କେନ୍ଦ୍ରାପଡ଼ା ୧୧/୦୬ : ଆଜି ପବିତ୍ର ଦେଵସ୍ନାନ ପୂର୍ଣ୍ଣିମା । ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ପ୍ରଭୁ ଶ୍ରୀ ବଳଦେବଜୀଉଙ୍କ ମନ୍ଦିରରେ ସ୍ଵତନ୍ତ୍ର ନୀତିକାନ୍ତି ସହିତ ଶ୍ରୀଜିଉଙ୍କ ସ୍ନାନ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଆଜି ସକାଳେ ରତ୍ନବେଦୀ ଛାଡି ତିନି ଦିଅଁ ସ୍ନାନ ବେଦୀକୁ ବିଜେ କରିଥିଲେ l ପରେ ପରେ ଜୟ ମଙ୍ଗଳା ଆଳତି, ନୀତିସ୍ନାନ, ବଲ୍ଲଭ ମଣୋହି, ମଙ୍ଗଳାର୍ପଣ କରାଯାଇଥିଲା। ଆଜି ଶ୍ରୀଜିଉଙ୍କର ୧୦୮ କଳସ ପବିତ୍ର ଜଳରେ ସ୍ନାନ କରାଯାଇଥିଲା । ଆଜିର ପବିତ୍ର ଦିନରେ ସ୍ନାନମଣ୍ଡପରେ ଶ୍ରୀଜିଉମାନେ ଗଜ ବଦନ ବେଶରେ ଭକ୍ତ ମାନଙ୍କୁ ଦର୍ଶନ ଦେଇଥିଲ। ଏହି ଦୁର୍ଲ୍ଲଭ ବେଶ ଦର୍ଶନ କରିବା ପାଇଁ ମନ୍ଦିରରେ ବିଳମ୍ବିତ ରାତ୍ରି ଯାଏ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି l

ଆପ୍ର ବଡ଼ ଘୋଷଣା, ବିହାର ବିଧାନସଭା ନିର୍ବାଚନରେ ସବ...