ପ୍ରମୂଖ ଖବର
  • ମୋହନା : ଭାରସାମ୍ୟ ହରାଇ ଓଲଟିଲା ଅଟୋ, ୧୨ ଯାତ୍ରୀ ଆହତ
  • ||
  • ସୁନ୍ଦରଗଡ଼ : ଚଳନ୍ତା ଟ୍ରେଲରରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲପର୍‌
  • ||
  • ବ୍ରହ୍ମପୁର: CBI ଜାଲରେ EPFO ଅଧିକାରୀ, ଡିଜିଟାଲ୍‌ ଦସ୍ତଖତ ପାଇଁ ୧୦ ହଜାର ନେଲା ବେଳେ ଧରାପଡିଲେ
  • ||
  • ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ଗଡ଼ପୋଷ ଫାଣ୍ଡି ଅଧିନ ମୁଣ୍ଡଲେଷା ଗାଁରେ ହତ୍ୟା, ସ୍ତ୍ରୀକୁ ହାଣିଦେଲା ନୃଶଂସ ସ୍ଵାମୀ
  • ||
  • କଟକ : ଟ୍ରକ୍‌ ପଛରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ବଲାଙ୍ଗୀର : ବିଦ୍ୟୁତ୍‌ ବିଭାଗର ଅବହେଳା, ଚାଷ ଜମିରୁ ୬ ଫୁଟ ଉଚ୍ଚରେ ଝୁଲୁଛି ଉଚ୍ଚ ସମ୍ପନ୍ନ ବିଦ୍ୟୁତ୍‌ ତାର
  • ||
  • କରିସ୍ମା କପୁରଙ୍କ ପୂର୍ବ ସ୍ୱାମୀ ସଞ୍ଜୟଙ୍କ ଦେହାନ୍ତ, ପୋଲୋ ଖେଳିବା ବେଳେ ହୃଦଘାତ
  • ||
  • ଇରାନ ଉପରେ ଇସ୍ରାଏଲ୍‌ର ଏୟାର ଷ୍ଟ୍ରାଇକ୍‌,ମିଲିଟାରୀ ଏବଂ ନ୍ୟୁକ୍ଲିୟର ବେସ୍ ନଷ୍ଟ,ଅନେକ ବୈଜ୍ଞାନିକ ଏବଂ କମାଣ୍ଡର ମୃତ
  • ||
  • ଭୁବନେଶ୍ୱର : ସାନିଟାରୀ ଦୋକାନରୁ ଲିଟ୍‌, ୨ ଲକ୍ଷ ଟଙ୍କାର ସାମଗ୍ରୀ ନେଇଗଲେ ଦୁର୍ବୃତ୍ତ
  • ||
  • ମୌସୁମୀ ପାଇଁ ରାଜ୍ୟରେ ପାଗ ଅନୁକୂଳ: ୬ ଦିନ ଯାଏ ପ୍ରବଳ ବର୍ଷା ସମ୍ଭାବନା, ୧୫ରୁ ଅଧିକ ବର୍ଷା
  • ||

ମଣ୍ଡିରୁ ଉଠୁନି ଧାନ, ତାଲା ପକାଇଲେ ଚାଷୀ

Published By : Gurupada Nath | June 7, 2025 4:08 PM

ବରଗଡ଼,୭/୬ :  ବରଗଡ଼ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ନେଇ ଚାଷୀ ଅସନ୍ତୋଷ ଲାଗି ରହିଛି । ଚାଷୀମାନେ ବିକ୍ରି ପାଇଁ ମଣ୍ଡିକୁ ଧାନ ଆଣୁଛନ୍ତି। ମାତ୍ର ସେଠାରେ ସେହି ଧାନକୁ କ୍ରୟ ସଂସ୍ଥା କିଣୁ ନାହିଁ। ଫଳରେ ମଣ୍ଡିରେ ଧାନ ପକାଇ ଚାଷୀଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡୁଛି । ଏପରି ଏକ ପରିସ୍ଥିତି ଦେଖିବାକୁ ମିଳିଛି ଅତାବିରା ମଣ୍ଡିରେ l ଚାଷୀ ସମସ୍ୟାର ପ୍ରତିବାଦରେ ଶନିବାର ଚାଷୀମାନେ ଅତାବିରା ମଣ୍ଡି କାର୍ଯ୍ୟାଳୟ ସମ୍ମୁଖରେ ଆଗରେ ଧାନ ପକାଇବା ସହ ମଣ୍ଡିରେ ତାଲା ପକାଇ ଦେଇଛନ୍ତି । ଧାନ ବିକ୍ରିରେ ଦେଖା ଦେଇଥିବା ଅଚଳାବସ୍ଥା ଚାଷୀଙ୍କୁ ଚିନ୍ତାଗ୍ରସ୍ତ କରିଛି l

ଦିନକୁ ଦିନ ମଣ୍ଡି ଗୁଡିକରେ ଧାନ ବଢ଼ିବାରେ ଲାଗିଛି l ଲକ୍ଷାଧିକ ପ୍ୟାକେଟ ଧାନ ବିଭିନ୍ନ ମାର୍କେଟ ୟାର୍ଡ଼ରେ ପଡ଼ି ରହିଛି l କ୍ରୟ ସଂସ୍ଥା ମଣ୍ଡିରୁ ଧାନ ଉଠାଉ ନ ଥିବାରୁ ସମସ୍ୟା ବଢ଼ିବାରେ ଲାଗିଛି l ଯାହା ଆଗରୁ ଅନୁମାନ କରାଯାଉଥିଲା ଆଜି ତାହା ଘଟିଛି l ଅସନ୍ତୁଷ୍ଟ ଚାଷୀ ଅତାବିରା ମଣ୍ଡି କାର୍ଯ୍ୟାଳୟରେ ଶହ ଶହ ବସ୍ତା ଧାନ ପକାଇ ତାଲା ମାରି ଆନ୍ଦୋଳନ କରିଥିଲେ l ଖବରପାଇ ବରଗଡ଼ ଉପ ଜିଲ୍ଲାପାଳ ତଥା ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ପ୍ରସନ୍ନ କୁମାର ପାଣ୍ଡେ ଘଟଣାସ୍ଥଳକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ତେବେ ଚାଷୀ ଧାନ ଉଠାଇବାକୁ ଜିଦ ଧରିଥିଲେ l ଖବରପାଇ ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ଅତାବିରା ମଣ୍ଡିକୁ ଆସି ଚାଷୀଙ୍କ ସହ ଆଲୋଚନା କରିଥିଲେ l ପରେ ପ୍ରଶାସନିକ ଅଧିକାରୀ, ଚାଷୀ ଓ ବିଧାୟକ ତ୍ରୀପାକ୍ଷିକ ଆଲୋଚନା କରି ଧାନ ଉଠାଣକୁ ତ୍ୱରାନ୍ୱିତ କରିବା ପାଇଁ ବ୍ୟବସ୍ଥା କରିବାକୁ କହିଥିଲେ l

୭ଟି ଟ୍ରକରେ କ୍ରୟ ସଂସ୍ଥା ଧାନ ଉଠାଇବାକୁ ପ୍ରତିଶ୍ରୁତି ଦେବା ପରେ ଚାଷୀ ଶାନ୍ତ ହୋଇଛନ୍ତି l ତେବେ ଧାନ ଉଠାଣରେ ମନ୍ଥରତା ଦେଖା ଦେଲେ ପୁଣି ତାଲା ବନ୍ଦ ଆନ୍ଦୋଳନ କରାଯିବ ବୋଲି ଚାଷୀ ରୋକ୍ ଠୋକ୍ ଶୁଣାଇଛନ୍ତି l

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.