ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ପ୍ରସିଦ୍ଧ ଚନ୍ଦନେଶ୍ଵର ଶୈବ ପୀଠ ପରିଦର୍ଶନ କଲେ ଜିଲ୍ଲାପାଳ, ଗର୍ଭଗୃହର ସୌନ୍ଦର୍ଯ୍ୟକରଣ ନେଇ ସେବାୟତଙ୍କ ସହ କଲେ ଆଲୋଚନା…

Published By : Ladu Kishor | June 9, 2025 8:36 PM

ଚନ୍ଦନେଶ୍ଵର ୦୯/୬: ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ଵର। ବାଲେଶ୍ଵର ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ସୋମବାର ଏହି ପ୍ରସିଦ୍ଧ ଶୈବପୀଠ ପରିଦର୍ଶନ କରିବା ସହିତ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି। ମନ୍ଦିରର ଗର୍ଭଗୃହର ସୌନ୍ଦର୍ଯ୍ୟକରଣ ନେଇ ସେ ସେବାୟତଙ୍କ ସହ ଆଲୋଚନା କରିଛନ୍ତି। ଏହା ହେଲେ ପୀଠର ଗୁରୁତ୍ବ ବୃଦ୍ଧି ପାଇବା ସହିତ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ହେବ ବୋଲି ମନ୍ଦିର ଟ୍ରଷ୍ଟ ବୋର୍ଡର ଉପ ମୌରସୀ ବୁଦ୍ଧଦେବ ପଣ୍ଡା ସୂଚନା ଦେଇଛନ୍ତି ।

ପ୍ରାୟ୨ ଶହ ବର୍ଷ ତଳୁ ନିର୍ମାଣ ହୋଇଥିବା ଏହି ଶୈବପୀଠକୁ ରାଜ୍ୟର ବିଭିନ୍ନ ଜିଲ୍ଲା ସମେତ ଅନେକ ରାଜ୍ୟରୁ ଭକ୍ତ ଓ ଶ୍ରଦ୍ଧାଳୁ ମାନେ ଆସିଥାନ୍ତି। ପୂର୍ବତନ ସରକାର ଏହାର ବିକାଶ ପାଇଁ ୨ଟି ପର୍ଯ୍ୟାୟରେ ମୋଟ ୬ କୋଟି ୧୫ ଲକ୍ଷ ଟଙ୍କା ବ୍ୟୟରେ ଚତୁଃପାର୍ଶ୍ଵ ସୌନ୍ଦର୍ଯ୍ୟକରଣ କରିଛନ୍ତି। ତେବେ ମନ୍ଦିର ନିମନ୍ତେ କୌଣସି ଅର୍ଥ ଖର୍ଚ୍ଚ ହୋଇ ନାହିଁ । ମୁଖ୍ୟ ମନ୍ଦିରରେ ଫାଟ ହୋଇ ପାଣି ଗଳୁଥିବା ବେଳେ ଏହାର ମରାମତି ହୋଇ ପାରୁନାହିଁ। 

ଏହା ଛଡା ପ୍ରସିଦ୍ଧ ଶୈବପୀଠ ମହାକାଳ,କେଦାର ନାଥ ଭଳି ଏହାର ଗର୍ଭ ଗୃହକୁ ରୂପାନ୍ତରିକରଣ ପାଇଁ ପ୍ରସ୍ତାବ ଆଣିଛନ୍ତି ସେବାୟତ ମାନେ। ଗର୍ଭଗୃହକୁ ଆକଟ କରିବା, ଶିବ, ଦୁର୍ଗାଙ୍କ ପିତଳ ମୂର୍ତି ସ୍ଥାପନ କରିବା ଲାଗି ଜିଲ୍ଲାପାଳଙ୍କୁ ପ୍ରସ୍ତାବ ଦେଇଥିଲେ। ଏ ନେଇ ଖୁବଶିଘ୍ର ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏଥିରେ ବରିଷ୍ଠ ଆଇଏଏସ ଶ୍ୟାମଲ ଭଗତ, ଉପ ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ଶୀର୍କେ, ଭୋଗରାଇ ତହସିଲଦାର ସୂର୍ଯ୍ୟ କୁମାର ନାୟକ, ପୂର୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ପିନାକି ପ୍ରସାଦ ସ୍ୱାଇଁ, କନିଷ୍ଠ ଯନ୍ତ୍ରୀ ଅନିଲ କୁମାର ଦାସ, ସୁପର ଭାଇଜର ଓ ସେବାୟତ ମାନେ ଉପସ୍ଥିତ ଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.