ଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା l ଏହାପରେ ଡାକ୍ତର ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ନେଇଯିବା ପାଇଁ ପରାମର୍ଶ ଦେଇଥିଲେ। ହେଲେ ସମ୍ପୃକ୍ତ ଠିକା ସଂସ୍ଥା ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଇ ନ ଥିଲା l ଗୁରୁବାର ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା l ରାଜିୟୁଙ୍କ ମୃତ୍ୟୁ ପରେ ବଳଭଦ୍ରପୁରଠାରେ ଥିବା ଲେବର କ୍ୟାମ୍ପରେ ଉତ୍ତେଜନା ଦେଖା ଦେଇଥିଲା l ମୃତ ରାଜିୟୁଙ୍କ ପରିବାରକୁ ୫୦ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ସହକର୍ମୀମାନେ ଦାବି କରିଥିଲେ l

ଏ ନେଇ ଠିକା ସଂସ୍ଥାର ମାନବ ସମ୍ବଳ ଅଧିକାରୀ ମୃତ ରାଜିୟୁଙ୍କ ପରିବାର ପହଞ୍ଚିଲେ ଆଲୋଚନା ପରେ କ୍ଷତିପୂରଣ ଦିଆଯିବ ବୋଲି କହିଛନ୍ତି l ମୃତ ରାଜିୟୁ ଦେଢ ବର୍ଷ ଧରି ଏଠାରେ ପ୍ରୋକ୍ଲେମ ଅପରେଟର ଭାବେ କାର୍ଯ୍ୟ କରୁଥିଲେ l ରାଜିୟୁଙ୍କ ମୃତଦେହ ଜିଲ୍ଲା ମୁଖ୍ଯ ଚିକିତ୍ସାଳୟରେ ବ୍ୟବଚ୍ଛେଦ ପାଇଁ ରଖା ଯାଇଛି l ଘଟଣାସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.