ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ବଣିଆପଡାରେ ବେଆଇନ୍ ବାଲିଘାଟ ବନ୍ଦ କରିବା ପାଇଁ ଓଡ଼ାପଡ଼ା ତହସିଲଦାର ଓ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Published By : Ladu Kishor | June 2, 2025 6:50 PM

ଓଡ଼ାପଡ଼ା ୦୨/୬: ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଓଡ଼ାପଡ଼ା ପଞ୍ଚାୟତ ଅଧୀନ ବଣିଆପଡା ଗ୍ରାମରେ ବେଆଇନ ଭାବେ ବାଲିଘାଟ ଚାଲିଛି। ୫୫ ନମ୍ବର ଜାତୀୟ ରାଜପଥରୁ ବଣିଆପଡା ଗ୍ରାମକୁ ଯାଇଥିବା ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ରାସ୍ତାରେ ପ୍ରତ୍ୟେକ ଦିନ ଶହ ଶହ ଭାରିଯାନ ହାଇୱା ଟ୍ରକ ବ୍ରାହ୍ମଣୀ ନଦୀରୁ ବାଲି ବୋଝେଇ କରି ସେହି ରାସ୍ତାରେ ଯାତାୟାତ କରିବା ଫଳରେ ଗ୍ରାମ ରାସ୍ତାଟି ନଷ୍ଟ ହୋଇ ଯାଇଛି। ରାସ୍ତା ସାରା ଖାଲଖମା ହୋଇ ସେଥିରେ ପାଣି ଜମିବାରୁ ଆଣ୍ଠୁଏ କାଦୁଅରେ ଜନସାଧାରଣ ଯିଵା ଆସିବା କରୁଛନ୍ତି। ରାସ୍ତା ଏତେ ଖରାପ ହୋଇ ପଡିଛି ଯେ, ଗ୍ରାମକୁ ଆମ୍ବୁଲାନ୍ସ ଗାଡି ଆସି ପାରୁନାହିଁ। ଛୋଟ ଛୋଟ ପିଲାମାନେ ପଢ଼ିବା ପାଇଁ ବିଦ୍ୟାଳୟକୁ ଯାଇ ପାରୁନାହାନ୍ତି। 

ତେବେ ଏ ସମ୍ପର୍କରେ ଓଡ଼ାପଡ଼ା ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅବଗତ କରାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇ ନଥିବାରୁ ଗ୍ରାମବାସୀ ଏକତ୍ରିତ ହୋଇ ରବିବାର ଦିନ ସେହି ରାସ୍ତା ଅବରୋଧ କରିଥିଲେ। ସେମାନଙ୍କ କହିବା କଥା ହେଲା ତାଙ୍କ ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀରେ କୌଣସି ବାଲିଘାଟ ଥିବା ସେମାନେ ଜାଣି ନାହାଁନ୍ତି। କିପରି ଦିନ ରାତି ୨୪ ଘଣ୍ଟା ଧରି ବାଲି ବୋଝେଇ ଟ୍ରକ ଯାଉଛି। ପୁଲିସ ଓ ତହସିଲ ଅଧିକାରୀଙ୍କୁ ବାଲି ମାଫିଆ ମାନେ ହାତକରି ନିର୍ଭୟରେ ବାଲି ଚୋରା ଚାଲାଣ କରୁଛନ୍ତି । ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ବାଲି ମାଫିଆ ଓ ପ୍ରଶାସନ ଅଧିକାରୀଙ୍କ ପକେଟକୁ ଯାଉଛି। ସୋମବାର ଏ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ଏକତ୍ରିତ ହୋଇ ଓଡ଼ାପଡ଼ା ତହସିଲଦାର ଓ ବିଡ଼ିଓଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରି ବେଆଇନ ବାଲିଘାଟ ବନ୍ଦ କରିବା ପାଇଁ ଦାବିପତ୍ର ପ୍ରଦାନ କରିଥିଲେ। ଓଡ଼ାପଡ଼ା ତହସିଲଦାର ମନୋଜ କୁମାର ମାଝୀ ଦାବିପତ୍ର ଗ୍ରହଣ କରି ଆବଶ୍ୟକ ପଦକ୍ଷେପ ନେବାକୁ ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଥିଲେ। ଏହି ବେଆଇନ ବାଲିଘାଟ ବନ୍ଦ କରାନଗଲେ ଗ୍ରାମବାସୀ ରାଜ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି। ବିଭାଗୀୟ ଅଧିକାରୀଙ୍କ ଜ୍ଞାତସାରରେ ଚାଲିଥିବା ଏହି ବେଆଇନ ବାଲିଘାଟ କେବେ ବନ୍ଦ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.