ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ଟ୍ରାଙ୍କୁଲାଇଜ୍ ପରେ ହାତୀର ଚେତା ଫେରୁନି, ଚିନ୍ତାରେ ବନ ବିଭାଗ

Published By : Rasmita Pradhan | June 9, 2025 11:20 AM

କେନ୍ଦୁଝର, ୯।୬ : କେନ୍ଦୁଝର ଓ ଆନନ୍ଦପୁର ବନଖଣ୍ଡର କୋଳିମାଟି ନିକଟରେ ଏକ ଅସୁସ୍ଥ ହାତୀକୁ ରବିବାର ସନ୍ଧ୍ୟାରେ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରାଯାଇଥିଲା। ହାତୀର ବାମ ଗୋଡ଼ର ଉପର ଭାଗରେ ଏକ ଗଭୀର କ୍ଷତ ହୋଇଥିଲା। ଏହି କ୍ଷତରୁ ଏକ ଭଙ୍ଗା ତୀର ଅପରେସନ କରି କାଢ଼ିବା ପରେ ଔଷଧ ଲେପ ଲଗାଯାଇଥିଲା। ଖୁବଶୀଘ୍ର ଚେତା ଫେରିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଥିଲା । ମାତ୍ର ୧୮ ଘଣ୍ଟା ପରେ ବି ହାତୀର ଚେତା ଫେରିନି। ଯାହାକୁ ନେଇ ବନ ବିଭାଗ ଚିନ୍ତାରେ ରହିଛି । 

ପ୍ରାୟ ୧ ମାସ ତଳେ ହାତୀକୁ ଶିକାର କରି ଦାନ୍ତ ଲୁଟିବା ପାଇଁ ଶିକାରୀ ତୀର ମାଡ଼ କରିଥିବା ବନ ବିଭାଗ ପକ୍ଷରୁ ସ୍ୱୀକାର କରାଯାଇଛି। ସେହିଦିନ ଠାରୁ ଅସୁସ୍ଥ ହାତୀ ଠିକ୍ ଭାବରେ ଖାଦ୍ୟ ଖାଉ ନଥିବାରୁ ଦୁର୍ବଳ ହୋଇପଡିଛି। ଟ୍ରାଙ୍କୁଲାଇଜ୍ ପରେ ଅଧିକ ମାତ୍ରାରେ ନିସ୍ତେଜକ ଔଷଧ କାରଣରୁ ହାତୀର ଚେତା ଫେରି ପାରୁନଥିବା ଅଭିଯୋଗ ହେଉଛି। ବନ ବିଭାଗ ଓ ଡାକ୍ତରୀ ଟିମ୍ ଘଟଣାସ୍ଥଳରେ ରହି ଚିକିତ୍ସା ଚଳାଇଛନ୍ତି। ହାତୀର ଦାନ୍ତଗୁଡ଼ିକ ଅକ୍ଷତ ଅବସ୍ଥାରେ ରହିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.