ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଆହତ ହେବା ପରେ ବି ବୈଠକ ଜାରି ରଖିଲେ ଉପ ମୁଖ୍ୟମନ୍ତ୍ରୀ

Published By : Gurupada Nath | June 8, 2025 11:10 PM

କଟକ, ୬/୮ : ଆହତ ହେବା ସତ୍ୱେ ବୈଠକ ଜାରି ରଖିଲେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏଭଳି ଏକ ଘଟଣା ଘଟିଛି କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ । ଦିନିକିଆ କଟକ ଗସ୍ତରେ ଆସି ବିଭିନ୍ନ ଉନତିମୂଳକ କାର୍ଯ୍ୟ ସହ ନାରୀ ଶକ୍ତି ସମିଳନୀର ସମୀକ୍ଷା ପାଇଁ କଟକ ଆସିଥିଲେ କେ ଭି. । ଏହି ସମୟରେ କାର୍ଯ୍ୟକ୍ରମ ଆୟୋଜନ ହେବା ଥିବା ବାଲିଯାତ୍ରା ପଡ଼ିଆକୁ ଅନୁଧ୍ୟାନ ପାଇଁ ଯିବାବେଳେ ଜିଲ୍ଲାପାଳ କାର୍ଯ୍ୟାଳୟର ପାହାଚରୁ ଓହ୍ଲାଉଥିବାବେଳେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ବାମ ଗୋଡ଼ଟି ପାଦ ପାଖରୁ ମୋଡ଼ି ହୋଇଯାଇଥିଲା । ଯନ୍ତ୍ରଣା ଅନୁଭବ ହେବାରୁ ସେ SCBକୁ ଯାଇ ଚିକିତ୍ସା ପରେ ପୁଣି ବୈଠକରେ ଯୋଗଦେଇଥିଲେ । ତେବେ ମୋର ଶରୀର ଆହତ ହୋଇଛି, ମସ୍ତିଷ୍କ ନୁହେଁ । ମୁଁ ରାଜ୍ୟ ସରକାରଙ୍କ କାମ କରିବା ପାଇଁ ଆସିଛି । ସେଥିପାଇଁ ମୁଁ ପ୍ରସ୍ତୁତ ଅଛି ଏବଂ ସେହି କାମ ବନ୍ଦ ହେବ ନାହିଁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.